Home ଓଡ଼ିଶା ନିର୍ବାଚନ ପାଇଁ ମାଲକାନଗିରି ପୁଲିସ ପକ୍ଷରୁ ଛତିଶଗଡ ସୀମାନ୍ତରେ ନାକାବନ୍ଦି, ଯାନବାହନ ଯାଞ୍ଚ

ନିର୍ବାଚନ ପାଇଁ ମାଲକାନଗିରି ପୁଲିସ ପକ୍ଷରୁ ଛତିଶଗଡ ସୀମାନ୍ତରେ ନାକାବନ୍ଦି, ଯାନବାହନ ଯାଞ୍ଚ

284

ମାଲକାନଗିରି, ୩୧ା୩ (ଓଡିଆ ପୁଅ ) ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ସେତେ ଅଧିକ ତତ୍ପରତା ପ୍ରକାଶ ପାଇବାରେ ଲାଗିଛି। ମାଲକାନଗିରି ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳେ ମାଲକାନଗିରି ଥାନା ଅଧିକାରୀ ରଂଜନ କୁମାର ସାହୁ ଙ୍କ ନେତୃତ୍ୱରେ ଏଏସଆଇ ଏମ.ବିଡିକା, ହାବିଲଦାର ପ୍ରତାପ ପାତ୍ର ପ୍ରମୁଖ ପୁଲିସ ସଦଳ ବଳ ମାଲକାନଗିରି ସୁକୁମା ମୁଖ୍ୟରାସ୍ତା ଓ ଛତିଶଗଡ ସୀମାନ୍ତ ବର୍ତି ଚାଲାଣଗୁଡା ପଞ୍ଚାୟତ ଅଞ୍ଚଳରେ ନାକା ବନ୍ଦି ଆରମ୍ଭ କରିଦେଇଛନ୍ତି। ମାଲକାନଗିରିରୁ ଛତିଶଗଡ଼, ସୁକୁମା, ଜଗଦଲପୁର, ରାଇପୁରକୁ ଚଳାଚଳକରୁଥିବା ସମସ୍ତ ଯାନବାହନ ଗୁଡିକୁ ଅଟକାଇ ଖନାତଲାସି ସହ ଯାଞ୍ଚ କରିଛନ୍ତି। ଏହି ଅଞ୍ଚଳଟି ମାଓପ୍ରବଣ ହୋଇଥିବାରୁ ଚୋରାଗଞ୍ଜେଇ ଚାଲାଣସହ ମାଓବାଦୀଙ୍କ ପାଇଁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଓ ବିସ୍ପୋରକ ଦ୍ରବ୍ୟ କାଳେ କୌଣସି ଯାନବାହନରେ ଚାଲାଣ ହେବାର ଆଶଙ୍କାକୁ ଆଖି ଆଗରେ ରଖି ଛତିଶଗଡ ରାଜ୍ୟ ସୀମାନ୍ତରେ ପୁଲିସ ପକ୍ଷରୁ ନାକାଚେକ୍ ଚାଲିଛି। ଏହା ବ୍ୟତିତ ଚଳିତ ସାଧାରଣ ନିର୍ବାଚନକୁ ସ୍ୱଚ୍ଛ, ବିପଦମୁକ୍ତ ଓ ଶାନ୍ତି ଶୃଙ୍ଖଳାର ସହିତ ସାରିବା ପାଇଁ ମାଓପ୍ରବଣ ଅଞ୍ଚଳରେ ପୁଲିସ ଓ ଜବାନ ମାନଙ୍କ ପକ୍ଷରୁ ଯୋରଦାର କମ୍ବିଂ ଓ ସର୍ଚଅପରେସନ ସାଙ୍ଗକୁ ସୀମାନ୍ତ ବର୍ତି ଅଞ୍ଚଳ ଗୁଡିକୁ ସିଲ କରାଯାଇ ବ୍ୟାପକ ଭାବେ ଯାନବାହନ ଖନତାଲାସି ଚାଲିଥିବାର ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.