Home ଓଡ଼ିଶା ପୁରୀ ଜିଲାରେ ଆଜି ସୁଧା ୩୪୫୪ ଜଣ କୋଭିଡ୍ ପଜେଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ପୁରୀ ଜିଲାରେ ଆଜି ସୁଧା ୩୪୫୪ ଜଣ କୋଭିଡ୍ ପଜେଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

67

ପୁରୀ, ୩୦/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ପୁରୀ ଜିଲାରେ ଆଜି ସୁଧା କୋଭିଡ୍ ପଜେଟିଭ ଆକ୍ରାନ୍ତ ଙ୍କ ଚିହ୍ନଟ ସଂଖ୍ୟା ୩୪୫୪ ରେ ପହଂଚିଚି। ସେମାନଙ୍କ ମଧ୍ୟରୁ ପିପିଲି ୧୩୯, ଡେଲାଙ୍ଗ ୧୧୦, କଣାସ ୨୪୨, ସତ୍ୟବାଦୀ ୧୮୪, ବ୍ରହ୍ନଗିରି ୨୯୦, ପୁରୀ ସଦର ୩୩୧, ଗୋପ ୧୫୪, କାକଟପୁର ୧୬୭, ନିମାପଡା ୨୭୦, ଅସ୍ତରଙ୍ଗ ୧୩୦, କୃଷ୍ଣପ୍ରସାଦ ୧୭୮, ପୁରୀ ପୌରପରିଷଦ ୧୨୩୬, ପିପିଲି ବିଜ୍ଞପ୍ତି ପରିଷଦ ୩, କୋଣାର୍କ ବିଜ୍ଞପ୍ତି ପରିଷଦ ୪ ଓ ନିମାପଡା ବିଜ୍ଞପ୍ତି ପରିଷଦରେ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ରହିଛନ୍ତି। ସେଥିମଧ୍ୟରୁ ୨୫୫୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତମାନ ବିଭିନ୍ନ କୋଭିଡ୍ ଚିକିତ୍ସା କେନ୍ଦ୍ର ରେ ୮୮୧ ଜଣ ଆକ୍ଟିଭ ଚିକିତ୍ସିତ ହେଉଛନ୍ତି। ଜିଲାରେ ୪୬ ଟି କନଟେନମେଂଟ ଜୋନ କାର୍ଯ୍ୟକାରୀ କରୁଛି। ବର୍ତ୍ତମାନ ସୁଧା ୫୮, ୨୧୩ ଜଣଙ୍କର ସ୍ୱାବ୍ ନମୁନା ସଂଗ୍ରହ କରାଯାଇଛି। ଜିଲାରେ ସୁସ୍ଥଙ୍କ ସଂଖ୍ୟା ୭୪.୫ ପ୍ରତିଶତ ଥିବା ବେଳେ ପଜେଟିଭ ସଂଖ୍ୟା ୫.୯୩ ପ୍ରତିଶତ ରହିଛି। ଜିଲାରେ ମୃତ୍ୟୁ ସଂଖ୍ୟା ୧୨ ରେ ପହଞ୍ଚିଚି। ଆଜି ପୁରୀ ଜିଲାରେ ୧୧୮ ପଜେଟିଭ କେସ୍ ଚିହ୍ନଟ ହୋଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.