Home ଜିଲ୍ଲା ପରିକ୍ରମା ଦୋବଲ ଏସ୍‌ବିଆଇ ଶାଖା ପରିଚାଳକଙ୍କ ମନମୁଖୀ କାର୍ଯ୍ୟ, ବୃଦ୍ଧ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର ନେଇ ଥାନାରେ...

ଦୋବଲ ଏସ୍‌ବିଆଇ ଶାଖା ପରିଚାଳକଙ୍କ ମନମୁଖୀ କାର୍ଯ୍ୟ, ବୃଦ୍ଧ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର ନେଇ ଥାନାରେ ଅଭିଯୋଗ

44

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭିନ୍ନକ୍ଷମ ବ୍ୟକ୍ତିମାନେ କିପରି ସ୍ୱାବଲମ୍ବୀ ହୋଇ ସାମାଜିକ ସ୍ରୋତରେ ସାମିଲ ହୋଇପାରିବେ, ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରୁଛନ୍ତି । ସେହିପରି କର୍ମ ନିଯୁକ୍ତି କ୍ଷେତ୍ରରେ ଏମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ସ୍ଥାନ ରଖିଛନ୍ତି । ଯାତାୟତ କ୍ଷେତ୍ରରେ ମଧ୍ୟ ଭିନ୍ନକ୍ଷମଙ୍କ ପାଇଁ ରିହାତି ବ୍ୟବସ୍ଥା ସାଙ୍ଗକୁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା, ସରକାରୀ କାର୍ଯ୍ୟାଳୟ କିମ୍ବା ବ୍ୟାଙ୍କ, ପୋଷ୍ଟଅଫିସ୍ ଭଳି ସ୍ଥାନକୁ ଏମାନେ ନିଜର କାର୍ଯ୍ୟ କରିବାକୁ ଗଲେ ସେଠାରେ ତାଙ୍କୁ ଅଗ୍ରାଧିକାର ଦିଆଯିବାର ଗାଇଡ୍ ଲାଇନ୍ ରହିଛି । କିନ୍ତୁ ଧାମନଗର ଥାନା ଅଧୀନସ୍ଥ ଦୋବଲ ଏସ୍‌ବିଆଇରେ ନିଜର ପାସ୍ ବହିରୁ କାଳିଆ ଯୋଜନାରେ ଆସିଥିବା ଟଙ୍କା ଉଠାଇବାକୁ ଯାଇ ଜଣେ ଶତ ପ୍ରତିଶତ ଭିନ୍ନକ୍ଷମ ଶାଖା ପରିଚାଳକଙ୍କ ଦ୍ୱାରା ମାନସିକ ନିର୍ଯ୍ୟାତନାର ସମ୍ମୁଖୀନ ହେବା ଘଟଣା ଭିନ୍ନକ୍ଷମଙ୍କ ପାଇଁ ଥିବା ଆଇନ୍‌କୁ ଉପହାସ କରିଛି । ଦୋବଲ ଅଂଚଳର କରୁଣାକର ସାହୁ ନାମକ ଭିନ୍ନକ୍ଷମ ବ୍ୟକ୍ତି ଚଳିତମାସ ୨୨ ତାରିଖ ୩.୪୫ ସମୟରେ କାଳିଆ ଟଙ୍କା ପାଇଁ ପାସ୍‌ବହି ଧରି ଉକ୍ତ ବ୍ୟାଙ୍କକୁ ଯାଇଥିବାବେଳେ ଶାଖା ପରିଚାଳକ ଓ କର୍ମଚାରୀମାନେ ତାଙ୍କୁ ଅସହଯୋଗ କରିଥିଲେ ।

ପ୍ରଥମରୁ ବହି ଅଚଳ ହୋଇଥିବା ନକହି ଦୀର୍ଘ ଏକଘଣ୍ଟା ଧରି ଅଟକାଇ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଇଥିଲେ । ଏପରିକି ଶ୍ରୀ ସାହୁ ଶାଖା ପରିଚାଳକଙ୍କୁ ପଚାରିବାରୁ ସେ ତାଙ୍କୁ ଛୋଟା, ଲେଙ୍ଗଡା କହି ବାହାରକୁ ବାହାରିଯାଅ, ନହେଲେ ସିକ୍ୟୁରିଟି ଡାକି ଫୋପାଡି ଦେବି ବୋଲି ବିଭିନ୍ନ ଅଶାଳୀନ ଭାଷା କହି ଆଗଫାଟକ ବନ୍ଦ କରିଦେଇଥିଲେ । ଫଳରେ ଭିନ୍ନକ୍ଷମ କରୁଣାକର ଫାଟକ ବନ୍ଦ ହେବା କାରଣରୁ ଦୁଇମହଲାରୁ ବହୁ କଷ୍ଟରେ ତଳକୁ ଆସି ଏ ସଂପର୍କରେ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣା ସଂପର୍କରେ ଶାଖା ପରିଚାଳକଙ୍କୁ ପଚାରିବାରୁ କରୁଣାକର ସବୁବେଳେ ଝଗଡା କରେ । ଏବଂ ବହୁ ସ୍ଥାନରେ ଆନ୍ଦୋଳନ କରିଥିବା କଥା କହିବା ସହ ସେ କହିଥିବା ଅଭିଯୋଗ ସଂପୂର୍ଣ୍ଣ ମିଛ । ଏବଂ ତାଙ୍କ ନାମରେ ଲୋନ୍ ଥିବାରୁ ଏଭଳି ମିଥ୍ୟା ଆରୋପ ଲଗାଇଛନ୍ତି ବୋଲି କହିଛନ୍ତି । ଏଥିସହ ତାଙ୍କ ଆକାଉଣ୍ଟ ହୋଲଡ୍ ଥିବାରୁ ଟଙ୍କା ଦିଆଯାଇନାହିଁ ବୋଲି ଜଣାଇଛନ୍ତି । ଏପଟେ ଭିନ୍ନକ୍ଷମ କରୁଣାକର ଶାଖା ପରିଚାଳକଙ୍କ ବିରୁଦ୍ଧରେ ଧାମନଗର ଥାନାରେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଥାନା ଆଗରେ ଆଜି ଧାରଣାରେ ବସିଥିବାବେଳେ ରବିବାର ଥିବାରୁ ଏ ସଂପର୍କରେ ସୋମବାର ଦିନ ତଦନ୍ତ କରାଯିବ ବୋଲି ଥାନା ପକ୍ଷରୁ କୁହାଯାଇଛି । ତେବେ ନ୍ୟାୟ ନମିଳିଲେ କରୁଣାକର ବ୍ୟାଙ୍କ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.