Home ଓଡ଼ିଶା ହରିଚନ୍ଦନପୁର ପୋଲିସ ଦ୍ବାରା ସାପ୍ତାହିକ ହାଟରେ ଜୁଆଖେଳ କରୁଥିବା ୫ଜଣ ଗିରଫ

ହରିଚନ୍ଦନପୁର ପୋଲିସ ଦ୍ବାରା ସାପ୍ତାହିକ ହାଟରେ ଜୁଆଖେଳ କରୁଥିବା ୫ଜଣ ଗିରଫ

57

ହରିଚନ୍ଦନପୁର, ତା ୭ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ବିଭିନ୍ନ ସାପ୍ତାହିକ ହାଟରେ ବେଆଇନ୍ ଭାବେ ଜୁଆଖେଳ କରୁଥିବା ୫ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ଖବର ଅନୁଯାୟୀ ଏହି ଜୁଆଖେଳକୁ ନେଇ ନମୋସେନା ପକ୍ଷରୁ ସମସ୍ତ ପ୍ରମାଣ ସହ ଏସପିଙ୍କ ପାଖରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ଜଣେ କନେଷ୍ଟବଳଙ୍କୁ ନିଳମ୍ବିତ କରିଥିଲେ । ତାହାର ତଦନ୍ତ ପରେ ହରିଚନ୍ଦନପୁର ପୋଲିସ ଜୁଆଖେଳ କରୁଥିବା ବସନ୍ତ କୁମାର ସାହୁ, ଅକ୍ଷୟ କୁମାର ସାହୁ, ରାମଚନ୍ଦ୍ର ମହାରଣା, ଲକ୍ଷ୍ମଣ ମହାରଣା ଓ ପିତବାସ ପାତ୍ରଙ୍କୁ ଗିରଫ କରିଛି । ଏମାନଙ୍କୁ ରବିବାର ରାତିରେ ଆଣି ଥାନାରେ ଅଟକ ରଖିଥିବା ବେଳେ ସୋମବାର ଦିନ ସମସ୍ତଙ୍କର ଡାକ୍ତରୀ ପରୀକ୍ଷା ଓ କୋଭିଡ୍ ପରିକ୍ଷା କରିବା ପରେ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.