Home ଜିଲ୍ଲା ପରିକ୍ରମା ଧାମରାରେ ଧାମରା ମହୋତ୍ସବ-୨୦୨୪ ପ୍ରଥମ ସନ୍ଧ୍ୟାରେ ଝୁମିଲେ ଦର୍ଶକ

ଧାମରାରେ ଧାମରା ମହୋତ୍ସବ-୨୦୨୪ ପ୍ରଥମ ସନ୍ଧ୍ୟାରେ ଝୁମିଲେ ଦର୍ଶକ

8

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ଧାମରା ମହୋତ୍ସବ ତାର ଦ୍ୱିତୀୟ ବାର୍ଷିକ ପାଳନ କରିଛି । ଏହି ଅବସରରେ ଆଜି ଜଗତର ନାଥ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଇ ଆଣିବା ପରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଦିବ୍ୟାଙ୍ଗ ଗୁରୁ ନିତ୍ୟାନନ୍ଦ ଦାସଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ଏହି ଧାମରା ମହୋତ୍ସବର ୨ୟ ବାର୍ଷିକ ଅବସରରେ ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ସାଂସଦ ମଞୁଲତା ମଣ୍ଡଳ ,ମୁଖ୍ୟବକ୍ତା ଭାବେ ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ଡ.ବ୍ୟୋମକେଶ ରାୟ,ସମ୍ମାନୀତ ଅତିଥି ଭାବେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ,ଧାମରା ୫ନଂ ଜୋନର ଜିଲ୍ଲା ପରିଷଦ ବଳଭଦ୍ର ଲେଙ୍କା,ଧାମରା ସମିତି ସଭ୍ୟ ପ୍ରିୟରଞନ ଜେନା, ଜାଗୁଳା ସରପଂଚ ସୁରେଶ ସେଠୀ, ସମାଜସେବୀ ତଥା ବର୍ଷିଆନ ନେତା ଅଭିମନ୍ୟୁ ରାଉତ ପ୍ରମୁଖ ମଂଚାସୀନ ଥିଲେ । ସମସ୍ତ ଅତିଥି ଧାମରାରେ ପାଳନ କରାଯାଉଥିବା ଧାମରା ମହୋତ୍ସବ କିପରି ରାଜ୍ୟ ବ୍ୟାପୀ ପ୍ରଚାର ଏବଂ ପ୍ରସାର ହେବା ସହ ରାଜ୍ୟ ସଂସ୍କୃତି ବିଭାଗ ଏଥି ପ୍ରତି ଆଗଭର ହେବ ଏବଂ ଏଥିପ୍ରତି ରାଜ୍ୟ ସରକାର ନଜର ଦେବା ଜରୁରୀ ବୋଲି ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମଟି ଲାଉଡି ରିସର୍ଚ ସେଂଟର ଏବଂ ମାଧାମରାଇ ମତ୍ସ୍ୟଜିବୀ ସଂଘ ତର‘ରୁ ପ୍ରଚାର ପ୍ରସାର କରାଯାଉଥିବା ବେଳେ ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯାତ୍ରା ଜଗତର ଖଳନାୟକ ଦୈତାରୀ ପଣ୍ଡା ଙ୍କୁ ସମ୍ମାନୀତ କରାଯାଇଥିଲା । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଗୁରୁ ମନୋରଞନ ପ୍ରଧାନ ଏବଂ ଗୁରୁ ମିନତୀ ପ୍ରଧାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ,ଦିବ୍ୟାଙ୍ଗ ସତ୍ୟବ୍ରତ ସାହୁ ଏବଂ ସାଗରିକା ସାହୁଙ୍କ ଦ୍ୱାରା କ୍ଲାସିକାଲ ନୃତ୍ୟ,ଶେଷରେ ବିଣାକେଶରୀ ନୃତ୍ୟ ମଞରୀ ପୁରୀ କଳାକାରଙ୍କ ଦ୍ୱାରା ଅନ୍ୟାନ୍ୟ ନୃତ୍ୟ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.