Home ଜିଲ୍ଲା ପରିକ୍ରମା ଧାମନଗରରେ ଅଭାବନୀୟ ଘଟଣା, ବନ୍ୟା ପାଣିରୁ ସାମଗ୍ରୀ ସୁରକ୍ଷିତ ରଖିବା ବେଳେ ବିଦ୍ୟୁତ୍ ଆଘାତରେ ବ୍ୟକ୍ତିଙ୍କ...

ଧାମନଗରରେ ଅଭାବନୀୟ ଘଟଣା, ବନ୍ୟା ପାଣିରୁ ସାମଗ୍ରୀ ସୁରକ୍ଷିତ ରଖିବା ବେଳେ ବିଦ୍ୟୁତ୍ ଆଘାତରେ ବ୍ୟକ୍ତିଙ୍କ ମୃତ୍ୟୁ

21

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଏନ.ଏ.ସି. ଅନ୍ତର୍ଗତ ୯ ନମ୍ବର ୱାର୍ଡର ପଠାନ ମହଲା ସାମସୁଦିନି ଖାଁ ଧାମନଗର – ଫଳପୁର ରାସ୍ତା ପାଖରେ ରହୁ ଥିବାବେଳେ ଅତ୍ୟନ୍ତ ଦୁଃଖଦାୟକ ଭାବରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ସୁଚନା ଥାଉକି ଗ୍ରାମରେ ବନ୍ୟା ପାଣି ପଶିଯିବାରୁ ସେ ନିଜ ଘରର ଆସବାବପତ୍ର ଓ ଘରୋଇ ସାମଗ୍ରୀଗୁଡ଼ିକୁ ସୁରକ୍ଷିତ ଭାବରେ ଛାତ ଉପରକୁ ସ୍ଥାନାନ୍ତର କରୁଥିଲେ। ଏହି ସମୟରେ ସତର୍କତା ଅବଲମ୍ବନ କରୁଥିବା ବେଳେ ଦୁର୍ଭାଗ୍ୟବଶତଃ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସେ ଗୁରୁତର ଭାବେ ଆହତ ହୋଇଥିଲେ।ପରିବାରବର୍ଗ ଓ ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଧାମନଗରସ୍ଥିତ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ଏହି ଅଘଟଣ ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.