Home କେନ୍ଦୁଝର ଧନୁର୍ଜୟପୁରରେ ୨୪ ଆକ୍ରାନ୍ତ, ସମସ୍ତେ ସ୍ଥାନୀୟ ସଂକ୍ରମିତ, ୨୫୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଧନୁର୍ଜୟପୁରରେ ୨୪ ଆକ୍ରାନ୍ତ, ସମସ୍ତେ ସ୍ଥାନୀୟ ସଂକ୍ରମିତ, ୨୫୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

75

ହାଟଡିହି -୨୭ । ୮(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ ଆଜି ଗୋଟିଏ ଦିନରେ ୨୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ପ୍ରଥମଥର ପାଇଁ ହଦଗଡ ପଞ୍ଚାୟତର ଧନୁର୍ଜୟପୁର ଗ୍ରାମରେ ୨୪ଜଣ ଆକ୍ରାନ୍ତ ଅଛନ୍ତି । ସମସ୍ତେ ସ୍ଥାନୀୟ ସଂକ୍ରମଣ ହୋଇଥିବାରୁ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଫଳରେ ଆଜି ସୁଧା ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୪ରେ ପହଞ୍ଚିଛି । ଆଜି ୨୬ଜଣଙ୍କ ମଧ୍ୟରୁ ଆଉ ଦୁଇଜଣ ସୋସୋ ଓ ବାଲିବରେଇ ପଞ୍ଚାୟତର ବୋଲି ଜଣାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପଞ୍ଚାୟତରେ ଶିବିର କରାଯାଇ ସ୍ୱାବ ସଂଗ୍ରହ କରିବାପରେ ଆଜି ଗୋଟିଏ ଦିନରେ ଧନୁର୍ଜୟପୁରରୁ ଏତେ ସଂଖ୍ୟକ ପଜେଟିଭ ଚିହ୍ନଟ ହୋଇଛନ୍ତି ବୋଲି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି । ଆଜି ସୁଧା ମୋଟ ୬୫ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.