Home ଜିଲ୍ଲା ପରିକ୍ରମା ନୋସ୍କୋ ମୁଖ୍ୟ କାର୍ଯ୍ୟାଳୟ ଘେରାଓ ୨୨ରେ

ନୋସ୍କୋ ମୁଖ୍ୟ କାର୍ଯ୍ୟାଳୟ ଘେରାଓ ୨୨ରେ

20

ବାଲେଶ୍ୱର, ୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବିଦ୍ୟୁତ୍‍କର୍ମଚାରୀ ସଂଘ ସମନ୍ୱୟ ସମିତିର ଆହ୍ୱାନକ୍ରମେ ୫ଟି ଜିଲାରେ କାର୍ଯ୍ୟରତ ବିଦ୍ୟୁତ୍‍ଶ୍ରମିକ କର୍ମଚାରୀ ଆସନ୍ତା ୨୨ ତାରିଖ ଦିନ ରେମୁଣା ଗୋଲେଇସ୍ଥିତ ନେସ୍କୋ ମୁଖ୍ୟ ଦପ୍ତରକୁ ଘେରାଉ କରିବା ନେଇ ନିଷ୍ପତି ନେଇଛନ୍ତି। ବିକ୍ଷୋଭ ପ୍ରଦର୍ଶନ ପାଇଁ ନିଷ୍ପତ୍ତି ନେଇଛନ୍ତି। ତା’ ପରଦିନଠାରୁ କର୍ତ୍ତୃପକ୍ଷଙ୍କୁ ସମସ୍ତ କ୍ଷେତ୍ରରେ ଅସହଯୋଗ କରାଯିବ ବୋଲି ଏକ ପ୍ରେସ୍ ବିବୃତ୍ତିରେ ସମନ୍ୱୟ ସମିତିର ସାଧାରଣ ସମ୍ପାଦକ ତାରାକାନ୍ତ ପଟ୍ଟନାୟକ ଜଣାଇଛନ୍ତି। ବିଦ୍ୟୁତ୍ ଶ୍ରମିକ କିମ୍ବା ବିଦ୍ୟୁତ୍ ଗ୍ରାହକଙ୍କ ସମସ୍ୟା ସମାଧାନ ନକରି ନେସ୍କୋର ପଦସ୍ଥ ଅଧିକାରୀ ବ୍ୟାପକ ଦୁର୍ନୀତିରେ ଲିପ୍ତଥିବା ସମ୍ପର୍କରେ ସମନ୍ୱୟ ସମିତି ଅଭିଯୋଗ କରିଛି। ଅନ୍ୟପକ୍ଷରେ ନିମ୍ନମାନର ବିଦ୍ୟୁତ୍ ଉପକରଣର ବହୁଳ ବ୍ୟବହାର ଯୋଗୁଁ ବିଦ୍ୟୁତ୍ ଉପଭୋକ୍ତାମାନେ ସଠିକ୍ ସେବା ପାଇ ପାରୁନାହାନ୍ତି। ଫଳରେ ଶ୍ରମିକମାନେ ବିଦ୍ୟୁତ୍ ଗ୍ରାହକମାନଙ୍କ କ୍ରୋଧର ଶୀକାର ହେଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଆରୋପ ଉଠାଇଛନ୍ତି। ସାମୂହିକ ସ୍ୱାର୍ଥକୁ ଦୃଷ୍ଣିରେ ରଖି ଶ୍ରମିକ କର୍ମଚାରୀମାନେ ଆସନ୍ତା ୨୨ ତାରିଖରେ ନେସ୍କୋ ମୁଖ୍ୟ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ତହ୍ୟିଆର ଦିନଠାରୁ ଅସହଯୋଗ ଆନ୍ଦୋଳନରେ ସାମିଲ ହେବାକୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.