Home ଜିଲ୍ଲା ପରିକ୍ରମା କିଶୋର ନ୍ୟାୟ ଆଇନ ଶୀର୍ଷକ କର୍ମଶାଳା, ଶିଶୁଙ୍କ ସର୍ବୋତମ ସ୍ୱାର୍ଥକୁ ନିଶ୍ଚିତ କରିବା ଦିଗରେ ସମସ୍ତଙ୍କ...

କିଶୋର ନ୍ୟାୟ ଆଇନ ଶୀର୍ଷକ କର୍ମଶାଳା, ଶିଶୁଙ୍କ ସର୍ବୋତମ ସ୍ୱାର୍ଥକୁ ନିଶ୍ଚିତ କରିବା ଦିଗରେ ସମସ୍ତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

4

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସଂଯୋଗ, କଟକ ପକ୍ଷରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଶିଶୁ ମଙ୍ଗଳ କମିଟି, ଭଦ୍ରକଙ୍କ ମିଳିତ ସହଯୋଗରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ କିଶୋର ନ୍ୟାୟ (ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା) ଅଧିନିୟମ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସଂଯୋଗର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଲଟା ସିଂହଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ମଶାଳାରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ସୁବ୍ରତ ବିଶ୍ୱାଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଂଗୀତା ପାଢ଼ୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ, ପୋଲିସ ନିରୀକ୍ଷକ ସଂଗ୍ରାମ କେଶରୀ ପଟ୍ଟନାୟକ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ପ୍ରତିପକ୍ଷ ଅଧିବକ୍ତା ଡ଼. ତାପସ କୁମାର ମହାନ୍ତି, ପୂର୍ବତନ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ କମଳାକାନ୍ତ ସ୍ୱାଇଁ, ଫେଲୋସିପର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, କିଶୋର ନ୍ୟାୟ ପରିଷଦର ସଦସ୍ୟ ବେଣୁଧର ସାହୁ ଏବଂ ସଂଯୋଗର ସଦସ୍ୟ ସମ୍ପାଦିକା ରିନୀ ମହାନ୍ତି ପ୍ରମୁଖ ଯୋଗଦେଇ ଶିଶୁଙ୍କ ସର୍ବୋତମ ସ୍ୱାର୍ଥ, ଅଧିକାର ଏବଂ ସୁରକ୍ଷା ନିଶ୍ଚିତ କରିବା ଦିଗରେ ସମାଜର ପ୍ରତ୍ୟେକ ବ୍ୟକ୍ତି ଓ ଅନୁଷ୍ଠାନ ଦାୟିତ୍ୱବାନ ହେବା ଆବଶ୍ୟକ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ। କର୍ମଶାଳାରେ ବିଷୟ ବିଶେଷଜ୍ଞ ଭାବେ କଟକ ଶିଶୁ ମଙ୍ଗଳ କମିଟିର ପ୍ରାକ୍ତନ ଅଧ୍ୟକ୍ଷ ଡ଼. ପ୍ରମୋଦ କିଶୋର ଆଚାର୍ଯ୍ୟ ଯୋଗଦେଇ କିଶୋର ନ୍ୟାୟ ଆଇନର ବିଭିନ୍ନ ବ୍ୟବସ୍ଥା, ଶିଶୁଙ୍କ ଅଧିକାର, ଶିଶୁ ସୁରକ୍ଷା ବ୍ୟବସ୍ଥା ଏବଂ ଆଇନର ସଠିକ୍ କାର୍ଯ୍ୟକାରିତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତା, ପାରା ଲିଗାଲ ସ୍ୱେଚ୍ଛାସେବୀ, ଶିଶୁ ମଙ୍ଗଳ ପୋଲିସ ଅଧିକାରୀ, ଚାଇଲ୍ଡଲାଇନ କର୍ମୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ସଂଯୋଗର ମଣ୍ଡଳ ସଂଯୋଜିକା ରୂପାଲି ମହାନ୍ତି ଙ୍କ ମଂଚ ଆହ୍ୱାନ କରିଥିବାବେଳେ ମଣ୍ଡଳ ସଂଯୋଜକ ଜଗନ୍ନାଥ ସାହୁ, ରିଙ୍କୁ ବିଶ୍ୱାଳ ଓ ବିକାଶ ମହାନ୍ତି ସହଯୋଗ କରିଥିଲେ। ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ ଆଇନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.