Home ଓଡ଼ିଶା ପାଣିସୁଅରେ ରେକାଙ୍ଗୁରୁକୋଣ୍ଡା ପୋଲତଳକୁ ଭାସିଗଲା ଗୋଟିଏ ମିନି ଟ୍ରକ୍ – ଡ୍ରାଇଭର ହେଲପର ପହଁରି ପହଁରି...

ପାଣିସୁଅରେ ରେକାଙ୍ଗୁରୁକୋଣ୍ଡା ପୋଲତଳକୁ ଭାସିଗଲା ଗୋଟିଏ ମିନି ଟ୍ରକ୍ – ଡ୍ରାଇଭର ହେଲପର ପହଁରି ପହଁରି ଜୀବନ ରକ୍ଷାକଲେ

89

ମାଲକାନଗିରି, ୧୫/୮ (ଓଡ଼ିଆ ପୁଅ) ଦୀର୍ଘ ଚାରିପାଞ୍ଚ ଦିନର ଲଗୁଚାପଜନିତ ଲଗାଣ ବର୍ଷାରେ ୪/୫ ଫୁଟ ବର୍ଷାପାଣିରେ ବୁଡି ରହିଥିବା ୩୨୬ ନମ୍ବର ଜାତୀୟ ରାଜପଥ ଥିବା ମାଲକାନଗିରି ମୋଟୁ ମୁଖ୍ୟରାସ୍ତା କାଙ୍ଗୁରୁକୋଣ୍ଡା ପୋଲ ନିକଟରେ ଦୀର୍ଘ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଅପେକ୍ଷା ପରେ ଗୋଟିଏ ଖାଲି ପ୍ଲାଷ୍ଟିକ ଟ୍ରେ ବୋଝେଇ ହୋଇଥିବା ମିନି ଟ୍ରକ୍ ବାଧ୍ୟ ହୋଇ ଆଜି ସକାଳେ ଏହି ବର୍ଷା ପାଣିର ଲହରୀ ଭାସୁଥିବା କାଙ୍ଗୁରୁକୋଣ୍ଡା ପୋଲ ପାରି ହେବାକୁ ଚେଷ୍ଟା କରି ଗାଡିର ହେଲପର ଓ ଡ୍ରାଇଭର ଧୀରେ ଧୀରେ ଗାଡି ଚଳାଇ ଯାଉଥିବା ବେଳେ ମିନି ଟ୍ରକ୍ ଟି ଠିକ ପୋଲ ମଝିରେ ଗଭୀର ପାଣିର ସ୍ରୋତରେ ଭାସିଗଲା ପୋଲତଳକୁ।

କିନ୍ତୁ ଭାଗ୍ୟ ବସତ ଗାଡିର ହେଲପର ଓ ଡ୍ରାଇଭର ପହଁରି ପହଁରି ଆସିଥିବା ବେଳେ ନିକଟସ୍ଥ ଗ୍ରାମବାସୀମାନେ ସେମାନଙ୍କୁ ଉଦ୍ଧାର କରି ନଦୀ କୂଳକୁ ନେଇଆସିଥିଲେ। ନିକଟରେ ଉଚ୍ଚ ଜାଗରେ ଥିବା ମନ୍ଦିର ବାରଣ୍ଡାରେ ଆଶ୍ରୟ ନେଇ ଡ୍ରାଇଭର ଓ ହେଲପର ନିଜ ଜୀବନ ବଞ୍ଚାଇଅଛନ୍ତି। ତେବେ ଆଜି ସକାଳେ ଏଠାରେ କୌଣସି ସୁରକ୍ଷା କର୍ମୀ ପୋଲିସ ଉପସ୍ଥିତ ନଥିଲେ। ଯଦି ପୋଲିସ ଏଠାରେ ଉପସ୍ଥିତ ଥିଲେ ତାହା ହେଲେ ଏ ଅଘଟଣ ଘଟି ନ ଥାଆନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏହି ଘଟଣା ଜାଣିବା ପରେ ସେଠାରେ ପୁଲିସ ଓ ପ୍ରଶାସନିକ ଅଧିକାରୀ ପହଁଚି ଥିବାର ଜଣା ପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.