Home ଓଡ଼ିଶା କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ବିରୁଦ୍ଧରେ ସଂଗ୍ରାମ କରି ଶହୀଦ ହୋଇଥିବା କୃଷକ ମାନଙ୍କ...

କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ବିରୁଦ୍ଧରେ ସଂଗ୍ରାମ କରି ଶହୀଦ ହୋଇଥିବା କୃଷକ ମାନଙ୍କ ଉଦ୍ଦେଶ୍ୟରେ ଦୀପ ଦାନ

16

ଭୁବନେଶ୍ୱର ୮-୧ (ଓଡ଼ିଆ ପୁଅ) – କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁକରାଯାଇଥିବା ନୂତନ କୃଷି ଆଇନ ବିରୁଦ୍ଧରେ ସଂଗ୍ରାମ କରି ଆନ୍ଦୋଳନରେ ଶହୀଦ ହୋଇଥିବା ୬୦ରୁ ଉର୍ଦ୍ଧ ଅମର କୃଷକମାନଙ୍କ ଆତ୍ମାର ସଦ୍‌ଗତି ଉଦ୍ଦ୍ୟେଶରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ସଭାପତି ଡ. ସ୍ମୁତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଯୁବକଂଗ୍ରେସ କର୍ମୀମାନେ ମାଷ୍ଟର କ୍ୟାଂଟିନ ଛକରେ ସଂଧ୍ୟା ୬ ଘଟିକାରେ ୬ ମିନିଟ୍ ପାଇଁ ନୀରବ ପ୍ରାର୍ଥନା ଓ ଦୀପ ଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କେନ୍ଦ୍ର ସରକାରଙ୍କ ଏହି କଳା ଆଇନରେ କେବଳ ପୁଞ୍ଜିପତି ଓ କର୍ପୋରେଟ ହାଉସ ଲାଭବାନ ହେବାବେଳେ ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ, ମଣ୍ଡି, ଚୁକ୍ତିଭିତିକ ଚାଷ ଓ ଅତ୍ୟାବଶ୍ୟକ ସାମଗ୍ରୀ କ୍ଷେତ୍ରରେ ବହୁ ଦୁର୍ଦ୍ଦଶାରେ ସମ୍ମୁଖିନ ହେଉଛନ୍ତି ଏହାର ପ୍ରତିବାଦରେ ସମଗ୍ର ଦେଶରେ ଅନ୍ନଦାତା ମାନେ ନିଜର ହକ ପାଇଁ ଏହି କଳା ଆଇନକୁ ବିରୋଧ କରି କୃଷକ ମାନେ ଆନ୍ଦୋଳନ କରୁଛନ୍ତି କିନ୍ତୁ ଅହଂକାରୀ କେନ୍ଦ୍ରସରକାର ଚାଷୀମାନଙ୍କ କଥାକୁ ଭୃକ୍ଷେପ ନକରି ସେମାନଙ୍କୁ ଦମନ କରିବାପାଇଁ ଚେଷ୍ଟା କରୁଛନ୍ତି ଏହାକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମତିରଞ୍ଜନ ଲେଙ୍କା

ଆଜିର ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସର ଉପସଭାପତି ମହମ୍ମଦ ଅଲ୍ଲୀ, ରାଜୀବ ପଟ୍ଟନାୟକ, ନଳିନୀକାନ୍ତ ନାୟକ, ବିଶ୍ୱରଞ୍ଜନ ଦାସ, ଆର୍ଯ୍ୟବୀର ଲେଙ୍କା, ସମ୍ରାଟ କେଶରୀ ଜେନା, ସ୍ୱାଗତ କର, ଆଶୁତୋଷ ଲେଙ୍କା, ମାହେ ନିଖତ, ଆଦିତ୍ୟ ପରିଡ଼ା, ବବିତା ବଡ଼ ପଣ୍ଡା, ଆକୁବ୍ୟ ଖାନ, ଇତିସ୍ମିତା ପାତ୍ର, ଗୋପନ ମାର୍ଥା, ରିତୁଲ ମହାରଣା, ସୁନିଲ ନାୟକ, ରମ୍‌ଜାନ୍ ଅଲ୍ଳୀ, ଗୋକୁଳ ସିହ୍ନା, ରାଜା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.