Home ଜିଲ୍ଲା ପରିକ୍ରମା ଜନତା କର୍ଫ୍ୟୁକୁ ଆହ୍ୱାନ ଦେଇ ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସଚେତନତା ପଦଯାତ୍ରା

ଜନତା କର୍ଫ୍ୟୁକୁ ଆହ୍ୱାନ ଦେଇ ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସଚେତନତା ପଦଯାତ୍ରା

145

ମାଲକାନଗିରି,୨୧ା୩ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ଭାଇରସର ଆତଙ୍କ ଦେଖାଦେଇଥିବା ବେଳେ ଏହାର ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ସମଗ୍ର ଦେଶବାସୀଙ୍କୁ ରବିବାରଦିନ ଜନତା କର୍ଫ୍ୟୁ ପାଇଁ ଆହ୍ୱାନ ଦେଇଛନ୍ତି । ଏହାକୁ ସମର୍ଥନ ଜଣାଇବା ପାଇଁ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ,ଏସପି ରିଶିକେଶ ଡି ଖିଲାରୀ ଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଆଜିସନ୍ଧ୍ୟାରେ ମାଲକାନଗିରି ସହରେ ଏକ ସଚେତନତା ପଦ ଯାତ୍ରା କରାଯାଇଥିଲା । ସହର ବାସୀଙ୍କମଧ୍ୟରେ ସଚେତନତା ଜାଗ୍ରତ କରିବା ପାଇଁ ତହଲିଦାର ଡ. ଗୁଣନିଧି ନାୟକ,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଦିଲପ ଚନ୍ଦ୍ର ସାମନ୍ତରାଏ,ମାଲକାନଗିରି ଥାନା ଆଇଆଇସି ରାମପ୍ରସାଦ ନାଗ,ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ,ସହକାରୀ ଜିଲ୍ଲାପାଳ ଜଜଦିଶ କାର୍ତାମି, ସମାଜସେବୀ ଜି.ଶ୍ରୀନିବାସ ରାଓ,ଜି.କେଶୁ ରାଓ,ପର୍ଶୁରାମଭକ୍ତ ସହରବାସୀ ଓ ଆନ୍ୟାନ ଅଧିକାରୀ ମାନେ ବିଭିନ୍ନ ଦୋକାନ ବଜାର ବୁଲି ରବିବାର ସକାଳ ୭ଟା ଠାରୁ ରାତ୍ର୯ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦକରି ଜନତା କର୍ଫ୍ୟୁ ରେ ସହଯୋଗ କରନ୍ତୁ, ଦୋକାନଗୁଡିକରେ ଅଯଥା ଭିଡ ନକରି ଦୋକାନକୁ ଆସୁଥିବା ସମସ୍ତ ଗ୍ରାହକ ମାନଙ୍କ ପାଇଁ ଦୋକାନ ଆଗରେ ପାଣିବାଲ୍ଟି ଓ ହ୍ୟାଣ୍ଡଓ୍ୟାସ ରଖି ସେମାନଙ୍କୁ ହାତ ଧୋଇବା ପାଇଁ କୁହନ୍ତୁ, କରୋନା ଭାଇରସ ଠାରୁ ଦୁରରେ ରହି କୌଣସି ସ୍ଥନରେ ଜନଗହଳି ନକରି ଏକ ମିଟର ଦୂରତା ରକ୍ଷାକରିବା, କୌଣସି ସ୍ଥାନରେ ଗହଳି ନକରି ଯାନି ଯାତ୍ରା ପବ ର୍ ପର୍ବାଣି ଗୁଡିକୁ ନିରାଆଡମ୍ବର ଗହଳି ଶୂନ୍ୟ କରାନ୍ତୁ,ଭଲଭାବରେ ହାତ ଧୁଅନ୍ତୁ, କଥା ହେଲା ବେଳେ ପ୍ରାୟ ଏକ ମିଟିର ଦୂରତା ଅବଲମ୍ବନ କରନ୍ତୁ ।ସଚେତନତା ହିଁ ପ୍ରତିକାର, କରୋନା ର ଗୁଜବ ପ୍ରତି ଆତଙ୍କିତ ନହୋଇ ନ ଡରି ପ୍ରସ୍ତୁତ ରୁହନ୍ତୁ, ନିଜକୁ ଓ ଅନ୍ୟମାନଙ୍କୁ କରୋନା ଭୂତାଣୁ ସଂକ୍ରମଣଠାରୁ ସୁରକ୍ଷିତ ରଖନ୍ତୁ,କୌଣସି ବ୍ୟକ୍ତି ଥଣ୍ଡା ଜ୍ୱର କାଶ,ସର୍ଦ୍ଦି ରେ ଆକ୍ରାନ୍ତ ହେଲେ ତୁରନ୍ତ ହସପିଟାଲକୁ ନେଇ ତାଙ୍କୁ ଚିକିତ୍ସା କରାନ୍ତୁ ଓ ଗୃହ ପୃଥକୀକରଣରେ ରଖନ୍ତୁ । ବାହରକୁ ଗଲେ ମୁହଁରେ ମାସ୍କ ଲଗାନ୍ତୁ,କରମର୍ଦ୍ଦନ ନକରି ନମସ୍କାର ହୁଅନ୍ତୁ,ବାହାରକୁ ଗଲେ ରୁମାଲ, ଟିସୁପେପର ବ୍ୟବହାର କରି ସାନିଟାଇଜ ବା ଜୀବାଣୁ ନିଷୋଧକ ବ୍ୟବହାର କରି ବାରମ୍ବାର ହାତ ଧୁଅନ୍ତୁ, ହାଟ ଦୋକାନ ବଜାରରେ ଅଯଥାରେ ଗହଳି ନ କରି କରୋନା ଠାରୁ ଦୂରେଇ ରୁହନ୍ତୁ ବୋଲି ପ୍ରଶାସନିକ ଅଧିକାରୀ ମାନେ ଜନସଚେତନତାରା ବାର୍ତା ଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.