Home ଓଡ଼ିଶା ନୟାଗଡ଼ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଶହକୁ ଟପିଲା, ସୁସ୍ଥ ହେଲେ ୨୧୨

ନୟାଗଡ଼ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଶହକୁ ଟପିଲା, ସୁସ୍ଥ ହେଲେ ୨୧୨

105

ନୟାଗଡ଼, ୧୬ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କୋଉଦିନ ଥମିବାରେ ନାହିଁ। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୨୯୦ ଥିବାବେଳେ ଆଜି ୩ଶହକୁ ଟପିଛି। ଗୁରୁ୍‌ବାର ନୂଆ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ସମୁଦାୟ କରୋନା ଆକ୍ରାନ୍ତ ସଂଖ୍ୟା ୩୦୬ରେ ପହଂଚିଛି। ଏମାନଙ୍କ ଭିତରୁ ୧୧ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସରକାରୀ ସୂଚନା ଅନୁସାରେ ଭାପୁର ବ୍ଳକରୁ ଜଣେ ସ୍ଥାନୀୟ ପୁରୁଷ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେ ଭୁବନେଶ୍ୱର ଆପୋଲୋ ହସପିଟାଲରେ ରହି ଚିକିତ୍ସିତ ହେଉଥିବାବେଳେ ଚିହ୍ନଟ ହୋଇଛନ୍ତି। ଦଶପଲ୍ଲା ବ୍ଳକରୁ ୪ଜଣ ସ୍ଥାନୀୟ-ସଂକ୍ରମିତ, ଖଣ୍ଡପଡ଼ା ବ୍ଳକରୁ ସ୍ଥାନୀୟ ପୁରୁଷ ଜଣେ ସଂକ୍ରମଣ। ସେ କିମ୍ସ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ନୂଆଗାଁ ବ୍ଳକରୁ ୨ଜଣ ପୁରୁଷ ସ୍ଥାନୀୟ ସଂକ୍ରମଣ ବାହାଡାଝୋଲା ଅଂଚଳର। ସେହିପରି ଓଡ଼ଗାଁ ବ୍ଳକରୁ ଜଣେ ଭୁବନେଶ୍ୱର ଆମରି ହସପିଟାଲରୁ ଚିକିତ୍ସିତ ହୋଇ ଫେରିଥିବାବେଳେ ତାଙ୍କୁ ପୁଣି କରୋନା ସଂକ୍ରମଣ ହୋଇଛି। ରଣପୁର ବ୍ଳକର ୭ଜଣ ସଂକ୍ରମିତ ହୋଇଥିବାବେଳେ ସେଥିମଧ୍ୟରୁ ୪ଜଣ ପୁରୁଷ ଓ ୩ଜଣ ମହିଳା ଅଛନ୍ତି। ଏହି ୭ଜଣରୁ ୨ଜଣ ସମ୍ ହସପିଟାଲରେ ଚିକିତ୍ସାଧିନ ଥିବାବେଳେ ଓ ୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ନୟାଗଡ଼ ଜିଲାରେ ୨୧୨ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.