Home ଓଡ଼ିଶା ମା ଛେଉଣ୍ଡ ୫ ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଟ ଲାଇନ

ମା ଛେଉଣ୍ଡ ୫ ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଟ ଲାଇନ

521

ମାଲକାନଗିରି, ୩୧ା୩ (ଓଡିଆ ପୁଅ ) ମାଲକାନଗିରି ସହରରେ ଭୋକ ବିକଳରେ ଘୁରିବୁଲୁଥିବା ଜଣେ ମା ଛେଉଣ୍ଡ ୫ ବର୍ଷର ଶିଶୁ କନ୍ୟାକୁ ଆଜି ଚାଇଲ୍ଡ ଲାଇନ ଉଦ୍ଧାର କରି ତାର ସୁରକ୍ଷା ନିମନ୍ତେ ଶିଶୁ ଗୃହକୁ ପଠାଇ ଦେଇଛି। ଏହି ଶିଶୁଟି ଅନାଥପରି ହୋଇ ମାଲକାନଗିରି ଡିଏନକେ ଛକଠାରେ ଘୁରିବୁଲିବା ଯିଏ ଯାହା ଦେଲେ ଖାଇଦେଇ ଏକ ପାନଦୋକାନ ବାରଣ୍ଡାରରେ ଶୋଇବା ଓ ତା ସଙ୍ଗେ ଖେଳିବାକୁ କିଏ ନଥିବାରୁ ଏକ କୁକୁର ଛୁଆସଙ୍ଗେ ଖେଳୁଥିବାର ଫଟୋ ମୋବାଇଲ ରେ ଭାଇରାଲ ହେବାପରେ ଆଜି ଜଣେ ଶିକ୍ଷିତ ଯୁବକ ଜିଲ୍ଲା ଶିଶୁ ସୁରକ୍ଷା କମିଟିକୁ ଫୋନ କରିଥିଲେ। ଏ ସଂପର୍କରେ ଜାଣିବା ପରେ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ନାରାୟଣ ଦାସ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଲିଗାଲ ଆଡଭାଇଜ ସତ୍ୟଜିତ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଚାଇଲ୍ଡଲାଇନର ସଂଯୋଜିକା ଶୁକାନ୍ତି ବିଶ୍ୱାଳ ସେ ଶିଶୁଟିକୁ ଖୋଜି ବୁଲିଥିଲେ। ପ୍ରବଳ ଖରାରେ ବୁଲି ବୁଲି ସେ ଶିଶୁଟିକୁ ମାଲକାନଗିରି ସହର ନିକଟ ଲାଠିଆଗୁଡା ଗ୍ରାମର ଏକ ବାଲିଗଦାରେ ଖେଳୁଥିବାର ଦେଖି ତାକୁ ଆଜି ମଧ୍ୟାହ୍ନରେ ଉଦ୍ଧାରକରି ଆଣିଥିଲେ। ଉଦ୍ଧାର ହୋଇଥିବା ଶିଶୁଟିକୁ ପରିବର୍ତ୍ତନ ଶିଶୁଗୃହରେ ରଖି ତାର ଖାଦ୍ୟପେୟ ବ୍ୟବସ୍ଥା କରି କାଉଁସିଲିଂ କରିବା ପରେ ଉକ୍ତ ଶିଶୁଟିର ପରିଚୟ ମିଳିଥିଲା। ଉଦ୍ଧାର ହୋଇଥିବା ଶିଶୁଟିର ନିଜ ଘର ଲାଠିଆଗୁଡା ଗ୍ରାମରେ ସେ ଯେତେବେଳେ ୨ ବର୍ଷର ହୋଇଥିଲା ତା’ର ମା ପାଗଳି ହୋଇ ତାକୁ ଛାଡିଦେଇ କେଉଁ ଆଡେ ପଳାଇଥିଲା। ଶିଶୁର ବାପା ମହୋନ ନାଗ ଜଣେ ଅତ୍ୟନ୍ତ ଗରିବ ହୋଇଥିବାରୁ ପରଘରେ ମୂଲ ମଜୂରୀ ଲାଗି ବହୁକଷ୍ଟରେ ବାପ ଝିଅ ଚଳିଥାନ୍ତି। ସ୍ତ୍ରୀ ଘର ଛାଡି ପଳାଇ ଗଲାପରେ ମହୋନ ଏକରକମର ପାଗଳ ପ୍ରାୟ ହୋଇ ମଦ୍ୟପାନ କରି ଯେଉଁ ଠି ପାରେ ସେଠି ରହିଯାଉଥିବାରୁ ଉକ୍ତ ଶିଶୁଟି ନିରୁପାୟ ହୋଇ ପେଟ ବିକଳରେ ବଜାର ଘାଟରେ ବୁଲି ଥାଏ, ଦୟାପାଇ ଯିଏ ଯାହା ଦେଲେ ସେ ଖାଇ ଦୋକନ ବାରଣ୍ଡାରେ ତ ଆଉକେତେ ବେଳେ ନିଜଘରେ ବାପାଙ୍କ ନିକଟରେ ରହିଥାଏ। ଗତ କିଛି ଦିନହେଲା ଶିଶୁଟିର ବାପାଙ୍କ ଦେହ ଅସୁସ୍ଥ ହୋଇପଡିଥିବାରୁ ଘରେ କିଛି ଖାଇବାକୁ ନଥିବାରୁ ଶିଶୁଟି ସହରରେ ଏକ କୁକୁର ଛୁଆ ସହିତ ଖେଳି ତାକୁ ନିଜ କାନ୍ଧରେ ବୋହି ଘୁରି ବୁଲୁଥିବାର ଦେଖିବାକୁ ମିଳିଥିଲା। ଏହାକୁ କେହି ମୋବାଇଲରେ ଫଟୋ ଉଠାଇ ଭାଇରାଲ କରିଦେବା ପରେ ଜିଲ୍ଲା ପ୍ରଶାସନର ନଜର ପଡିଥିଲା। ସେ ଶିଶୁଟିକୁ ଉଦ୍ଧାର କରାଯାଇ ସୁରକ୍ଷିତ ଭାବେ ଶିଶୁ ଗୃହରେ ରଖା ଯାଇଛି। ଶିଶୁଟିକୁ କୌଣସି ଏକ ବିଦ୍ୟାଳୟର ଛାତ୍ରୀନିବାସରେ ରଖାଯାଇ ତାକୁ ପାଠପଢାଇବା ସହ ଶିଶୁଟିର ଉପଯୁକ୍ତ ଭାବେ ଥଇଥାନ ର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଦାସ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.