Home ଅପରାଧ ପୁଣି ଗ୍ୟାଙ୍ଗରେପ୍ ! ନାବାଳିକାର ପ୍ରାଇଭେଟ ପାର୍ଟରେ ବାଡ଼ି ପୁରାଇଲେ ଅଭିଯୁକ୍ତ

ପୁଣି ଗ୍ୟାଙ୍ଗରେପ୍ ! ନାବାଳିକାର ପ୍ରାଇଭେଟ ପାର୍ଟରେ ବାଡ଼ି ପୁରାଇଲେ ଅଭିଯୁକ୍ତ

3613

ବିଳାସପୁର ୨-୧୨ (ଓଡ଼ିଆ ପୁଅ) ନାବାଳିକା ସହିତ ଗ୍ୟାଙ୍ଗରେପ ପରେ ପ୍ରାଇଭେଟ ପାର୍ଟରେ ବାଡ଼ି ପୁରେଇବା ପରି ଦୁଃଖଦ ଏବଂ ଲଜ୍ଜାଜନକ ଘଟଣାର ଖବର ମିଳିଛି। ପୋଲିସକୁ କରାଯାଇଥିବା ଅଭିଯୋଗର ମୁତାବକ ପୀଡ଼ିତା ବଳାତ୍କାର କରିବା ସମୟରେ କ୍ରମାଗତ ଭାବେ ଚିତ୍କାର କରୁଥିଲା। ଘଟଣାସ୍ଥଳରୁ କିଛି ଦୂରରେ ପୀଡ଼ିତାର ପୀଉସୀ ଚିତ୍କାର ଶୁଣି ଜଂଗଲ ଆଡ଼କୁ ଆସିବା ଦେଖି ଅଭିଯୁକ୍ତମାନେ ଦୌଡ଼ି ପଳେଇ ଯାଇଥିଲେ।

ଏପରି ପୁଣି ଏକ ଲଜ୍ଜା ଜନକ ଘଟଣା ଘଟିଛି ଛତିଶଗଡ଼ର ବିଲାସପୁରରେ। ଦିଲ୍ଲୀର ନିର୍ଭୟା କାଣ୍ଡ ପରି ରାକ୍ଷସ ମାନଙ୍କର କାଣ୍ଡ ସ୍ଥାନୀୟ ଅଞ୍ଚଳରେ ଆକ୍ରୋଶ ଦେଖାଦେଇଛି। ବିଲାସପୁରର ପେଣ୍ଡ୍ରାର ଗୌରେଲା ଥାନା ଅଞ୍ଚଳରେ ଏକ ନାବାଳିକା ସହିତ ଗ୍ୟାଙ୍ଗରେପ କରିବା ପରେ ତା’ର ପ୍ରାଇଭେଟ ପାର୍ଟରେ ଅଭିଯୁକ୍ତମାନେ ବାଡ଼ି ପୁରେଇ ଦେଇଥିବା ଘଟଣା ଘଟିଛି। ପୀଡ଼ିତା ଛଟପଟ ହେଉଥିଲା, ରାକ୍ଷସମାନେ ଦୌଡ଼ି ପଳେଇ ଯାଇଥିଲେ। ପୋଲିସ ଏହି ମାମଲାରେ ଏପର୍ଯ୍ୟନ୍ତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗତ ୧ ଡିସେମ୍ବର ଦ୍ୱିପ୍ରହର ପ୍ରାୟତଃ ଦେଢ଼ଟା ବୋଳେ ଏହି ଘଟଣା ଘଟିଛି। ପୋଲିସ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରିଛି।

ବିଲାସପୁରର ଗୌରେଲା ପୋଲିସ ସୂଚନା ମୁତାବିକ ଏହି ଥାନା କ୍ଷେତ୍ରରେ ଏକ ଗ୍ରାମରେ ୧୬ ବର୍ଷୀୟ ନାବାଳିକା ସହିତ ଗ୍ୟାଙ୍ଗରେପ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତମାନେ ଏହି ଘଟଣା ସେତେବେଳେ ଘଟାଇଥିଲେ, ଯେତେବେଳେ ନାବାଳିକା ଘରରୁ କିଛି ଦୂର ଖେତରେ ଗାଈ ଚରାଇବାକୁ ଯାଇଥିଲା। ଏହି ସମୟରେ ଅଭିଯୁକ୍ତ ୨୮ ବର୍ଷୀୟ ରାଯ ସିଂହ ଏବଂ ୨୦ ବର୍ଷୀୟ ମନୋଜ ପହଁଞ୍ଚି ନାବାଳିକାକୁ ଅପହରଣ କରିଥିଲେ ଏବଂ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ।

ପୋଲିସକୁ ମିଳିଥିବା ଅଭିଯୋଗ ମୁତାବକ ପୀଡ଼ିତା ଘଟଣା ସମୟରେ କ୍ରମାଗତଭାବେ ଚିତ୍କାର କରୁଥିଲା। ଘଟଣାସ୍ଥଳରୁ କିଛି ଦୂରରେ ତା’ର ପୀଉଷୀ ଚିତ୍କାର ଶୁଣି ଜଙ୍ଗଲ ଆଡ଼କୁ ଧାଇଁଥିଲେ। ତାଙ୍କୁ ଦେଖି ଅଭିଯୁକ୍ତମାନେ ଦୌଡ଼ି ପଳେଇ ଯାଇଥିଲେ। ପୀଉଷୀ ପୀଡ଼ିତାକୁ ଉଠାଇ ଗୌରେଲା ଥାନା ନେଇଥିଲେ, ସେଠାରେ ପୀଡ଼ିତାକୁ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଗୌରେଲା ଥାନା ଅଧିକାରୀ ଅମିତ ପାଟଲେ ଗଣମାଧ୍ୟମକୁ କହିଛନ୍ତିଯେ, ପୀଡ଼ିତାକୁ କମ ଶୁଣାଯାଉଥିବାରୁ ମୂକବଧିର ଶିକ୍ଷକଙ୍କ ସହାୟତା ନିଆଯାଉଛି। ମହିଳା ପୋଲିସ କାଉନ୍ସିଲର ତା’ର ବୟାନ ନେବାକୁ ଚେଷ୍ଟା କରୁଛନ୍ତି। ପ୍ରାଇଭେଟ ପାର୍ଟରେ ବାଡ଼ି ପୁରେଇବାର ପୁଷ୍ଟି ହୋଇନାହିଁ, କିନ୍ତୁ ଏପରି ଅଭିଯୋଗ କରାଯାଇଛି। ଏହି ଆଙ୍ଗେଲ ଉପରେ ଜାଞ୍ଚ କରାଯାଉଛି। ପୀଡ଼ିତାର ବୟାନ ପରେ ହିଁ ଏହାର ସ୍ଥିତି ସ୍ପଷ୍ଟ ହେବ। ଆରୋପିମାନଙ୍କୁ ଗିରଫ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.