Home ଜିଲ୍ଲା ପରିକ୍ରମା ପବିତ୍ର ମକର ସଂକ୍ରାନ୍ତିରେ ଆଖଣ୍ଡଳମଣିଙ୍କୁ ଲାଗିହେଲା ନୂଆ ମକର ଚାଉଳ ଓ ପୋଡପିଠା, ବଡସିଂହାର ବେଶରେ...

ପବିତ୍ର ମକର ସଂକ୍ରାନ୍ତିରେ ଆଖଣ୍ଡଳମଣିଙ୍କୁ ଲାଗିହେଲା ନୂଆ ମକର ଚାଉଳ ଓ ପୋଡପିଠା, ବଡସିଂହାର ବେଶରେ ଦର୍ଶନ ଦେଲେ ମଣିବାବା

8

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ମକର ସଂକ୍ରାନ୍ତି ଅବସରରେ ପରମ୍ପରା ଅନୁଯାୟୀ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କୁ ଲାଗି ହୋଇଛି ନୂଆ ମକର ଚାଉଳ ଓ ପୋଡପିଠା । ଏଥିପାଇଁ ଆଜି ଭୋର ୪ଟାରେ ମନ୍ଦିର ଦ୍ୱାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣ ଲାଗି, ଜଳାଭିଷେକ ନୀତି ସଂପନ୍ନ ହେବା ପରେ ନବବସ୍ତ୍ର, ଫୁଲ ବେଲ୍ୱପତ୍ର, ଚନ୍ଦନ ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା ମଣିବାବାଙ୍କୁ । ପରେ ସେବାୟତଙ୍କ ଦ୍ୱାରା ପ୍ରସ୍ତୁତ ନୂଆ ମକର ଚାଉଳ ଓ ପୋଡପିଠା ଲାଗି କରାଯାଇଥିଲା । ବର୍ଷକରେ ଏହିଦିନ ମକର ସଂକ୍ରାନ୍ତିରେ ମଣିବାବାଙ୍କୁ ପୋଡପିଠା ଭୋଗ ଲାଗି ହେଉଥିବାରୁ ସମସ୍ତ ସେବାକାରୀମାନେ ପୂର୍ବଦିନ ନୂଆ ଚାଉଳ, ନଡିଆ, ଛେନା, ଗୁଡ ଆଦିରେ ପ୍ରସ୍ତୁତ କରିଥାନ୍ତି ପୋଡପିଠା । ପବିତ୍ର ମକର ସଂକ୍ରାନ୍ତିରେ ମଣିବାବାଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଜମିଥିଲା ପୀଠରେ । ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା ସହିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିଲା । ମଣିବାବାଙ୍କର ସମସ୍ତ ସକାଳ ନୀତିକାନ୍ତି ଅପରାହ୍ନ ୪ଟା ସୁଦ୍ଧା ସଂପନ୍ନ ହେବା ପରେ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା ମଣିବାବାଙ୍କୁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.