Home ଓଡ଼ିଶା ଧାନ ଚାଷି ହତାଶ ମିଳୁନି ଔଷଧ ସାର ଧାନରେ ଲାଗିଲା ଅଜଣା ରୋଗ

ଧାନ ଚାଷି ହତାଶ ମିଳୁନି ଔଷଧ ସାର ଧାନରେ ଲାଗିଲା ଅଜଣା ରୋଗ

190

ଓଡିଆ ପୁଅ(ଦେବୀପ୍ରସାଦ ଆଚାର୍ଯ୍ୟ)୨୧/୯- ଚଳିତବର୍ଷ ବିଳମ୍ବିତ ବର୍ଷା ଚାଷୀ କୁଳକୁ ହତାଶ କରିଥିବା ବେଳେ ଚାଷୀ ମନକୁ ଦୃଢ କରି ବିଭିନ୍ନ ରାଷ୍ଟ୍ରାୟତ , ସମବାୟ ଓ ଘରୋଇ ସ୍ୱୟଂ ସହାୟିକା ଗୋଷ୍ଠୀରୁ ଋଣ ଆଣି ଧାନ ଚାଷ କରିବା ପାଇଁ ଅଣ୍ଟା ଭିଡିଥିଲେ । କିନ୍ତୁ ଧାନ କ୍ଷେତରେ ଏକ ଅଜଣା ରୋଗ ମାଡି ଆସିବା ଯୋଗୁ ଚାଷୀ କୁଳ କରିବେ କଣ ଭାବି ପାରୁନାହାନ୍ତି । ବଜାରରେ ସାର ଓ ଔଷଧର ଅଭାବ ଦେଖା ଦେଉଛି । ଯାହା ଫଳରେ ଚାଷୀ କୁଳ ରଣପୁର ବ୍ଲକ ଅଂଚଳରେ ଚାଷୀ କୁଳ ଧାନ ରୋଗକୁ ଦେଖି କିପରି ଋଣ ପରିଶୋଧ କରିବେ  ସେହି ଚିନ୍ତାରେ ।

ଏହି ଭଳି ଅଜଣା ଧାନ ରୋଗ ମାଡିଥିବା ପଂଚାୟତ ହେଉଛି ବ୍ରଜରାଜପୁର, ଚାନ୍ଦପୁର,  ମୟୁରଝାଲିଆ, ଚମ୍ପାଗଡ, ରାଇପଡା, ଜଙ୍କିଆ, କନ୍ଧନୟାଗଡ,  ପଟିଆ, କାଣ୍ଡପଡା,  ବଳଭଦ୍ରପୁର, ମଝିଆଖଣ୍ଡ, ହଂସରା,  ଗୋପାଳପୁର, ଲୋଧାଚୁଆ,ନରସିଂହପୁର ଓ ରଣପୁର ସଦର ଅଂଚଳରେ । ଏ ସର୍ମ୍ପକେ ରଣପୁର କୃଷି ବିଭାଗ ଅଧିକାରି ଶୁଭେନ୍ଦୁ କୁମାର ସିଂଦେଓଙ୍କ ସହ ଯୋଗାଯୋଗ କରିବା ପରେ ଏହାକୁ ପତ୍ର ପୋଡା କିମ୍ବା ମଇଁସିଆ ରୋଗ ବୋଲି କହିଛନ୍ତି । ଏହି ରୋଗ ପାଇଁ ଦୁଇ ଗୋଟି ଔଷଧ ପକାଇବା ପାଇଁ ପରାମର୍ଶ ଦେଉଛନ୍ତି ବୋଲି କହିଛନ୍ତି । କିନ୍ତୁ ଚାଷୀମାନେ କୁହନ୍ତି କୃଷି ବିଭାଗ ଅଧିକାରୀ ପରାମର୍ଶ ଦେବା ଔଷଧ ବଜାରରେ ମିଳୁନାହିଁ  ଏ ସର୍ମ୍ପକେ ନୟାଗଡ ଜିଲ୍ଲା କୃଷି ବିଭାଗ ଅଧିକାରୀ ଆର‌୍ୟୁଦେହୀ ମିଶ୍ରଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ପଟାସ୍ ସାର ସାଙ୍ଗରେ ମିଶାଇ ଔଷଧ ପକାଇଲେ ଏହିରୋଗ ଦୁର ହୋଇ ଚାଷିମାନେ ଆଧିକ ଧାନ ଅମଳ କରିପାରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.