Home ଜିଲ୍ଲା ପରିକ୍ରମା ମନ୍ଦିର ଓ ଧାର୍ମିକସ୍ଥଳ ରେ ଭିଡ ନକରି ଘରେ ଅନଲାଇନ ରେ ପୂଜାପାଠ କରିବା ପାଇଁ...

ମନ୍ଦିର ଓ ଧାର୍ମିକସ୍ଥଳ ରେ ଭିଡ ନକରି ଘରେ ଅନଲାଇନ ରେ ପୂଜାପାଠ କରିବା ପାଇଁ ଜିଲ୍ଲାପାଳଙ୍କ ପରାମର୍ଶ

275

ମାଲକାନଗିରି,୨୧ା ୩ (ଓଡିଆ ପୁଅ ) କରୋନା ଆତଙ୍କ ଦେଶବିଦେଶ ରେ ଲାଗିରହି ଏହାର ପ୍ରଭାବ ଓଡିଶା ବାସୀଙ୍କ ଉପରେ ପଡିଥିବାରୁ କରୋନା ସଂକ୍ରମଣ ଠାରୁ ଦୁରରେ ରହି ସତର୍କ ଅବଲମ୍ବନ ସହ ପ୍ରତିକାର ବ୍ୟବସ୍ଥା କରିବା ପାଇଁ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଆଉ କୌଣସି ଧର୍ମୀୟ ଅନୁଷ୍ଠାନକୁ ଯାନ୍ତୁନାହିଁ,ଘରେ ବସି ଅନଲାଇନରେ ପୂଜାପାଠକରି କରୋନା ସଂକ୍ରମଣରୁ ସୁର କ୍ଷିତ ରୁହନ୍ତୁ ବୋଲି ଜିଲ୍ଲାପାଳ ଭକ୍ତମାନଙ୍କୁ ପରାମର୍ଶ ଦେଇଛନ୍ତି । ମନ୍ଦୀର,ବିଭିନ୍ନ ଦେବାଦେବୀ ପୀଠ,ଚର୍ଚ,ଗୀର୍ଜା,ମସଜିଦ ଓ ବିଭିନ୍ନ ଧାର୍ମିକ ସ୍ଥଳଗୁଡିକରେ ସମୁହ ପାର୍ଥନା ଓ ଗହଳି ନକରି ନିଜ ନିଜ ଘରେ ରହି ଅନଲାଇନ ରେ ଦେବାଦେବୀ ଙ୍କୁ ପ୍ରାର୍ଥନା ଓ ପୁଜାକରିବା, ଗୋଟିଏ ସ୍ଥାନରେ ଭିଡ ନକରି ୧ମିଟର ବ୍ୟବଧାନରେ ରହି କଥାହେବା, ପ୍ରତି ୩ଘଟାଂ ଅନ୍ତରେ ଭଲଭାବରେ ହ୍ୟାଣ୍ଡଓ୍ୟାସ ରେ ଭଲଭାବରେ ହାତ ଧୋଇବା,କରୋନା ସଂପର୍କରେ ଗୁଜବ ଠାରୁ ଦୂରରେ ରହିବା,ଆଲିଙ୍ଗନ ଓ କରମର୍ଧନ ବଦଳରେ ନମସ୍କାର କରିବା,ଥଣ୍ଡା,ଜ୍ୱର,କାଶ,ଛିଙ୍କ ହେଲେ ଡାକ୍ତରଖାନା ଯାଇ ଚିକିତ୍ସା ହେବା,ଟିସୁ ଓ ସାନିଟାଇଜର ବ୍ୟବହାର କରି ସଂକ୍ରମଣ ଙ୍କ ଠାରୁ ଦୁରରେ ରହିବା ପାଇଁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାସଦର ମହକୁମା ଠାରେ ଥିବାଜଗନ୍ନାଥମନ୍ଦିର,ମଙ୍ଗଳା,ମାଉଲିମା,ଶିବ,ଦୁର୍ଗା,ସନ୍ତୋଷିମା, ତାରିଣୀ, ରାମ,ହନୁମାନ, ଶନି,ଗଣେଷ ଆଦିମନ୍ଦୀର ସହ ଚର୍ଚ,ମସଜିଦ,ଗୀର୍ଜା ବିଭିନ୍ନ ଧାର୍ମିକ ସ୍ଥଳଗୁଡିକରେ ଭକ୍ତମାନଙ୍କର ଭିଡକମ ଥିବା ବେଳେ କେତକ ମନ୍ଦିରେ କେବଳ ପୂଜାରୀ ଥିବାର ଦେଖିବାକୁ ମିଳିଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.