ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରିଷ୍ଠ ଅଧିବକ୍ତା ତଥା ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକର ପୂର୍ବତନ ସମ୍ପାଦକ ସ୍ୱର୍ଗତ ଦୁର୍ଗା ପ୍ରସନ୍ନ ରାୟ ମହାପାତ୍ର ଏକାଧାରରେ ଜଣେ ଦକ୍ଷ ଆଇନଜୀବୀ, ସମାଜସେବୀ, ହିନ୍ଦୁ ସଂଗଠକ, ରାଜନୈତିକ ନେତା, ଶିକ୍ଷାବିତ୍, ସାମାଜିକ ପ୍ରତିବଦ୍ଧତା ଥିବା ବ୍ୟକ୍ତି ଥିଲେ। ଆଇନ ବିଭାଗର ନିଜର ପାରଦର୍ଶିତା ଦେଖାଇ ସେ ସମାଜର ଅତି ଗ୍ରହଣୀୟ ହୋଇ ପାରିଥିଲେ। ରାଷ୍ଟ୍ର ପ୍ରତି ନିଷ୍ଠାପର ସେବା ଓ ଭଦ୍ରକର ଗଣପର୍ବ ଶ୍ରୀରାମ ନବମୀ ମହୋତ୍ସବକୁ ଘରେ ଘରେ ପହଂଚାଇବାରେ ତାଙ୍କର ଅବଦାନ ଅତୁଳନୀୟ ଥିଲା ବୋଲି ଆଜି ଅନୁଷ୍ଠିତ ତାଙ୍କର ସ୍ମୃତି ଚାରଣ ସଭାରେ ଅତିଥି ମାନେ ମତ ପ୍ରକାଶ କରିଛନ୍ତି। ଆଇନଜୀବୀ ପ୍ରଫୁଲ୍ଲ ସାମଲ ଏବଂ ଶ୍ରୀରାମ ମହାଯଜ୍ଞ ସମିତିର ସମ୍ପାଦକ ସ୍ୱାଧୀନ ସୁନ୍ଦର ଦାସଙ୍କ ସଞ୍ଚାଳନରେ ଓଡ଼ିଶା ସରକାରଙ୍କର ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ନରେନ ପଲେଇ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଧାମନଗର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଅଶୋକ ନାୟକ, ଭଦ୍ରକ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ମଳୟ କୁମାର ଜେନା, ଶ୍ରୀରାମ ମହାଯଜ୍ଞ ସମିତିର ସଭାପତି ଆଇନଜୀବୀ ନିତ୍ୟାନନ୍ଦ ନାୟକ, ସମ୍ପାଦକ ସ୍ୱରୂପା ନନ୍ଦ ମହାପାତ୍ର, ସଂଯୋଜକ ଗୋବିନ୍ଦ ଚନ୍ଦ୍ର ରାଉତ, ପ୍ରାକ୍ତନ ଉପ ସଭାପତି ଅମ୍ବିକା ପ୍ରସନ୍ନ ଦାସ, ବରିଷ୍ଠ ସମାଜସେବୀ ନାଟ୍ୟକାର ସୁଧାଂଶୁ ନାୟକ, ତ୍ୟାଗଭୂମୀ ସାହିତ୍ୟ ସମ୍ମେଳନର ସଭାପତି ଅଜୟ କୁମାର ନାୟକ, ବରିଷ୍ଠ ଚିକିତ୍ସକ ତଥା ସମାଜସେବୀ ଡ. ପ୍ରଦୀପ କୁମାର ନାୟକ, ଭଦ୍ରକ ଓକିଲ ସଂଘର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଉପ ସଭାପତି ବୁଦ୍ଧିରାମ ପାଣିଗ୍ରାହୀ, ବରିଷ୍ଠ ଅଧିବକ୍ତା ଜତିକାନ୍ତ ନାୟକ, ଶିବ ପ୍ରସାଦ ମହାନ୍ତି, ବିଷ୍ଣୁ ମୋହନ ମହାପାତ୍ର, ସନାତନ ଦୀକ୍ଷିତ, ଗଦାଧର ବଳ, ବନମାଳୀ ଜେନା, ବେଣୁଧର ମଲ୍ଲିକ, ତାହେର ମହମ୍ମଦ, ବିଚିତ୍ର ନନ୍ଦ ଜେନା, ଅମର ବାରିକ, ବରିଷ୍ଠ ସାମ୍ବାଦିକ ଅଶୋକ ନାୟକ, କାଉନସିଲର ଦୁର୍ଗା ପ୍ରସନ୍ନ ଦାସ, ମନ୍ତ୍ରଙ୍କ ପ୍ରତିନିଧି ଅଶୋକ ପୁହାଣ, ବରିଷ୍ଠ ସମାଜସେବୀ ଶ୍ରୀହର୍ଷ ସ୍ୱାଇଁ, ପ୍ରଭାତ ଜେନା, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରାମ ଚନ୍ଦ୍ର ପଣ୍ଡା, ବରିଷ୍ଠ ଶିକ୍ଷାବିତ୍ ଗୟାଧର ପଣ୍ଡା, ପଦ୍ମନାଭ ତ୍ରିପାଠୀ ପ୍ରମୁଖ ସ୍ମୃତି ଚାରଣ କରିଥିଲେ। ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡା, ଶ୍ରୀରାମ ମହାଯଜ୍ଞ ସମିତିର କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ଭଦ୍ରକ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ଼. ଦୁର୍ଗା ଶଙ୍କର ଦାସ ଏବଂ ବରିଷ୍ଠ ସମାଜସେବୀ ବଦ୍ରୀ ନାରାୟଣ ଧଳ ତାଙ୍କ ବାସ ଭବନରେ ପହଞ୍ଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ସାହିତ୍ୟିକ କଲ୍ଲୋଳ କୁମାର ଲେଙ୍କାଙ୍କ ସଂଯୋଜନାରେ ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମୃତି ପତ୍ରିକା ‘ସ୍ମୃତି ପଥେ ନ୍ୟାୟର ପଥିକ’ ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଥିଲା। ଶ୍ରଦ୍ଧାଞ୍ଜଳୀ ସଭାକୁ ଶ୍ରୀରାମ ମହାଯଜ୍ଞ ସମିତିର ସାଧାରଣ ସମ୍ପାଦକ ଶରତ ପଢ଼ିଆରୀ, କୈଳାସ ସାହୁ, ପୁରୁଷୋତମ ମହାନ୍ତି, ପ୍ରଦୀପ ପୁହାଣ, ସଞ୍ଜୀବ ମହାନ୍ତି, ବିଭୁ ପ୍ରସାଦ ସ୍ୱାଇଁ, ସଞ୍ଜୟ ରାଉତ, ଶିବ ଶଙ୍କର ଦାସ, ବୃନ୍ଦାବନ ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ହାଇସ୍କୁଲ ପରୀକ୍ଷାରେ ଭଦ୍ରକ ସହରର ୫ ଟି ବିଦ୍ୟାଳୟର ଟପ୍ପର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସ୍ୱର୍ଗତ ମହାପାତ୍ରଙ୍କ ସୁପୁତ୍ର ବିକାଶ ମହାପାତ୍ର ଅତିଥି ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
Home ଜିଲ୍ଲା ପରିକ୍ରମା ନ୍ୟାୟର ପ୍ରତୀକ ଥିଲେ ଅଧିବକ୍ତା ଦୁର୍ଗା ମହାପାତ୍ର, ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସନ୍ନ ରାୟ ମହାପାତ୍ରଙ୍କ...








