Home ଜିଲ୍ଲା ପରିକ୍ରମା ଭଦ୍ରକରେ ୧୪ତମ ଶ୍ରଦ୍ଧାଞ୍ଜଳି ସମାରୋହ, ଗାନ୍ଧୀବାଦୀ କପିଳ ଚରଣ ସର୍ବଦା ବନ୍ଦନୀୟ

ଭଦ୍ରକରେ ୧୪ତମ ଶ୍ରଦ୍ଧାଞ୍ଜଳି ସମାରୋହ, ଗାନ୍ଧୀବାଦୀ କପିଳ ଚରଣ ସର୍ବଦା ବନ୍ଦନୀୟ

37

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ସଂଗଠକ, ଗାନ୍ଧୀ ବାଳାଶ୍ରମର ପ୍ରାକ୍ତନ ସଂପାଦକ କପିଳ ଚରଣ ଦାସଙ୍କ ୧୪ତମ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା କପିଳ ଚରଣ ଦାସ ସ୍ମୃତି ସମିତି ଓ ଗାନ୍ଧୀ ବାଳାଶ୍ରମ ମିଳିତ ଆନୁକୂଲ୍ୟରେ ଭଦ୍ରକ ସ୍ଥିତ ସଂସ୍କୃତି ଭବନ ଠାରେ ସମାରୋହରେ ପାଳିତ ହୋଇଯାଇଛି । ତ୍ୟାଗଭୂମିର ସଭାପତି ଅଜୟ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିିଥି ଭାବରେ “ଅମୃତ ଦର୍ଶନ”ର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବରେ ସ୍ତମ୍ଭକାର ଅଭୟ ଦ୍ୱିବେଦୀ ଏବଂ ସମ୍ମାନିତ ଅତିଥି ଭାବରେ ଭଦ୍ରକ ମହିଳା ମହାବିଦ୍ୟାଳୟର ପ୍ରାଧ୍ୟାପକ ଅଭୟ କୁମାର ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାସଙ୍କ ସ୍ୱାଧୀନତା ସଂଗ୍ରାମର ଯୋଗଦାନ, ଦେଶପ୍ରେମ, ସମାଜସେବା ଓ ତ୍ୟାଗପୂତ ଜୀବନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସ୍ୱର୍ଗତ ଦାସ ଗାନ୍ଧୀଙ୍କ ଜୀବନ ଦର୍ଶନ, ନୀତି ଆଦର୍ଶକୁ ଗ୍ରହଣ କରି ପିତୃମାତୃହୀନ ଅନାଥ ଶିଶୁଙ୍କୁ କୋଳେଇ ଆଣି ଆଶ୍ରମରେ ପାରିବାରିକ ସ୍ନେହ ଶ୍ରଦ୍ଧା ପରିବେଶରେ ଲାଳନପାଳନ କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିପାରିଥିଲେ ତାହା ଯୁଗଯୁ୍‌ଗକୁ ସ୍ମୃତି ହୋଇରହିବ ।

ଯଥାର୍ଥରେ ସ୍ୱର୍ଗତ ଦାସ ଥିଲେ ସାର୍ଥକ ରଚନାତ୍ମକ କର୍ମୀ ଓ କିମ୍ବଦନ୍ତୀ ସମାଜସେବୀ । ତାଙ୍କର ବହୁବିଧ ପ୍ରତିଭା ଆଜିର ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ପ୍ରତ୍ୟୁଷରେ ସର୍ବଧର୍ମ, ପ୍ରାର୍ଥନା, ତିଳତର୍ପଣ, ସମାଧୀପୀଠରେ ପୁଷ୍ପମାର୍ଲ୍ୟ ଅର୍ପଣ କରାଯିବା ପରେ ସହିଦ୍ ସ୍ମୃତି ତୀର୍ଥ ସହିଦନଗରକୁ ଗାନ୍ଧୀବାଳାଶ୍ରମ ଓ ତ୍ୟାଗଭୂମି ପକ୍ଷରୁ କ୍ରାନ୍ତିଯାତ୍ରା କରାଯାଇ ଅମର ସହିଦ୍‌ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ସଭାପ୍ରାରମ୍ଭରେ ବରିଷ୍ଠ ସାମ୍ବାଦିକ ପରମାନନ୍ଦ ଦାସଙ୍କ ବିୟୋଗ ପାଇଁ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସମାଜସେବୀ ସୁଧାକର ରାଉତ ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ କରିବା ପରେ କଳାକାର କାଳନ୍ଦୀ ମଲ୍ଲିକ ସ୍ୱାଗତ ଭାଷଣ ଓ ମନୋଜ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ଓ ପ୍ରାକ୍ତନ ଅଧୀକ୍ଷକ ହୃଷିକେଶ ମହାନ୍ତିଙ୍କ ସଂଯୋଜିତ କାର୍ଯ୍ୟକ୍ରମରେ ଉତ୍କଳ ସର୍ବୋଦୟ ମଣ୍ଡଳର ସମ୍ପାଦକ ରମାକାନ୍ତ ମଣ୍ଡଳ, ସମାଜସେବୀ ଚନ୍ଦ୍ରକାନ୍ତ ନାୟକ, ବୈଲୋଚନ ଜେନା, ଡ. କ୍ଷୀରୋଦ ସାମଲ, ଲଲାଟେନ୍ଦୁ ମହାନ୍ତି, ଶାନ୍ତିଲତା ନାଗ, ଗୋବର୍ଦ୍ଧନ ସାମଲ, ମୁସ୍ତାକ ଗୌହର, ପବନ ଶର୍ମା, ବୃନ୍ଦାବନ ରାଉଳ ଆଦି ଯୋଗ ଦେଇ କପିଳ ଚରଣ ଦାସଙ୍କ ବହୁବିଧ ପ୍ରତିଭା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶିଷ୍ଟ ଶିକ୍ଷାବିତ୍ ଓ ସାହିତ୍ୟିକ ଭାବଗ୍ରାହୀ ମିଶ୍ରଙ୍କୁ “କପିଳ ଚରଣ ଦାସ ସ୍ମୃତି ସମ୍ମାନ”ରେ ସମ୍ବର୍ଦ୍ଧିତ କରଯାଇଥିଲା । ସଭା ଶେଷରେ ବିଜୟ କୁମାର ବହଳୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.