Home କେନ୍ଦୁଝର ତହସିଲଦାରଙ୍କ ଦ୍ୱାରା ମୋରମ ବୋଝେଇ ଟ୍ରାକ୍ଟର ଜବଦ

ତହସିଲଦାରଙ୍କ ଦ୍ୱାରା ମୋରମ ବୋଝେଇ ଟ୍ରାକ୍ଟର ଜବଦ

221

ହାଟଡିହି, ୮ । ୭ : କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲର ତହସିଲଦାରଙ୍କ ଦ୍ୱାରା ଆଜି ଏକ ବେଆଇନି ମୋରମ ବୋଝେଇ ଟ୍ରାକ୍ଟର ଜବଦ କରାଯାଇଛି । ତହସିଲଦାର ଆଜି ଅପରାହ୍ନରେ ଆନନ୍ଦପୁର ପଟୁ ଫେରୁଥିବା ସମୟରେ ଏକ ନମ୍ବର ବିହିନ ଟ୍ରାକ୍ଟର ମୋରମ ବୋଝେଇକରି ଯାଉଥିବା ବେଳେ ତହସିଲଦାରଙ୍କ ଗାଡିକୁ ଦେଖି ଅଣା ସମଣା ରାସ୍ତାରେ ଦ୍ରୁତଗତିରେ ପଳାଉଥିଲା । ତହସିଲଦାର ଏହି ଟ୍ରାକ୍ଟରକୁ ପିଛାକରି ଗାଡିଟିକୁ ଅଣାଛକ ଠାରୁ କିଛିଦୁରରେ ଟ୍ରାକ୍ଟରଟିକୁ ଜବଦ କରିବାପରେ ନନ୍ଦିପଦା ପୁଲିସକୁ ଡାକି ହସ୍ତାନ୍ତର କରିଛନ୍ତି । ବର୍ତ୍ତମାନ ସମସ୍ତ ମୋରମ ଖଣି ବନ୍ଦ ଥିବାବେଳେ ଏହି ଟ୍ରାକ୍ଟର କେଉଁଠୁ ଓ କିପରି ଭାବେ ମୋରମ ପରିବହନ କରୁଛି ତାହାର ତଦନ୍ତ କିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.