Home ଜିଲ୍ଲା ପରିକ୍ରମା ନୟାଗଡ଼ ଜିଲାରେ ନୂଆ ୧୯ ଆକ୍ରାନ୍ତ ସହ ସମୁଦାୟ ୨୨୧

ନୟାଗଡ଼ ଜିଲାରେ ନୂଆ ୧୯ ଆକ୍ରାନ୍ତ ସହ ସମୁଦାୟ ୨୨୧

130

ନୟାଗଡ଼, ୮ା୭:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ ବୁଧବାର ନୂଆ ୧୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୧ ରେ ପହଁଚିଛି। ଏହି ନୂଆ ୧୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ଜଣ ସ୍ଥାନୀୟ ସଂକ୍ରମଣ ହୋଇଥିବାବେଳେ ୮ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଜିଲା କୋଭିଡ୍ ନୋଡାଲ ଅଧିକାରୀ ଧନରାଜ୍ ଏଚ ଡି ସୂଚନା ଦେଇଛନ୍ତି। ଏହି ୧୯ଜଣଙ୍କ ମଧ୍ୟରେ ଓଡ଼ଗାଁ ବ୍ଳକରୁ ୮ଜଣ। ସେମାନେ ହେଲେ ସୁନାମୁହିଁ ପଂଚାୟତରୁ ୬ଜଣ, କୁରାଳ ପଂଚାୟତରୁ ୧ଜଣ ଓ ଓଡ଼ଗାଁରୁ ୧ଜଣ। ସେହିପରି ନୟାଗଡ଼ ବ୍ଳକ ପଣ୍ଡୁସର ପଂଚାୟତରୁ ୨ଜଣ, ନୂଆଗାଁ ବ୍ଳକ ମହିପୁରରୁ ୧ଜଣ, ରଣପୁର ବ୍ଳକ ମଝିଆଖଣ୍ଡ ସଙ୍ଗରୋଧ କେନ୍ଦ୍ରରୁ ୪ଜଣ ଓ ଗୋପାଳପୁର ସଙ୍ଗରୋଧ କେନ୍ଦ୍ରରୁ ୩ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଜିଲାରେ ପୂର୍ବରୁ ୨୦୨ ଆକ୍ରାନ୍ତଙ୍କ ସଂଖ୍ୟା ଥିଲାବେଳେ ଆଜି ନୂଆ ୧୯ ସଂକ୍ରମିତଙ୍କ ସହ ସମୁଦାୟ ୨୨୧ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.