Home ଜିଲ୍ଲା ପରିକ୍ରମା ସୋର ବିଧାୟକଙ୍କ ବାହନଗା ବ୍ଲକ ଗସ୍ତ ଅବସରରେ

ସୋର ବିଧାୟକଙ୍କ ବାହନଗା ବ୍ଲକ ଗସ୍ତ ଅବସରରେ

36

ବାହାନଗା,୮ା୧୨(ଭାରତୀ ଦାସ/ ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ବିଭିନ୍ନ ସ୍ଥାନକୁ ସୋର ବିଧାୟକ ପର୍ଶୁରାମ ଧଡ଼ା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଓ ଉଦଘାଟନ କରିଥିବାର ଜଣାପଡ଼ିଛି । କଲ୍ୟାଣୀ ପଞ୍ଚାୟତ ରୋହଳା ସ୍ଥିତ ଦଧିବାବନ ଜୀଉଙ୍କ ମନ୍ଦିରର ନବୀକରଣ ନିମନ୍ତେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଦ୍ୱାରା ଦିଆ ଯାଇଥିବା ୫ଲକ୍ଷ ଟଙ୍କାର କାର୍ଯ୍ୟ ନିମନ୍ତେ ଶୁଭ ପ୍ରଦାନ କରିଥିଲେ । ପରେ କଲ୍ୟାଣୀ ଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ଶ୍ରୀଶ୍ରୀ ଠାକୁର ନିଗମାନନ୍ଦ ପରମହଂସଙ୍କର ମନ୍ଦିର ପରିଦର୍ଶନ କରିଥିଲେ । ପରେ ପଞ୍ଚାୟତ ବାସୀଙ୍କର ସୁବିଧା ନିମନ୍ତେ ଏକ ଜନସେବା କେନ୍ଦ୍ରର ଉଦଘାଟନ କରିଥିଲେ ।ଏହି ବ୍ଲକ ନୂଆପୁର ଠାରେ ହେବାକୁ ଥିବା ସୂଦର୍ଶନ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସବୁ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଧଡ଼ାଙ୍କ ସହ ନିଳାମ୍ବର ମହାଳିକ, ପ୍ରଭାକର ମିଶ୍ର, ଉଦୟନାରାୟଣ ମହାପାତ୍ର, କାର୍ତ୍ତକ ଚନ୍ଦ୍ର ବିଶ୍ୱାଳ, ସୁଧାଂଶୁ ଶେଖର ଜେନା, ମହେନ୍ଦ୍ର ମହାକୁଡ଼, ରତ୍ନାକର ମହାଳିକ, ମହେଶ୍ୱର ବେହେରା, ପ୍ରତାପ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ପରେ ଗୋପାଳପୁର ପଞ୍ଚାୟତ ଜୁଣିଆରେ ଚାଲୁ ରହିଥିବା ଶିଶୁ ଉଦ୍ୟାନର କାର୍ଯ୍ୟ ର ପରିଦଦର୍ଶନ କରିଥିଲେ । ତାଙ୍କ ସହ ପଞ୍ଚାୟତର ସରପଞ୍ଚ ଯୋଗେଶ ଚନ୍ଦ୍ର ପତି ଓ ଯୁବ ନେତା ଅଶ୍ୱନୀ ମହାପାତ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.