Home ଓଡ଼ିଶା ନୟାଗଡ଼: ଦୋକାନ ବଜାର ଖୋଲାପାଇଁ କରୋନା କଟକଣା ହଟିଲା

ନୟାଗଡ଼: ଦୋକାନ ବଜାର ଖୋଲାପାଇଁ କରୋନା କଟକଣା ହଟିଲା

52

ନୟାଗଡ଼, ୨ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଦୀର୍ଘମାସରୁ ନୟାଗଡ଼ ଜିଲାରେ ଦୋକନ ବଜାର ଉପରେ ଲାଗୁ ରହିଥିବା କରୋନା କଟକଣାକୁ ଜିଲାପାଳ ଡଃ ପୋମା ଟୁଡୁ ହଟେଇ ଦେଇଛନ୍ତି। ଜିଲା କାର୍ଯ୍ୟାଳୟ ଚିଠି ନଂ-୪୪୩ ତା-୧-୯୨୦୨୦ ରେ ଏହି ସୂଚନା ଦେଇଛନ୍ତି। ତେବେ ସାମାଜିକ ଦୂରତ୍ୱ ସହ ମାସ୍କ ପିନ୍ଧିବା, ବିଶୋଧନ ପାଇଁ ସାନିଟାଇଜର ଓ ହ୍ୟାଣ୍ଡୱାସ ବ୍ୟବସାୟ ପ୍ରତିଷ୍ଠାନରେ ରଖିବା ବାଧ୍ୟତାମୂଳକ ରଖାଯାଇଛି। ସଭା ସମିତି, ଲୋକଙ୍କ ଏକତ୍ରୀକରଣ ତଥା ବିବାହ, ସୁଧକ୍ରିୟାଦି କାର୍ଯ୍ୟ ଉପରେ ପୂର୍ବପରି କଟକଣା ଲାଗୁ ରହିଥିବାବେଳେ ଏହାକୁ ଉଲଂଘନ କଲେ ଗିରଫ ହେବା ସହ କଠୋର ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଏହି ନିର୍ଦ୍ଦେଶନାମାରେ ସମସ୍ତ ସ୍କୁଲ, କଲେଜ, କୋଚିଂସେଂଟର, ସୁଇମିଂପୁଲ ଓ ପାର୍କ ବନ୍ଦ ରଖିବାକୁ କୁହାଯାଇଛି। ଏହି ନିୟମକୁ ସେପ୍ଟେମ୍ବର ୩୦ ଯାଏଁ ଲାଗୁ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.