Home ଓଡ଼ିଶା ଓଡିଶା ମାଟିରେ  ପଡୋଶୀ ଆନ୍ଧ୍ରର ନିର୍ବାଚନ ଶେଷ

ଓଡିଶା ମାଟିରେ  ପଡୋଶୀ ଆନ୍ଧ୍ରର ନିର୍ବାଚନ ଶେଷ

24

କୋରାପୁଟ ୧୩-୦୨(ଓଡିଆ ପୁଅ /ରଂଜନ ଦାସ) ଓଡିଶା ମାଟିରେ ପଡୋଶୀ ଆନ୍ଧ୍ର ଆଜି ପଂଚାୟତ ନିର୍ବାଚନ କରିଛି । ପଟ୍ଟାଙ୍ଗୀ ବ୍ଲକର ବିବାଦୀୟ  କୋଟିଆ ପଂଚାୟତର ଫାଟୁସିନେରୀରେ ଆନ୍ଧ୍ରର ପଂଚାୟତ ନିର୍ବାଚନ ନିମନ୍ତେ େଭୋଟ ଗ୍ରହଣ କରାଯାଇଥିଲା  । ସୂଚନା ଥାଉକି ଯେ କୋଟିଆ ପଂଚାୟତର ୨୧ଟି ବିବାଦୀୟ ଗ୍ରାମକୁ ନେଇ ଆନ୍ଧ୍ର ସରକାର  ଫାଟୁସିନେରୀ,ଫଗୁଣସିନେରା ଓ ତଳଗଂଜେଇପଦର ୩ଟି ପଂଚାୟତ ଗଠନ କରିଛନ୍ତି । ଆଜି ଆନ୍ଧ୍ରରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ ଫାଟୁସିନେରୀ ପଂଚାୟତରେ ଭୋଟ ଗ୍ରହଣ କରାଯାଇଛି । ଫାଟୁସିନେରୀ ପଂଚାୟତରେ  କୋଟିଆର ବିବାଦୀୟ  ଚିକିପାର ,କୋନାଦରା,ଡୋଳିଆମ୍ବ,ବର୍ଣାପାଡୁ,ଫାଟୁସିନେରୀ ସମେତ ଆନ୍ଧ୍ର ପ୍ରଦେଶର ଏଲିଙ୍ଗିବାଲସା ଓ ବନଙ୍ଗବାଲସା ରହିଛି । ଫାଟୁସିନେରୀ ଚର୍ଚରେ ଭୋଟ ଗ୍ରହଣ କେନ୍ଦ୍ର ଖୋଲା ଯାଇ ଶନିବାର ସକାଳ ୬ଘ.୩୦ ମିନିଟରୁ ଭୋଟ ଗ୍ରହଣ କରାଯାଇ ୧ଘ.୩୦ ମିନିଟରେ ଭୋଟଦାନ ଶେଷ ହୋଇଥିଲା । ଫାଟୁସିନେରୀ ପଂଚାୟତରେ ମୋଟ ୫୪୦ ମହିଳାଙ୍କ ସମେତ ୧୦୨୫ଜଣ ଭୋଟର ଥିବାବେଳେ ନିର୍ବାଚନରେ ୨ଜଣ ସରପଂଚ ପ୍ରାର୍ଥୀ ଓ ୮ଟି ୱାର୍ଡରେ ୧୬ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ । ୨ ସରପଂଚ  ପ୍ରାର୍ଥୀଙ୍କ ମଧ୍ୟରେ ଓଡିଶାର ମାଳତୀ ହେଲେକା  ନିର୍ବାଚନ ଲଢୁଥିବାବେଳେ ଆନ୍ଧ୍ରର ସୀମାଂଚଳ ଦୋରା ପ୍ରାର୍ଥୀ ହୋଇଛନ୍ତି । ଶନିବାର ସକାଳେ ଭୋଟ ଗ୍ରହଣ କେନ୍ଦ୍ରରେ ପ୍ରବଳ ଭିଡ ଲାଗି ରହିଥିବା ଦେଖିବାକୁ ମିଳିଥିଲ । ଆନ୍ଧ୍ର ପ୍ରଶାସନ ଦ୍ୱାରା  ମତଦାତାଙ୍କୁ ଗାଡିରେ ଭୋଟ ଗ୍ରହଣ କେନ୍ଦ୍ର ଯାଏ ବୁହା ହେଉଥିବାବେଳେ ଖାଦ୍ୟ ପାନୀୟ ବ୍ୟବସ୍ଥା  କରା ଯାଇଥିଲା । କୋଟିଆକୁ ନେଇ ସର୍ବୋଚ ନ୍ୟାୟାଳୟରେ  ମାମଲା ଚାଲିଥିବାବେଳେ ଆନ୍ଧ୍ରର ଏଭଳି ଜବରଦସ୍ତ ନିର୍ବାଚନକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାୀଇଛି । କୋରାପୁଟ ଜିଲାପାଳ ମହମ୍ମଦ ଅବଦ୍ଦୁଲ ଅଖତାର ଗତକାଲି ବିଜୟନଗରମ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ବାଚନ ସ୍ଥଗତି ରଖିବାକୁ ଅନୁରୋଧ କରିଥିଲେ ତଥାପି ଆନ୍ଧ୍ର ପ୍ରଶାସନ ସେଥିପ୍ରତି ଗୁରୂତ୍ୱ ନଦେଇ ନିର୍ବାଚନ ଆୟୋଜନ କରିଥିଲା ।ଆଜି ମଧ୍ୟ ଜିଲ୍ଲାପାଳଙ୍କ ଉକ୍ତ ଚିଠିକୁ ରିଟର୍ଣ୍ଣିଂ ଅଫିସର ପ୍ରଦାନ କରାଯାଇଥିଲା । ୧୦୨୫ ଭୋଟରଙ୍କ ମଧ୍ୟରୁ ୬୧୫ ଜଣ ଭୋଟ ପ୍ରଦାନ କରିଥିବା ବେଳେ ଏଥିରେ ୩୦୯ ଜଣ ପୁରୁଷ ଓ ୩୦୬ ଜଣ ମହିଳା ଅନ୍ତର୍ଭୂକ୍ତ ରହିଥିଲେ ।କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଥମେ ପଟ୍ଟାଙ୍ଗୀ ତହସିଲଦାର ହରିପଦ ମଣ୍ଡଳ ଫାଟୁସେନେରୀ ଯାଇ  ଉପସ୍ଥିତ ରହିଥିଲେ ।ଆନ୍ଧ୍ର ସରକାର ବେଆଇନ ଭାବେ ନିର୍ବାଚନ କରୁଥିବା ସେ ପ୍ରକାଶ କରିଛନ୍ତି ।ଆନ୍ଧ୍ରର ଆଇପିଏସ ଅଧିକାରୀ ବି. ରାଜା କୁମାରୀ ଫାଟୁସେନେରୀର ବୁଥ ପରିଦର୍ଶନ କରିଥିଲେ ।ପାଠୁସେନେରୀ ବୁଥରେ ଭୋଟଦାନ ପ୍ରକ୍ରୀୟା ଶାନ୍ତପୂର୍ଣ୍ଣ ହେବା ଶେଷ ହୋଇଥିବା ସେ ପ୍ରକାଶ କରିଛନ୍ତି ।କୋରାପୁଟ  ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ , ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟନାୟକ , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ଫାଟୁସେନେରୀ ବୁଥରେ ନିର୍ବାଚନ  ଶେଷ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ ।ସେହିପରି  କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ,ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ , ପଟ୍ଟାଙ୍ଗୀ  ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।ଜିଲ୍ଲା ପ୍ରଶାସନ ତରଫରୁ ଏକ ରଣନିତୀ ପ୍ରସ୍ତୁତ କରାଯାଇ ଭୋଟରମାନଙ୍କୁ ସଚେତନ କରାଇଥିଲେ ସୁଦ୍ଧା ଭୋଟରମାନେ ଭୋଟଦେଇଥିଲେ ।ଫଗୁଣସେନେରୀରେ ଜିଲ୍ଲା ପ୍ରଶାସନ ତରଫରୁ ପେନସନ , ଚାଉଳ ବଂଟନ କରାଯିବା ସହ  ସାଂସ୍କୃତିକ ଦଳ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।କିନ୍ତୁ ଭୋଟରମାନେ ଭୋଟରମାନେ ବୁଥକୁ ଯାଇ ଭୋଟ ଦେଇସାରି ଆସିବା ପରେ  ପରିବେଷିତ ନୃତ୍ୟକୁ ଦେଖୁଥିବା ନଜର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.