Home ଜିଲ୍ଲା ପରିକ୍ରମା ପରିତ୍ୟକ୍ତ ପୁରଣା ହସପିଟାଲ ଓ ବିଇଡି କଲେଜ ହେଲା ଆଇସୋଲେସନ ସେଟଂର 

ପରିତ୍ୟକ୍ତ ପୁରଣା ହସପିଟାଲ ଓ ବିଇଡି କଲେଜ ହେଲା ଆଇସୋଲେସନ ସେଟଂର 

144

ମାଲକାନଗିରି,୨୧ା୩ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ର ଭୟାବହ ପରିସ୍ଥିତ ସୃଷ୍ଟି ହୋଇଥିବା ବେଳେ ଏହାର ସଂକ୍ରମଣକୁ ରୋକିବା ପାଇଁ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ଭୂତକୋଠୀ ପାଲଟିଥିବା ପୁରୁଣାହସପିଟାଲ ଓ ବିଇଡି କଲେଜକୁ ଆଇସୋଲେସନ ସେଟଂର କରିବା ସହିତ ବ୍ୟପକ ବ୍ୟବସ୍ଥା କରାଯାଇଛି । ଆନ୍ଦ୍ର,ତେଲାଙ୍ଗନା, ଛତିଶଗଡ ରାଜ୍ୟ ସୀମାନ୍ତରେ ଏହି ଜିଲ୍ଲାଥିବାରୁ ବାହରରାଜ୍ୟକୁ କାମକରିବା ପାଇଁ ମାଲକାନଗିରି ରୁ ଅନେକ ଲୋକ ଯାଉଥିବା ବେଳେ ବାହର ରାଜ୍ୟରୁ ଅନେକ ବ୍ୟବସାୟୀ ଏହି ଜିଲ୍ଲାକୁ ବେପାର ବାଣିଜ କରିବାକୁ ଆସିଥାନ୍ତି । ଜିଲ୍ଲାକୁ ବାହର ରାଜ୍ୟରୁ ଆସୁଥିବା କରୋନା ସନ୍ଧିଗ୍ଧ ବ୍ୟକ୍ତିମାନଙ୍କ ନାମପଂଜିକରଣ କରାଯାଇ ସେମାନଙ୍କ ସ୍ୱାସ୍ଥ୍ୟପରୀକ୍ଷା ପାଇଁ ହସପିଟାଲରେ ରଖାଗଲେ ଅନ୍ୟରୋଗୀ ମାନଙ୍କ ଉପରେ ଏହାର ପ୍ରଭାବ ପଡିବା ଆସଙ୍କାରେ ପୁରଣା ଜିଲ୍ଲାହସପିଟାଲ ଓ ବିଇଡି କଲେଜ ରେ ସେମାନଙ୍କୁ ରେ ରଖି ସ୍ୱତନ୍ତ୍ର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଉଛି ,ଗତ୨୦୧୮ ମସିହାରୁ ପରିତ୍ୟକ୍ତ ଅବସ୍ଥାରେ ଭୂତକୋଠୀ ହୋଇ ପଡିରହିଥିବା ପୁରୁଣା ଜିଲ୍ଲାହସପିଟାଲକୁ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ସହକାରୀ ଜିଲ୍ଲାପାଳ ଜଗଦିଶ କାର୍ତମୀ, ଆଇଟିଡିଏ ସହକାରୀ ନିର୍ବାହି ଯନ୍ତ୍ରୀ ଇଂ ରବିନାରାୟଣ ସାହୁ ଅନ୍ୟାନ ଜିଲ୍ଲାପ୍ରଶାସନିକ ଅଧିକାରୀ ମାନେ ହଟାତ ପରିଦର୍ଶନରେ ଯାଇ ସଫାସୁତୁରା କରିବାର ଦେଖି ସହରବାସୀ ଚକିତ ହୋଇପଡିଥିଲେ । ଦୀର୍ଘ ୨ବର୍ଷହେଲା ବାପା ମା ନଥିବା ଭଳି ପରିତ୍ୟକ୍ତ ଅବସ୍ଥାରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ପୁରୁଣା ଜିଲ୍ଲାହସପିଟାଲ ଟି ଭୂତକୋଠୀ ପାଲଟି ଯାଇଥିଲା , ତାହାକୁ ସଫାସୁତୁର କରାଯାଇ ସେଠାରେ କରୋନା ସନ୍ଧିଗ୍ଧ ମାନଙ୍କୁ ରଖାଯିବାର ବ୍ୟବସ୍ଥା ହେଉଥିବାରୁ ପୁଣି ସେହି ହସପିଟାଲଟି ଚଳଚଂଳ ହୋଇପଡି ଲୋକମାନଙ୍କ କାମରେ ଲାଗିଥିବାରୁ ସହରବାସୀ ଏହାକୁ ସ୍ୱାଗତ କରିଛନ୍ତି । ଠିକ ସେହିପରି ଦୀର୍ଘ ବର୍ଷହେଲା ପ୍ରାୟ୯କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ବିଇଡି କଲେଜ ବିଲ୍ଡିଂ ଟି କାର୍ଯ୍ୟକାରୀ ହେଉନଥିବାରୁ ତାହା ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ଥିଲା । ଆଜି ସେହି ବିଲ୍ଡିଂଟି ସଫାସୁତରା ହୋଇ ଲାଇଟ ପାଣିର ବ୍ୟବସ୍ଥା କରାଯାଇଛି, ସେଠାରେ ମଧ୍ୟ କରୋନା ସନ୍ଧିଗ୍ଧଙ୍କୁ ରଖା ଯାଇ ସ୍ୱତନ୍ତ୍ର ଚିକିତ୍ସାର ବ୍ୟବସ୍ଥା ପାଇଁ ଜିଲ୍ଲାପ୍ରଶାସନ ର ଉଦ୍ୟମକୁ ସହରବାସୀ ସାଧୁବାଦ ଜଣାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.