Home ଓଡ଼ିଶା ଖଣ୍ଡପଡ଼ାରେ ହନୁମାନ ପଇସା ର‌୍ୟାକେଟ ସକ୍ରିୟ, ମାରଣାସ୍ତ୍ର ଦେଖାଇ ଲୁଟ୍, ୧୨ ଜଣଙ୍କ ନାମରେ ମାମଲା

ଖଣ୍ଡପଡ଼ାରେ ହନୁମାନ ପଇସା ର‌୍ୟାକେଟ ସକ୍ରିୟ, ମାରଣାସ୍ତ୍ର ଦେଖାଇ ଲୁଟ୍, ୧୨ ଜଣଙ୍କ ନାମରେ ମାମଲା

186

ନୟାଗଡ଼, ୧୬ା୭:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲା ଖଣ୍ଡପଡ଼ା ଅଂଚଳରେ ହନୁମାନ ପଇସା ର‌୍ୟାକେଟ ସକ୍ରିୟ ହୋଇଥିବାବେଳେ ୩ଜଣ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଜଣାପଡ଼ିଛି। ଏହି ଲୁଟ୍ ଓ ଠକାମିର ଶୀକାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଯାଜପୁର ଜିଲାର ଟାଉନ ଥାନା ଅଧିନ ବରୁଆଁ ଗାଁର ସୁଶୀଲ କୁମାର ନାୟକ ଖଣ୍ଡପଡ଼ା ଥାନାରେ ୧୨ ଜଣଙ୍କ ନାମରେ ମାମଲା ରୁଜୁ କରିଛନ୍ତି ା ଲୁଟେରାମାନେ ସିଂଘାପଡ଼ା ପଂଚାୟତ ବେଡ଼ାଙ୍ଗୀ ଗ୍ରାମକୁ ହନୁମାନ ପଇସା ସନ୍ଧାନରେ ଆସିଥିବାବେଳେ ସେମାନେ ଖଳିସାହି –ସିଂଘାପଡ଼ା ରାସ୍ତାର ଦହିଖାଇ ନିକଟ ଏକ ନିର୍ଜନ ଜଙ୍ଗଲ ରାସ୍ତାରେ ମାରଣାସ୍ତ୍ର ଦେଖାଇ ସେମାନଙ୍କ ଠାରୁ ମୋବାଇଲ, ସୁନାମୁଦି ଓ ନଗଦ ୫ହଜାର ଟଙ୍କା ଲୁଟି ନେଇଥିଲେ। ଖଣ୍ଡପଡ଼ା ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଲୁଟେରାମାନେ ହେଲେ ଗଡ଼ିଆସାହି ଗ୍ରାମର ୭ଜଣ, ଖୁଟୁବନ୍ଧ ଗ୍ରାମର ୨ଜଣ, କୋଶକା ପଂଚାୟତ ସିଙ୍ଗିବାରୀ ଗ୍ରାମର ଜଣେ ଓ କିଆଝର ପଂଚାୟତ ଗୋଛ୍‌ାବାରୀ ଗ୍ରାମର ଜଣେ ଓ ତାଙ୍କର ସହଯୋଗୀ। ଏହି ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ପୁଲିସ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.