Home ଜିଲ୍ଲା ପରିକ୍ରମା ନୂତନ ଭଦ୍ରକ ମେଡିକାଲ ପଚେରୀ ନିର୍ମାଣ ପ୍ରସଙ୍ଗ, ଜିଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ...

ନୂତନ ଭଦ୍ରକ ମେଡିକାଲ ପଚେରୀ ନିର୍ମାଣ ପ୍ରସଙ୍ଗ, ଜିଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ଧାରଣାକାରୀ

30

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଜ ବାପ ଗୋସାପ ଅମଳରୁ ଚାଷ ଜମିକୁ ଯାତାୟତ କରିଆସୁଥିବା ପଥରେ ଏବେ ଭଦ୍ରକ ଜିଲା ନୂତନ ଡାକ୍ତରଖାନାର ପାଚେରୀ ନିର୍ମାଣକୁ ବିରୋଧ କରି ଗତ ଦୁଇଦିନ ହେବ ଗଣଧାରଣା ଓ ଆତ୍ମାହୁତି ଚେତାବନୀ ଦେଇଆସୁଥିବା ସ୍ଥାନୀୟ ୪ଟି ଅଂଚଳର ଗ୍ରାମବାସୀ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଧାରଣାକାରୀମାନେ ନିଜ ଜିଦ୍‌ରେ ଅଟଳ ରହିଥିବାବେଳେ ଜିଲା ପ୍ରଶାସନ ଏଭଳି ଏକ ସମ୍ବେଦନଶୀଳ ଘଟଣା ନେଇ ଆଲୋଚନାରେ ବସିଛନ୍ତି । ମାତ୍ର କୌଣସି ସୁଫଳ ମିଳିପାରିନଥିବାର ଜଣାପଡିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ସାମରାଇପୁରରେ ଭଦ୍ରକର ନୂତନ ଡାକ୍ତରଖାନା ନିର୍ମାଣ ଆରମ୍ଭ ହୋଇଛି । ଏହି ଡାକ୍ତରଖାନାର ଚତୁଃର୍ପାଶ୍ୱର୍ରେ ଏଥିପାଇଁ ଏକ ବିରାଟ ପାଚେରୀ ତିଆର ହେଉଛି । ଏହି ପାଚେରୀ ନିର୍ମାଣ ହେବା ଦ୍ୱାରା ଗେଲପୁର ପଂଚାୟତର ୪ ରୁ ଉର୍ଦ୍ଧ୍ୱ ଗ୍ରାମର ଗ୍ରାମବାସୀମାନେ ଚାଷକାର୍ଯ୍ୟ ନେଇ ଅସୁବିଧାର ସମ୍ମୁଖୀନ ହେବା ସହ ସେମାନଙ୍କର ଘରବାଡି ଓ ଚାଷଜମିକୁ ଯାତାୟତ ପାଇଁ ଏହା ବାଧକ ହେବ । ଫଳରେ ସେମାନେ ଚାଷକାର୍ଯ୍ୟ କରିବାକୁ ଯାଇପାରିବେ ନାହିଁ । ଏଣୁ ଏହି ପାଚେରୀ ନିର୍ମାଣକୁ ବିରୋଧ କରି ଏହି ଗ୍ରାମବାସୀମାନେ ଆମରଣ ଅନଶନରେ ବସିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.