Home Coronavirus Outbreak ନୟାଗଡ଼ରୁ ଆଜି ୧୫୩ ଆକ୍ରାନ୍ତ ଓ ଜଣେ ମୃତ

ନୟାଗଡ଼ରୁ ଆଜି ୧୫୩ ଆକ୍ରାନ୍ତ ଓ ଜଣେ ମୃତ

96

ନୟାଗଡ଼, ୨୩ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ ଆଜି ପୁଣି ୧୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ଜଣେ ୫୮ ବର୍ଷୀୟ ପୁରୁଷ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ସରକାରୀ ଭାବେ ଜଣାପଡ଼ିଛି। ଆଜି ନୂଆ ୧୫୩ ଆକ୍ରାନ୍ତକୁ ମିଶାଇ ଜିଲାରେ ୨୧୯୪ ହୋଇଛି। ଯେଉଁ ନୂଆ ୧୫୩ ଜଣ ଆକ୍ରାନ୍ତ ହେଲେ ସେମାନେ ହେଲେ ଭାପୁର ବ୍ଳକରୁ ୧୮ଜଣ, ଦଶପଲ୍ଲା ବ୍ଳକରୁ ୧୫ଜଣ, ଗଣିଆ ବ୍ଳକରୁ ୫ଜଣ, ଖଣ୍ଡପଡ଼ା ବ୍ଳକରୁ ୫ଜଣ, ନୟାଗଡ଼ ବ୍ଳକରୁ ୩୦ଜଣ, ନୂଆଗାଁ ବ୍ଳକରୁ ୪୧ଜଣ, ଓଡ଼ଗାଁ ବ୍ଳକରୁ ୬ଜଣ, ରଣପୁର ବ୍ଳକରୁ ୧୪ଜଣ, ନୟାଗଡ଼ ପୌରାଂଚଳରୁ ୧୯। ଅନ୍ୟପକ୍ଷରେ ଆଜି ଯେଉଁ ପୁରୁଷ ବର୍ଷ୍ରୀ ପୁରୁଷଙ୍କର କରୋନାରେ ମୃତ୍ୟୁ ହୋଇଛି ସେ ସମ୍ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ ସେ ନିମୋନିଆ ରୋଗରେ ଆକ୍ରାନ୍ତ ଥିଲେ ବୋଲି ସରକାରୀ ଭାବେ ଜଣାପଡ଼ିଛି। ଯାହାକି କରୋନା ମୃତ୍ୟୁ ସଂଖ୍ୟା ୧୩ ଥିଲାବେଳେ ସରକାରୀଭାବେ ୧୧ ବୋଲି ଜଣାପଡ଼ିଛି। ଏବଂ କରୋନା ଆକ୍ରାନ୍ତ ସହ ଅନ୍ୟ ରୋଗରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।। ଅନ୍ୟପକ୍ଷରେ ରଣପୁର ବ୍ଳକ ଚାନ୍ଦପୁର ଠାରେ ଅବସ୍ଥିତ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ର କେନ୍ଦ୍ରର ବହିଃ ବିଭାଗ କୁ ଚିକିତ୍ସା ଅଧିକ୍ଷକ ୨ ଦିନିଆ ସଟ୍‌ଡାଉନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.