Home ଓଡ଼ିଶା ସ୍ୱର୍ଗଦ୍ୱାର ସୌନ୍ଦର୍ଯ୍ୟକରଣ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ସ୍ୱର୍ଗଦ୍ୱାର ସୌନ୍ଦର୍ଯ୍ୟକରଣ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

145

ପୁରୀ ୧୬/୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସ୍ୱର୍ଗଦ୍ୱାର ଶ୍ମଶାନ ଘାଟ ର ସୌନ୍ଦର୍ଯ୍ୟକରଣ ଅଗ୍ରଗତି ର ଅନୁଧ୍ୟାନ କଲେ ଜିଲ୍ଲାପାଳ ବଲୱନ୍ତ ସିଂ, ବାଡ ଘେରରେ ରହିଥିବା ନିର୍ମାଣ ପରିସର ଭିତରେ ଚାଲିଥିବା ମାଟି ସମତୁଲ, ନିର୍ମାଣ ପ୍ରସ୍ତୁତି ସମ୍ପର୍କରେ ସେଠାରେ ଉପସ୍ଥିତ ଥିବା ପଦାଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ଉଲ୍ଲେଖ ଯୋଗ୍ୟ ଯେ ଗତ ମାର୍ଚ୍ଚମାସ ଶେଷ ଶୁଦ୍ଧା ସ୍ୱର୍ଗଦ୍ୱାର ସୌନ୍ଦର୍ଯ୍ୟ କରଣ କାମ ଶେଷ ହେବାପାଇଁ ନିଷ୍ପତି ନିଆଯାଇଥିଲା। ବିଭିନ୍ନ ପ୍ରତିବନ୍ଧକ କାରଣ ରୁ କାର୍ଯ୍ୟ ବିଶେଷ ଭାବେ ଅଗ୍ରଗତି ହୋଇପାରିନଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ପ୍ରସ୍ଥାବିତ, ସ୍ୱର୍ଗଦ୍ୱାର ସୌନ୍ଦର୍ଯ୍ୟ କରଣ ପ୍ରକଳ୍ପରେ ୫ କୋଟି ରୁ ଅଧିକ ଟଙ୍କା ବିନିଯୋଗ ହେଉଛି। ଦକ୍ଷିଣ ଭାରତର ମହାପ୍ରୟଣାମ୍ ସବ ସଂସ୍କାର କେନ୍ଦ୍ର ପ୍ରତିଷ୍ଠା କରି ସୁନାମ ନାମ ଅର୍ଜନ କରିଥିବା ଏକ ସଂସ୍ଥା କୁ ପୁରୀ ସ୍ୱର୍ଗଦ୍ୱାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦ୍ୱାଯିତ୍ୱ ଦିଆଯାଇଛି। ଏବେ ଭିର୍ତିମୂମୀ ର ବିକାଶ କାର୍ଯ୍ୟ ଆରମ୍ଭ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.