Home ଓଡ଼ିଶା ହାତୀ ପାଦ ତଳେ ଚାଲିଗଲା ମେଧାବୀ ଛାତ୍ରୀଙ୍କ ଜୀବନ

ହାତୀ ପାଦ ତଳେ ଚାଲିଗଲା ମେଧାବୀ ଛାତ୍ରୀଙ୍କ ଜୀବନ

537

ପାଟଣା ୧୦-୧ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଗୋଠ ଛଡା ଦନ୍ତାର ଉତ୍ପାତ ଜାରି ରହିଛି ସାହରପଡା ବ୍ଲକ ତେଣ୍ଡେରା ପଞ୍ଚାୟତ ହରିହରପୁର ଗାଁ ରେ ପଶି ଜଣେ ୭ ବର୍ଷର ଶିଶୁ କନ୍ୟାକୁ ଦଳି ମରିଦେଇଛି ଦନ୍ତା ଗ୍ରାମର ଶୈଳେନ୍ଦ୍ରୀ ମହାନ୍ତ ଙ୍କ ୬ ବର୍ଷର ଝିଅ ସସ୍ମିତା ମହାନ୍ତ କୁ କଚାଡି ମାରିଦେଇଛି ହାତୀ। ସସ୍ମିତା ଆସନ୍ତା କାଲି ନବଦୋୟ ପରୀକ୍ଷା ଦେଇଥାନ୍ତେ। କିଛି ଦିନ ତଳେ ବାପା ବଜ୍ରାଘାତରେ ମୃତ୍ୟୁ ବରଣ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ପାଟଣା ରେଞ୍ଜ ଅଞ୍ଚଳରେ ୫ ରୁ ଉର୍ଦ୍ଧ୍ବ ଘର ଭାଙ୍ଗିଥିବା ବେଳେ ସନ୍ଧ୍ୟାରେ ଗାଁରେ ପଶି ଜଣେ ଶିଶୁ କୁ ମାରିଦେଇଥିବାରୁ ଗାଁ ରେ ଉତ୍ତେଜନା ଦେଖାଦେଇଛି। ବନ ବିଭାଗ ହାତୀ ଘଉଡାଇବା ରେ ବିଫଳ ଯୋଗୁଁ ଏ ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.