Home ଓଡ଼ିଶା ଦିନ ଦ୍ୱିପ୍ରହରରେ ୮୧ହଜାର ଟଙ୍କା ଲୁଟ୍ ଥାନାରେ ଅଭିଯୋଗ

ଦିନ ଦ୍ୱିପ୍ରହରରେ ୮୧ହଜାର ଟଙ୍କା ଲୁଟ୍ ଥାନାରେ ଅଭିଯୋଗ

112

ରଣପୁର(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୧/୦୯-ନୟାଗଡ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଡମସାହି ବାଘୁଆ ତୋଟାଠାରେ ସେପ୍ଟେମ୍ବର ୧ ତାରିଖ ଦିନ ୨ଟା ସମୟରେ ୮୧ହଜାର ଟଙ୍କା ଲୁଟ୍ ହୋଇଥିବା ଜଣା ପଡିଛି । ଫିଉଜନ୍ ମାଇକ୍ରୋ ଫାଇନାନ୍ସ ର ଏଜେଣ୍ଟ ସମୟ ବେହେରା ଓ କାହ୍ନୁ ବେହେରା ଗୋଡିମଡା ଅଂଚଳରୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଠାରୁ ଲୋନ୍ ଟଙ୍କା ଉଠାଣ କରି ଶରଣକୁଳ ଅଫିସ୍ କୁ ଯାଉଥିଲେ । ଡମସାହି ବାଘୁଆ ତୋଟାଠାରେ ପୁର୍ବରୁ ଛକି ରହିଥିବା ୨ଜଣ ଦୁର୍ବୁତ୍ତ ଭୁଜାଲି ଦେଖାଇ ସେମାନଙ୍କଠାରୁ ଟଙ୍କା ବ୍ୟାଗ୍ ଛଡାଇ ନେଇଥିବା ଜଣା ପଡିଛି ।

ଫିଉଜନ୍ ମାଇକ୍ରୋ ଫାଇନାନ୍ସ ର ୨ ଏଜେଣ୍ଟ ଦର୍ପନାରାୟଣପୁର ଫାଣ୍ଡିରେ ଅଭିଯୋଗ ଦେବାପାଇଁ ଆସିଥିଲେ । ଫାଣ୍ଡି ଅଧିକାରୀ କୋଭିଡ୍ ସମୟରେ ଟଙ୍କା ଆଦାୟ କରିବା ଗାଇଡ୍ ଲାଇନ୍ ନଥିବା କଥା କହିଥିଲେ ଏବଂ ନୁଆ ସର୍କୁଲାର ଅନୁସାରେ ପ୍ରତ୍ୟେକ ଫାଇନାନ୍ସ କମ୍ପାନୀର ଏଜେଣ୍ଟମାନେ ବିନା ସି.ସି କ୍ୟାମେରା ରେ ଟଙ୍କା ଆଦାୟ କରି ପାରିବେନି ବୋଲି କହିଥିଲେ ଏବଂ ରଣପୁର ଥାନାରେ ଅଭିଯୋଗ କରିବା ପାଇଁ କହିଥିଲେ । ତେଣୁ ଏଜେଣ୍ଟ ରଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.