Home ଜିଲ୍ଲା ପରିକ୍ରମା ଧାମରା ବୋଟରେ ମାଛ ମାରୁଥିବା ବେଳେ ପ୍ରାଣ ହରାଇଲେ ଧୀବର

ଧାମରା ବୋଟରେ ମାଛ ମାରୁଥିବା ବେଳେ ପ୍ରାଣ ହରାଇଲେ ଧୀବର

42

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ଜଳ ରାଶିରେ ବୋଟରେ ଜଣେ ଧୀବର ମାଛ ମାରୁଥିବା ବେଳେ ପ୍ରାଣ ହରାଇଛନ୍ତି । ଧାମରା ସାମୁଦ୍ରିକ ଥାନାଧିକାରୀ କୃର୍ଷ୍ଣଚନ୍ଦ୍ର ଜାନିଙ୍କ ନିକଟରୁ ପ୍ରକାଶ ।ଆଜି ସକାଳ ସମୟରେ ସାବିତ୍ରି ନାମକ ଏକ ମାଛ ଧରା ବୋଟରେ ସୁଦାମ ମଳିକ(୫୫) ନାମକ ଜଣେ ଧୀବର ମାଛ ମାରୁଥିବା ସମୟରେ ପ୍ରାଣ ହରାଇଛନ୍ତି । ସଂପୃକ୍ତ ବୋଟଟି ବାଲେଶ୍ୱର ବଳରାମ ଗଡିର ହୋଇଥିବା ବେଳେ ମୃତ୍ୟୁ ବରଣ କରିଥିବା ଧୀବର ସୁଦାମ ଙ୍କ ଘର ସୋରୋ ଥାନା ଅର୍ନ୍ତଗତ ଟେଂଟେଇ ଗ୍ରାମର । ଧାମରା ସାମୁ୍‌ଦ୍ରିକ ଥାନାଧିକାରୀ ସଂପୃକ୍ତ ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ଭଦ୍ରକ ଜିଲ୍ଲା ମେଡିକାଲକୁ ପଠାଇଛନ୍ତି । କେଉଁ ପରିସ୍ଥିତିରେ ସଂପୃକ୍ତ ଧୀବର ପ୍ରାଣ ହରାଇଲେ ତାହାର ବିଦ୍ଧିବଦ୍ଧ ତଦନ୍ତ ଚାଲିଛି । ଖବର ଲେଖା ହେବା ପର୍ଯ୍ୟନ୍ତ ବୋଟ ଟିର ମାଲିକ ଆସି ନଥିବା ବେଳେ ସୁଦାମଙ୍କ ପରିବାର ମଧ୍ୟ ପହଂଚି ନଥିବା ଜଣାଯାଇଛି । ଏନେଇ ଧାମରା ସାମୁଦ୍ରିକ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.