Home ଜିଲ୍ଲା ପରିକ୍ରମା ଧାମନଗରରେ ସ୍ଥିତି ସଙ୍ଗୀନ, ଦୁଇ ଦିନ ହେବ ନଦୀରୁ ପାଣି କମୁନାହିଁ ,ଏବେ ମଧ୍ୟ ସବୁ...

ଧାମନଗରରେ ସ୍ଥିତି ସଙ୍ଗୀନ, ଦୁଇ ଦିନ ହେବ ନଦୀରୁ ପାଣି କମୁନାହିଁ ,ଏବେ ମଧ୍ୟ ସବୁ ରାସ୍ତାରେ ବନ୍ୟା ପାଣି, ଗେଙ୍ଗୁଟି ନଦୀରେ ଭାସି ଯାଇ ଜଣେ ମୃତ ଜଣେ ଉଦ୍ଧାର

7

ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – -ଧାମନଗର ବ୍ଲକରେ ଚଳିତ ବର୍ଷର ନବମ ବନ୍ୟା ସ୍ଥିତିକୁ ଅତି ସଙ୍ଗୀନ କରିଦେଇଛି। ତିନି ଦିନର ଅନବରତ ବର୍ଷା ସହିତ ଗତ ଦୁଇ ଦିନ ହେବ ବୈତରଣୀ, କୋଚିଳା, ଗେଙ୍ଗୁଟି, କଣ୍ଡିଆ, ରେବ ଓ କପାଳୀ ଆଦି ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବନ୍ୟା ପାଣି ନ କମିବାରୁ ଲୋକେ ଯାତାୟାତରେ ଅନେକ ଅସୁବିଧା ଭୋଗୁଛନ୍ତି। ଏବେ ମଧ୍ୟ କାଞ୍ଜିଆପାଳ, ରତ୍ନଫଳପୁର ଏବଂ ଅଣ୍ଡଲିଡିହ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହିଛି। ପୂର୍ବ ବନ୍ୟାଗୁଡ଼ିକ ପରି ଏଥର ମଧ୍ୟ ଲୋକମାନେ ଗାଈଗୋରୁଙ୍କୁ ଧରି ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି। ଏହି ବନ୍ୟା ଦୁର୍ଦ୍ଦଶା ଭିତରେ ରବିବାର ସକାଳେ ଦଳାଙ୍ଗ ପଂଚାୟତର ଜାହାଙ୍ଗୀର ଭୋଇ ସାହିର ପ୍ରଦୀପ ଜେନାଙ୍କ ୧୯ ବର୍ଷର ଝିଆରୀ କ୍ରିଷ୍ଣା ଜେନା ଶୌଚ ହେବାକୁ ଯାଇଥିବା ବେଳେ ଗେଙ୍ଗୁଟି ନଦୀରେ ଭାସି ନିଖୋଜ ହୋଇଯାଇଥିଲେ। ଧାମନଗର ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ତଲାସୀ କରି ଶବ ଉଦ୍ଧାର କରିବା ପରେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ଅଘଟଣ ପରେ ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ, ବିଜେଡି ନେତା ସଞ୍ଜୟ ଦାସ, ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ, ସରପଂଚ ରଞ୍ଜିତ କୁମାର ଜେନା, ପୂର୍ବତନ ସରପଂଚ ଅଭୟ ରାଉତ, ବୀରେନ୍ଦ୍ର ବାରିକ୍ ଏବଂ ପୂର୍ବତନ ସମିତି ସଭ୍ୟ ବିରଜା ରାଉତ ପ୍ରମୁଖ ପହଂଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେହିପରି ଆନନ୍ଦପୁର ପଂଚାୟତର ଚନ୍ଦ୍ରମଣି ଖୁଂଟିଆ ମଧ୍ୟ ବନ୍ୟା ପାଣିରେ ଭାସି ଯାଉଥିବା ବେଳେ ଓଡ୍ରାଫ ଟିମ୍ ଏବଂ ଦମକଳ ବାହିନୀ ଦ୍ୱାରା ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ବନ୍ୟା ଦ୍ୱାରା ଏବେବି ଅନେକ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ପୁରା ଠପ ହୋଇଚି। କିନ୍ତୁ ପୁର୍ବ ବନ୍ୟା ଠାରୁ ଏ ଥର ପ୍ରଶାସନ ସେମିତି କିଛି ତତ୍ପରତା ଦେଖାଇ ନଥିଲା ପରି ମନେ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.