Home ଅନୁଗୁଳ ପିଏମଆଇଟି ପକ୍ଷରୁ ପିଏମ୍ କେୟାର ଓ ସିଏମ୍ ରିଲିଫ୍ ଫଣ୍ଡକୁ ୫୧ହଜାର ଲେଖାଏଁ ସହାୟତା ପ୍ରଦାନ

ପିଏମଆଇଟି ପକ୍ଷରୁ ପିଏମ୍ କେୟାର ଓ ସିଏମ୍ ରିଲିଫ୍ ଫଣ୍ଡକୁ ୫୧ହଜାର ଲେଖାଏଁ ସହାୟତା ପ୍ରଦାନ

53

ତାଳଚେର, ୨୧/୮ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପବିତ୍ର ମୋହନ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲୋଜି, ତାଳଚେର ପକ୍ଷରୁ ମହାମାରୀ କରୋନାର ମୁକାବିଲା କରିବା ନିମନ୍ତେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୫୧ ହଜାର ଟଙ୍କା ଓ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୫୧ ହଜାର ଟଙ୍କାର ଅର୍ଥରାଶି ଚେକ୍ ଆକାରରେ ତାଳଚେର ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ପିଏମଆଇଟିର ଭାଇସ ପ୍ରିନସିପାଲ ତୁଷାରକାନ୍ତ ସାହୁ, ଅଧ୍ୟାପକ ତ୍ରିଲୋଚନ ପ୍ରଧାନ, ଷ୍ଟାଫ୍ କାର୍ତିକେଶ୍ୱର ସାହୁ ଏବଂ ଦିଲ୍ଲୀପ କୁମାର ହୋତା ପ୍ରମୁଖ ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କୁ ଭେଟି ଏହି ଅର୍ଥ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.