Home ଜିଲ୍ଲା ପରିକ୍ରମା ଚତୁୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନ: ଖର୍ଚ୍ଚକୁ ବାକି ୨.୧୭କୋଟି

ଚତୁୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନ: ଖର୍ଚ୍ଚକୁ ବାକି ୨.୧୭କୋଟି

28

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନ ବାବଦକୁ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚକୁ ବାକି ଅଛି । ଚଳିତ ସେପ୍ଟେମ୍ବର ସୁଦ୍ଧା ଭଦ୍ରକ ଜିଲାକୁ ଚ୍‌ତୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନ ବାବଦ ୫ କୋଟି ୬ ଲକ୍ଷ ଟଙ୍କାର ଅନୁଦାନ ମିଳିଥିବା ବେଳେ ଖର୍ଚ୍ଚ ହୋଇଛି ୨କୋଟି ୮୯ ଲକ୍ଷ ଟଙ୍କା । ବଳକା ୨କୋଟି ୧୭ ଲକ୍ଷ ଟଙ୍କା ଯଥାଶୀଘ୍ର ଖର୍ଚ୍ଚ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଚାୟତରାଜ ବିଭାଗର ସ୍ୱତନ୍ତ୍ର ସଚିବ । ସଚିବଙ୍କ ଚିଠି (ନଂ୧୯୭୯୨) ଅନୁଯାୟୀ; ଭଦ୍ରକ ସମେତ ୩୦ଟି ଯାକ ଜିଲାରେ ଏହି ଅନୁଦାନ ବାବଟ ମୋଟ ୩୯ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚକୁ ବାକି ଅଛି । ପଡୋଶୀ ବାଲେଶ୍ୱର ଜିଲାକୁ ଅନୁରୂପ ୧୦ କୋଟି ୮୨ ଲକ୍ଷ ଟଙ୍କା ମିଳିଥିବା ବେଳେ ଖର୍ଚ୍ଚ ହୋଇଛି ୮ କୋଟି ୫ ଲକ୍ଷ । ଅର୍ଥାତ ଖର୍ଚ୍ଚକୁ ବକି ଅଛି ୨ କୋଟି ୭୭ ଲକ୍ଷ । ମୟୁରଭଞ୍ଜ ଜିଲାକୁ ୨୯ କୋଟି ୫୫ ଲକ୍ଷ ଟଙ୍କାର ଅନୁଦାନ ମିଳିଥିବା ବେଳେ ଖର୍ଚ୍ଚ ସରିଛି ୨୭ କୋଟି ୪୧ ଲକ୍ଷ । ସେଠାରେ ୨କୋଟି ୧୪ ଲକ୍ଷ ଟଙ୍କା ବଳକା ଅଛି । ତେବେ ଖର୍ଚ୍ଚ ପ୍ରତିଶତକୁ ଦେଖିଲେ ଭଦ୍ରକ ଜିଲାରେ ୪୦ ପ୍ରତିଶତ ଅନୁଦାନ ଖର୍ଚ୍ଚ ହୋଇନଥିବା ବେଳେ ବାଲେଶ୍ୱର ଜିଲାରେ ୨୦ ପ୍ରତିଶତ ଓ ମୟୁରଭଞ୍ଜ ଜିଲାରେ ୧୦ ପ୍ରତିଶତରୁ କମ ଅନୁଦାନ ଖର୍ଚ୍ଚ ହୋଇପାରି ନାହିଁ । ଏଣୁ ତୁଳନାତ୍ମକ ଭାବେ ପଡୋଶୀ ଜିଲା ତୁଳନାରେ ଅନୁଦାନ ଖର୍ଚ୍ଚ କରିବାରେ ଭଦ୍ରକ ପଛରେ ଅଛି ।

ସୂଚନା ଥାଉକି; ଗ୍ରାମ ପଞ୍ଚାୟତ ସ୍ତରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଲାଗିି ଏହି ଅନୁଦାନ ମିଳିଥାଏ । ଏଥିରେ କେନ୍ଦ୍ର ସରକାରଙ୍କ ସିଂହ ଭାଗ ରହିଥାଏ । ଦୁଇଟି ପର୍ଯ୍ୟାୟରେ ଏହି ଅନୁଦାନ ମିଳିଥାଏ । ପଞ୍ଚାୟତର ଜନସଂଖ୍ୟାକୁ ମଧ୍ୟ ଅନୁଦାନ ପ୍ରଦାନ ବେଳେ ବିଚାରକୁ ନିଆଯାଇଥାଏ । ତଦନୁଯାୟୀ ୯୦ ପ୍ରତିଶତ ମୌଳିକ ଅନୁଦାନ (ବେସିକ ଗ୍ରାମଣ୍ଟ) ମିଳିବା ପରେ ଖର୍ଚ୍ଚ ଓ କାର୍ଯ୍ୟଦକ୍ଷତାକୁ ଆଧାର କରି ଅତିରିକ୍ତ ୧୦ ପ୍ରତିଶତ(ପରଫରମାନସ୍ ଗ୍ରାଣ୍ଟ) ଅନୁଦାନ ମିଳିଥାଏ । ଏଥିପାଇଁ ପଞ୍ଚାୟତର ଆୟ ବ୍ୟୟର ହିସାବ, ବିନିଯୋଗ ପ୍ରମାଣ ପତ୍ର ଏବଂ ପଞ୍ଚାୟତ ସମ୍ପତ୍ତିରେ ଅଭିବୃଦ୍ଧି ତଥା ରାଜସ୍ୱ ବୃଦ୍ଧିକୁ ବିଚାରକୁ ନିଆଯାଇଥାଏ । ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନ ପଞ୍ଚାୟତସ୍ତରରେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇଦେବା ଲାଗି ମୁଖ୍ୟତଃ ଖର୍ଚ୍ଚ କରାଯାଇଥାଏ । ଡ୍ରେନେଜ୍ ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ରାସ୍ତାଘାଟର ମରାମତି, ଶ୍ମଶାନ ନିର୍ମାଣ, ବର୍ଜ୍ୟବସ୍ତୁ ପରିଚାଳନା, ରାସ୍ତା ଆଲୋକୀକରଣ, ପଞ୍ଚାୟତ ସମ୍ପତ୍ତିର ରକ୍ଷଣାବେକ୍ଷଣ, ବନ୍ୟାଜଳ ନିଷ୍କାସନ ଆଦିରେ ଖର୍ଚ୍ଚ କରାଯାଇଥାଏ । ପଞ୍ଚାୟତସ୍ତରରେ ଏକ ଉନ୍ନୟନ କମିଟି ଗଠନ କରାଯାଇଥାଏ । ଏହି କମିଟି ଅନୁଦାନ କେମିତି ଖର୍ଚ୍ଚ ହେବ ଓ କ’ଣ ସବୁ କାର୍ଯ୍ୟକ୍ରମ ହାତକୁ ନିଆଯିବା ସରକାରୀ ମାର୍ଗଦର୍ଶିକା ଅନୁସାରେ ତାହା ସ୍ଥିର କରିଥାଏ । ତେବେ ବିଭାଗୀୟ ସ୍ୱତନ୍ତ୍ର ସଚିବଙ୍କ ଉପରୋକ୍ତ ଚିଠି ପରେ ସମସ୍ତ ବିିଡିଓ ଏବଂ ଜିଲା ପଞ୍ଚତ ଅଧିକାରୀଙ୍କୁ ଟଙ୍କା କେମିତି ଖର୍ଚ୍ଚ ହେବ ସେବାବଦରେ ତତ୍ପରତା ପ୍ରକାଶ କରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.