Home ଆମ ପର୍ବ ପର୍ବାଣୀ ଦିଲ୍ଲୀ ଜୁହାର ପରିବାର ଦ୍ୱାରା ନୂଆଖାଇ ପରବ ୨୦୨୦ ପାଳନ

ଦିଲ୍ଲୀ ଜୁହାର ପରିବାର ଦ୍ୱାରା ନୂଆଖାଇ ପରବ ୨୦୨୦ ପାଳନ

275

ନୂଆ ଦିଲ୍ଲୀ ୧୩/୯ (ଓଡ଼ିଆ ପୁଅ) : ପଶ୍ଚିମ ଓଡିଶା ର କୃଷି ଭିତିକ ଗଣ ପର୍ବ ନୂଆଖାଇ କୁ ପ୍ରଥମ ଥର ପାଇଁ ଦିଲ୍ଲୀ ର ଜୁହାର ପରିବାର ଅନ ଲାଇନ ରେ ପାଳନ କରିଛି।ଏହି ଅଭିନବ ପ୍ରୟାସ ପାଇଁ ମୁଖ୍ୟ ଅତିଥି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆୟୋଜକ ମାନଂକୁ ସାଧୁବାଦ ପ୍ରଦାନ କରିଛନ୍ତି| କରୋନା କାଳ ରେ ଜୁହାର ପରିବାର ମହାମାରୀ ଭଳି ସଙ୍କଟ କୁ ସୁଯୋଗ ରେ ପରିଣତ କରି ସାରା ବିଶ୍ୱ କୁ ଗୋଟିଏ ଭର୍ତ୍ତୃୱାଲ ମଞ୍ଚ ରେ ଏକଜୁଟ କରି ପାରିଥିବା ଆନନ୍ଦ ର ବିଷୟ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ।କୋଭିଡ ସମ୍ପର୍କ ରେ ସକାରଙ୍କ ପକ୍ଷ ରୁ ଜାରି କରାଯାଇଥିବା କଟକଣା ମାନଙ୍କୁ ଜନ ସାଧାରଣ ହାଲୁକା ଢଙ୍ଗ ରେ ନ ନେଇ ଗମ୍ଭୀରତା ର ସହିତ ଗ୍ରହଣ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇ ଥିଲେ। ଜୁହାର ପରିବାର ର ସଦସ୍ୟ ଗଣ ମାସ୍କ ପୀନ୍ଧିବା ଓ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ନେଇ ଲୋକଙ୍କ ମଧ୍ୟ ରେ ସଚେତନତା ସୃଷ୍ଟି କରିବା କୁ ଶ୍ରୀ ପ୍ରଧାନ ନିବେଦନ କରି ଥିଲେ।

ଏହି ଇଣ୍ଟରନେଟ ସମାରୋହ ରେ ସମ୍ମାନୀତ ଅତିଥି ଭାବ ରେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର କରୋନା ଯୋଗୁଁ ସାରା ମାନବ ସମାଜ ଆତଙ୍କିତ ହୋଇ ପଡି ଥିବା ବେଳେ ଜୁହାର ପରିବାର ଏହାର ନୂଆଖାଇ ପାଳନ ର ପରମ୍ପରା କୁ ସମାନ ଉତ୍ସାହ ଓ ଉଦ୍ଦୀପନା ର ସହିତ ଜାରି ରଖିଥିବା ଆନନ୍ଦ ର ବିଷୟ ବୋଲି କହି ଥିଲେ।ଅନଲାଇନ ସମାବେଶ ରେ ଭାରତ ବର୍ଷ ର ବିଭିନ୍ନ ପ୍ରଦେଶ ଓ ପୃଥିବୀ ର ବିଭିନ୍ନ ରାଷ୍ଟ୍ର ର ଲୋକ ମାନେ ସାମିଲ ହୋଇ ପାରିଥିବା ଉଲ୍ଲେଖ ଯୋଗ୍ୟ ର ବିଷୟ ବୋଲି ସେ ଦର୍ଶାଇ ଥିଲେ।ମହାମାରୀ କୁ ଭୃକ୍ଷେପ ନକରି ବା ଏହା ଦ୍ୱାରା ହତୋତ୍ସାହିତ ନ ହୋଇ ଆୟୋଜକ ମାନେ ଯେଭଳି ଆଜି ଭବ୍ୟ ଆୟୋଜନ କରି ପାରିଛନ୍ତି, ସେଥିରୁ ସେମାନଂକର ଅନନ୍ୟ ଓ ଅଦ୍ଦମ୍ୟ ସାଂଗଠାନିକ ଦକ୍ଷତା ଓ କାର୍ଯ୍ୟ କୁଶଳତାର ପ୍ରମାଣ ମିଳି ଥିବା ଶ୍ରୀ ମିଶ୍ର ପ୍ରକାଶ କରି ଥିଲେ। ଏହି ଅବସର ରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପ୍ରଧାନ ଡ଼ାକ୍ତର ସୁରେନ୍ଦ୍ର ମେହରଙ୍କୁ ଜୁହାର ସମ୍ମାନ ୨୦୨୦ ପ୍ରଦାନ କରି ଥିଲେ। ମନ୍ତ୍ରୀ ଜୁହାର ପରିବାର ର ସ୍ମରଣିକା, “ଜୁହାର ସୁତା ୨୦୨୦” ମଧ୍ୟ କୁ ଉନ୍ମୋଚନ କରିଥିଲେ। ଉପସ୍ଥିତ ମାନ୍ୟ ଗଣ୍ୟ ବ୍ୟକ୍ତି ମାନଂକ ମଧ୍ୟ ରେ ହଳଧର ନାଗ, ପୀ  ସି  ଯୋଶୀ, ଅରବିନ୍ଦ ପାଢ଼ୀ, ଅନୁପ ପୂଜାରୀ, ଅଶୋକ ପଣ୍ଡା, ସରତ ନନ୍ଦ, ସବ୍ୟସାଚୀ ମହାପାତ୍ର, ସୁରେଶ ପୂଜାରୀ, କିଶୋର ଦ୍ବିବେଦୀ, ଅମରେନ୍ଦ୍ର ଖଟୁଆ, ସଂଜୀବ ପାଟଜୋଷୀ, ଲଳିତ ପ୍ରଧାନ, ଡାକ୍ତର ତପଃଶ୍ୱନୀ ଗୁରୁ, ଡାକ୍ତର ଦ୍ୱାରିକାନାଥ ନାୟକ, ଘାସିରାମ ମିଶ୍ର, ଶ୍ୟାମସୁନ୍ଦର ଜାଲ ଓ ଗଜେନ୍ଦ୍ର ସାହୁ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ସମଗ୍ର ଆୟୋଜନ କୁ ଜୁହାର ପରିବାର ର ସଭାପତି ରଞ୍ଜନ ପ୍ରଧାନ, ସାଧାରଣ ସମ୍ପାଦକ ଓମ ପ୍ରକାଶ ରାଉତ, ଓ ବରିଷ୍ଠ ସଦସ୍ୟ ଭବାନୀ ଦୀକ୍ଷିତ ସୁପରିଚାଳନା କରି ଥିଲେ। କାର୍ଯ୍ୟକ୍ରମ କୁ ଖୂବ ସୁନ୍ଦର ଓ ସାବଲୀଳ ଢଙ୍ଗ ରେ ବାସୁଦେବ ତ୍ରିପାଠୀ ସଂଯୋଜନା ଓ ଉପସ୍ଥାପନା କରି ଥିଲେ।

ଏହି ଅବସରରେ ଅନୁଷ୍ଠିତ ରଙ୍ଗାରଙ୍ଗ ଓ ମନୋରଞ୍ଜକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଡୁଲାବୀହା ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଘେଁସୀ ଝୁମେର ନାଚ ଓ ସାରଂଗୀ ପରିବେଷଣ, ହଳଧର ନାଗଙ୍କ ଦ୍ୱାରା ବାଦ୍ୟ ଓ ସଂଗୀତ ପ୍ରସ୍ତୁତି, ଝାରସୁଗୁଡା ର ଭକତ ବାବୁ ଓ ଦାଡଙ୍ଗ ପରିବାର ଦ୍ୱାରା ପରିବେଷିତ କାର୍ଯ୍ୟକ୍ରମ, ବଂକିମ ପଟେଲ, ନୂର ବେଗମ, ପ୍ରତୀତି ମିଶ୍ର, ପ୍ରଭାସ ପତି ପ୍ରମୁଖଙ୍କ ଦ୍ୱାରା ମନମୁଗ୍ଧକର ସଂଗୀତ ପରିବେଷଣ ଆଦି ଅନ୍ତର୍ଭୁକ୍ତ ଥିଲା। ସଭା ଶେଷ ରେ ବିଜୟାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.