Home ଜିଲ୍ଲା ପରିକ୍ରମା ଏସିଡ଼ ଓ ଅନ୍ୟାନ୍ୟ ଆକ୍ରମଣ ପୀଡିତା କ୍ଷତିପୂରଣ ଯୋଜନା ସମ୍ପର୍କିତ ସଚେତନତା ଶିବିର

ଏସିଡ଼ ଓ ଅନ୍ୟାନ୍ୟ ଆକ୍ରମଣ ପୀଡିତା କ୍ଷତିପୂରଣ ଯୋଜନା ସମ୍ପର୍କିତ ସଚେତନତା ଶିବିର

23

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ, ଭଦ୍ରକଙ୍କ ପକ୍ଷରୁ ଏକ ପଥପ୍ରାନ୍ତ ନାଟକ ଏସିଡ଼ ଓ ଅନ୍ୟାନ୍ୟ ଆକ୍ରମଣ ପିଡ଼ିତା କ୍ଷତିପୂରଣ ଯୋଜନା ସମ୍ପର୍କିତ ସଚେତନା ଶିବିର ଭଦ୍ରକ ଜିଲ୍ଲାପାଳଙ୍କ ସମ୍ମୁଖ ଜନସମାଗମ ଭିତରେ ସ୍ୱେଚ୍ଛାସେବୀ (ପି.ଏଲ୍‌.ଭି) ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି ପଥପ୍ରାନ୍ତ ନାଟକରେ ଅନ୍ନପୂର୍ଣ୍ଣା ସାହୁ, କମଳା ମିଶ୍ର, ସସ୍ମିତା ବାରିକ୍‌, ରଞ୍ଜୁଲତା ଗାହାଣ, ଆଲୋକ କୁମାର ଧଳ, ସନ୍ତୋଷ କୁମାର ସ୍ୱାଇଁ, ହୃଦାନନ୍ଦ ନାୟକ, ଉର୍ମିଳା ପଣ୍ଡା ପ୍ରମୁଖ ପି.ଏଲ୍‌ଭି. ମାନେ ଅଭିନୟ ମାଧ୍ୟମରେ ଏସିଡ଼ି ଆକ୍ରମଣର ଶିକାର ହେଉଥିବା ପିଡ଼ିତାଙ୍କୁ କିପରି ପିଡ଼ିତା କ୍ଷତିପୂରଣ ଯୋଜନା ମାଧ୍ୟମରେ ସହାୟତା ଦିଆଯିବ, ସେ ସଂପର୍କରେ ସେଠାରେ ଉପସ୍ଥିତ ହୋଇଥିବା ଜନସାଧାରଣମାନଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ନେହା ଅଗ୍ରୱାଲ ଏହି ପଥପ୍ରାନ୍ତ ନାଟକ ଅନୁଷ୍ଠିତ କରାଇ ଏହାର ସୁପରିଚାଳନା କରିଥିଲେ ।

ଏହି ପରିପ୍ରେକ୍ଷୀରେ ମୁକ୍ତି ରଞ୍ଜନ ଶତପଥୀ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ବିଚାରପତି (ପୋକ୍‌ସୋ) ଭଦ୍ରକ ଏହି ସଚେତନତା ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହେବାରେ ଉତ୍ସାହିତ କରିଥିଲେ । ତତ୍‌ସହିତ ସରକାରୀ ହାଇସ୍କୁଲ, ଭଦ୍ରକ ଠାରେ ଏହି କାର୍ଯ୍ୟକ୍ରମ ସଂପର୍କିତ ସଚେତନା ଶିବିରରେ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ଭଲ ମଣିଷ ହେବା ପାଇଁ ଆହ୍ୱାନ ଦେଇଥିଲେ ଏବଂ କୌଣସି ବିପଦ ପଡ଼ିଲେ ଭାଙ୍ଗି ନଯାଇ ତାର ମୁକାବିଲା କରିବାକୁ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁଷ୍ପଲତା ବାରିକ(ଓ.ପି.ଏସ୍‌), ଡ଼େପୁଟି ଏସ୍‌.ପି.ଏଚ୍‌.ଆର. ପି.ସି. ଭଦ୍ରକ ଅଂଶୁମାନ ଦ୍ୱିବେଦୀ, ଡ଼ି.ଏସ୍‌.ପି. ଭଦ୍ରକ ତଥା ପ୍ୟାନେଲ ଓକିଲ ଡ଼. ତାପସ କୁମାର ମହାନ୍ତି, କାହ୍ନୁଚରଣ ବାରିକ, ରାଜୀବ କୁମାର ବାରିକ, ସୀତାକାନ୍ତ ମହାନ୍ତି, ପ୍ରିୟଙ୍କା ପ୍ରିୟଦର୍ଶନୀ ନାୟକ, ପ୍ରଧାନଶିକ୍ଷୟିତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଭଦ୍ରକ ଶିକ୍ଷକ ମନୋଜ କୁମାର ସାହୁ ପ୍ରମୁଖ ତଥା ଜିଲ୍ଲା ଆଇନସେବା ପ୍ରାଧିକାରଣର କର୍ମଚାରୀଗଣ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.