Home Coronavirus Outbreak ନୟାଗଡ଼ ଜିଲାରୁ ଆଜି ୬୨କୁ ମିଶାଇ ସମୁଦାୟ ୩୧୧୫

ନୟାଗଡ଼ ଜିଲାରୁ ଆଜି ୬୨କୁ ମିଶାଇ ସମୁଦାୟ ୩୧୧୫

52

ନୟାଗଡ଼, ୨ା୯ (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରୁ ଆଜି ୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୧୫ରେ ପହଂଚିଛି। ଆଜି ଯେଉଁ ୬୨ଜଣ ଚିହ୍ନଟ ହୋଇଛନ୍ତି ସେମାନେ ହେଲେ ଭାପୁର ବ୍ଳକରୁ ଜଣେ, ଦଶପଲାରୁ ୭ଜଣ, ଦଶପଲା ଏନଏସିରୁ ୧୧ଜଣ, ଗଣିଆ ବ୍ଳକରୁ ୩ଜଣ, ଖଣ୍ଡପଡ଼ା ବ୍ଳକରୁ ୪ଜଣ, ଖଣ୍ଡପଡ଼ା ଏନଏସିରୁ ଜଣେ, ନୟାଗଡ଼ ବ୍ଳକରୁ ୬ଜଣ, ନୟାଗଡ଼ ପୌରାଂଚଳରୁ ୪ଜଣ, ଓଡ଼ଗାଁ ବ୍ଳକରୁ ୭ଜଣ, ଓଡ଼ଗାଁ ଏନଏସିରୁ ୩ଜଣ, ରଣପୁର ବ୍ଳକରୁ ୮ଜଣ ଓ ଏନଏସିରୁ ଜଣେ। ଅନ୍ୟପକ୍ଷରେ ଅଜିସୁଦ୍ଧା ୨୩୧୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କରୋନାରେ ୧୩ଜଣ ମୃତ୍ୟୁ ଓ ଆଉ ୨ଜଣ କରୋନା ଆକ୍ରାନ୍ତରେ ଥାଇ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.