Home ଜିଲ୍ଲା ପରିକ୍ରମା ପୁରୀ ସହରରେ ସାମାଜିକ ଦୂରତା ରହୁନଥିବା ଅଭିଯୋଗ

ପୁରୀ ସହରରେ ସାମାଜିକ ଦୂରତା ରହୁନଥିବା ଅଭିଯୋଗ

78

ପୁରୀ, ୨୩/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଅନଲକ୍‌-୪ ରେ ସମସ୍ତ ବଜାର ଖୋଲିଯିବା ପରେ ସହର ଚଳଚଂଚଳ ହୋଇ ଉଠିଛି। ସହରରେ ଥିବା ବିଭିନ୍ନ ପରିବା ବଜାର ମାଛହାଟ, ମଲ, ମାର୍କେଟ କମ୍ପଲେକ୍ସ, ଅଂଚଳ କୁ ଆସୁଥିବା ଲୋକମାନେ ସାମାଜିକ ଦୂରତା ନରଖିବା ସହ ମାସ୍କ ମଧ୍ୟ ଠିକ୍ ଭାବେ ଲଗାଉନଥିବା ଅଭିଯୋଗ ହେଉଛି। ଦୋକାନୀ ମାନେ ମଧ୍ୟ ଲୋକମାନଙ୍କୁ ଯେତିକି ସଚେତନ କରାଇବା କଥା ତାହା କରୁନଥିବା ଦେଖାଯାଏ। ସହରରେ ବିଭିନ୍ନ ଅଂଚଳରେ ପ୍ରତ୍ୟୁଷ ରୁ ଚା ଦୋକାନ ଓ ଜଳଖିଆ ଦୋକାନ ଗୁଡିକ ଖୋଲା ହେଉଥିଲେ ମଧ୍ୟ ଦୋକାନ ଗୁଡିକ ସାମାଜିକ ଦୂରତା ରଖୁନଥିବା ଦେଖାଯାଏ। ସେହିପରି ଦୋକାନ ଗୁଡିକ ସମ୍ମୁଖରେ ଗ୍ରାହକ ମାନଙ୍କୁ ଛିଡା କରି ଖାଇବା କୁ ନଦେବା ପାଇଁ ନିର୍ଦେଶ ରହିଥିଲେ ମଧ୍ୟ ତାହାକୁ ଦୋକାନୀ ମାନେ କାର୍ଯ୍ୟକାରୀ କରୁନଥିବା ଅଭିଯୋଗ ହେଉଛି। ପୂର୍ବରୁ ଯେପରି କଡାକଡି ଯାଂଚ ବ୍ୟବସ୍ଥା କରାଯାଉଥିଲା ଏବେ ଯାଂଚ ବ୍ୟବସ୍ଥା ସେପରି ନଥିବା ଯୋଗୁଁ ଅମାନିଆ ମାନଙ୍କର ପାର୍ଦୃଭାବ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ବର୍ତମାନ ସହରର ବିଭିନ୍ନ ଓାର୍ଡ ରେ ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ମଧ୍ୟ ଲକ୍ଷ କରାଯାଉଛି। ପୌରପ୍ରଶାସନ ଅମାନିଆ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.