Home କେନ୍ଦୁଝର ମା ପଇସା ନଦେବାରୁ ବିଷ ପିଇଲା ପୁଅ

ମା ପଇସା ନଦେବାରୁ ବିଷ ପିଇଲା ପୁଅ

43

ହାଟଡ଼ିହି, ୭ । ୧୨ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଢ଼େଇଦ୍ୱାର ଗ୍ରାମରେ ଘଟିଯାଇଛି ଅଘଟଣ । ନାଚ ଶିଖିବାକୁ ମା ପଇସା ନଦେବାରୁ ପୁଅ ବିଷ ପିଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଖବରରୁ ଜଣାଯାଇଛି ନନ୍ଦିପଦା ଥାନା ଅଧିନସ୍ଥ ଅଢ଼େଇଦ୍ୱାର ଗ୍ରାମର ଗଦାଧର ଦେହୁରୀଙ୍କ ୧୫ବର୍ଷୀୟ ପୁଅ ନାଚ ଶିଖିବା ପାଇଁ ନିଜ ମାକୁ ପଇସା ମାଗିଥିଲା । ମାତ୍ର ମା ପଇସା ଦେବାକୁ ମନାକରିଦେବାରୁ ପୁଅ ଘରେ ଚାଷ ପାଇଁ ରଖାଯାଇଥିବା କୀଟନାଶକ ପିଇ ଦେଇଥିଲା । ପରିବାର ଲୋକେ ଏହା ଜାଣିବାପରେ ତାକୁ ପ୍ରଥମେ ଶାଳଣିଆଁ ଓ ସେଠାରୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖନୋକୁ ଚିକିତ୍ସା ପାଇଁ ନେଇ ଆସିଥିଲେ । ଆନନ୍ଦପୁର ଡାକ୍ତରଖାନାର ଡାକ୍ତର ତାଙ୍କୁ ତୁରନ୍ତ କଟକ ନେବାପାଇଁ ପରାମର୍ଶ ଦେବାପରେ ମା ତାରିଣୀ ସମାଜସେବୀ ଗ୍ରୁପର ଚନ୍ଦନ ନାୟକ ଓ ରୁପନ ସାଙ୍କ ସହଯୋଗରେ ତାଙ୍କୁ କଟକ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.