Home ଜିଲ୍ଲା ପରିକ୍ରମା ନିଜ ଇଛାରେ କାର୍ଯ୍ୟଚୟନ ଜରୁରୀ

ନିଜ ଇଛାରେ କାର୍ଯ୍ୟଚୟନ ଜରୁରୀ

54

ପୁରୀ ୨୫-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ନିଜ ଇଛାରେ କାର୍ଯ୍ୟଚୟନ କଲେ ଅଧିକ ସଫଳତା ମିଳିଥାଏ ବୋଲି ୟୁଥ ହଷ୍ଟେଲ ଠାରେ ଅନୁଷ୍ଠିତ କ୍ୟାରିଅର କାଉନସେଲିଙ୍ଗ ବୈଠକରେ ବିଶିଷ୍ଠ ବ୍ୟକ୍ତି ମାନେ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ୟୁଥ ହଷ୍ଟେଲ ଠାରେ ୟୁନିସେଫ ସହଯୋଗରେ ଏକ କ୍ୟାରିଅର କାଉନସେଲିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୟୁନିଶେଫରେ ଜିଲ୍ଲା କୋଡିନେଟର ସୁମିତା ରାଣୀ ଘୋଷ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ବସ୍ତିଆ, ୟୁଥ ଆଇକନ ସୁକାନ୍ତ କୁମାର ମହାନ୍ତି, ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ସଂଯୋଜକ ଜୟଶଙ୍କର ଯୋଶୀ ଓ ଶ୍ୟାମ ପ୍ରକାଶ ସେନାପତି ପ୍ରମୁଖ ଯୋଗଦେଇ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଵେଛାସେବୀ ସଂଗଠନ, ବିଭିନ୍ନ ବର୍ଗର ଯୁବକ, ଯୁବତୀମାନେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.