Home Coronavirus Outbreak ଦୁଇ ଦିନରେ ଜିଲ୍ଳାରୁ ୨୦୯ ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଦୁଇ ଦିନରେ ଜିଲ୍ଳାରୁ ୨୦୯ ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

159

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଦୁଇଦିନରେ ଭଦ୍ରକ ଜିଲ୍ଲାରୁ ମୋଟ ୨୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଫଳରେ ଜିଲ୍ଳାର ମୋଟ ଆକ୍ରାନ୍ତ ୧୫୧୦ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ୪ରୁ ବୃଦ୍ଧି ପାଇଁ ୫ ହୋଇଛି। ସେହିଭଳି ମୋଟ ୯୧୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଉ ୫୮୯ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଇତିମଧ୍ୟରେ ଜିଲ୍ଲାର ସାମ୍ପୁଲ ଟେଷ୍ଟର ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ମୋଟ ୩୨ହଜାର ୧୦୫ଜଣଙ୍କ ସାମ୍ପୁଲ ଟେଷ୍ଟ ସରିଛି। ଗତକାଲି ୧୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜିି ଆଉ ୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦୭ଜଣଙ୍କ ମଧ୍ୟରୁ ଜଣେ କ୍ୱାରେଣ୍ଟାଇନ କେନ୍ଦ୍ରରୁ ହୋଇଥିବା ବେଳେ ୧୦୬ଜଣ ଲୋକାଲ କଣ୍ଟାକ୍ଟ। ଗତକାଲି ଚିହ୍ନଟ ୧୦୨ ଆକ୍ରାନ୍ତଙ୍କ ମଧ୍ୟରେ ୧୦ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୯୨ଜଣ ଲୋକାଲ। ମୃତକଙ୍କ ସଂଖ୍ୟା ଗତକାଲି ସୁଦ୍ଧା ୪ରେ ସୀମିତ ଥିବା ବେଳେ ଆଜି ଆଉଜଣଙ୍କର ମୃତ୍ୟୁ ଘଟିବା ପରେ ମୃତ୍ୟୁ ସଂଖ୍ୟା ୫ ହୋଇଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବନ୍ତ ବ୍ଳକ କନ୍ତିଆ ଗ୍ରାମରୁ ସର୍ବାଧିକ ୨୬ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.