Home ଓଡ଼ିଶା ଦଳୀୟ ସଂକଳ୍ପବୋଧକୁ ଗୁରୁତ୍ତ୍ୱ ନଦେଇ ଫସିଲେ ଅପରାଜିତା!

ଦଳୀୟ ସଂକଳ୍ପବୋଧକୁ ଗୁରୁତ୍ତ୍ୱ ନଦେଇ ଫସିଲେ ଅପରାଜିତା!

7631

ଭୁବନେଶ୍ୱର ୮-୬ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ପ୍ରଶାସିକାରୁ ରାଜନେତା ପାଲଟିଲେ ଅପରାଜିତା ଷଢ଼ଙ୍ଗୀ। ଭାରତୀୟ ଜନତା ପାର୍ଟୀ ଟିକେଟରେ ନିର୍ବାଚନ ଲଢ଼ି ଭୁବନେଶେୱର ସାଂସଦ ହେଲେ ଶ୍ରୀମତୀ ଷଢ଼ଙ୍ଗୀ। ମାତ୍ର ପ୍ରଶାସକ ଓ ରାଜନେତା ଭିତରେ ଥିବା ତାରତମ୍ୟକୁ ଉପଲବ୍ଧି କରିପାରୁନାହାଁନ୍ତି ମାଡ଼ାମ୍ ଷଢ଼ଙ୍ଗୀ। ପ୍ରଶାସନିକ କ୍ଷେତ୍ର ଓ ରାଜନୈତିକ ଆଭିମୁଖ୍ୟ ସମ୍ପୂର୍ଣ୍ଣ ଭାବରେ ପରସ୍ପର ପରିପୂରକ ଏହାକୁ ଏବେ ମଧ୍ୟ ହୃଦୟଙ୍ଗମ କରିପାରୁନାହାଁନ୍ତି ଭୁବନେଶେୱର ସାଂସଦ। ଯାହାର ପରିଣାମ ସ୍ୱରୂପ ଆଜି ତାଙ୍କୁ ଦେଖିବାକୁ ମିଳିନଥିଲା ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଥିବା ବିଜେପି ମନ୍ତ୍ରୀ, ସାଂସଦ, ବିଧାୟକମାନଙ୍କ ସମ୍ବର୍ଦ୍ଧନା ଉତ୍ସବରେ। ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ଉପସ୍ଥିତ ଥିଲେ ରାଜ୍ୟ ରାଜଧାନୀର ସାଂସଦ ଅପରାଜିତା ଷଢ଼ଙ୍ଗୀ। ମାତ୍ର ସେହି ରାଜଧାନୀରେ ସମ୍ବର୍ଦ୍ଧନା ଉତ୍ସବରେ ସାଂସଦଙ୍କ ଅନୁପସ୍ଥିତି ଭିନ୍ନ ତଥ୍ୟ ଉପସ୍ଥାପନ କରୁଛି। ଅନୁସନ୍ଧାନ ପରେ ଜଣା ପଡ଼ିଲାଯେ, କେନ୍ଦ୍ର ଓ ରାଜ୍ୟ ବିଜେପି ନେତୃବୃନ୍ଦ ଅପରାଜିତାଙ୍କ ଉପରେ ଅସନ୍ତୁଷ୍ଟ। କାରଣ ଦଳୀୟ ନୀତି ନିୟମକୁ ଜଳାଞ୍ଜଳୀ ଦେଇ ନିଜସ୍ୱ ନିଷ୍ପତ୍ତି ଉପରେ କାର୍ଯ୍ୟ କରୁଛନ୍ତି ଭୁବନେଶେୱର ସାଂସଦ। ଲୋକାଭିମୁଖି ନିଷ୍ପତ୍ତିକୁ ତଥା ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ନିକଟରେ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ। ସାକ୍ଷାତ ପୂର୍ବରୁ ବିଜେପି ନେତୃବୃନ୍ଦଙ୍କୁ ନ ପଚାରିବା ତାଙ୍କ ପାଇଁ ଦଳ ଭିତରେ ନକାରାତ୍ମକ ପରିସ୍ଥିତି ସୃଷ୍ଟି କରିଛି। ଅପରାଜିତା ମାଡାମଙ୍କର ଚିନ୍ତାଧାର ସକାରାତ୍ମକ ଥିଲେ ମଧ୍ୟ ରାଜନୀତିରେ ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି ସେ ଜାଣିପାରିନଥିଲେ। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ସଭାମଞ୍ଚରେ ତାଙ୍କପାଇଁ ବସିବାର ବନ୍ଦୋବସ୍ତ ନଥିଲା ବୋଲି ସେ ଜାଣିପାରିଥିଲେ। ବିଭିନ୍ନ ପଦପଦବୀରେ ନଥାଇ ମଧ୍ୟ ଅନେକ ବିଜେପି ନେତୃବୃନ୍ଦ ସମ୍ବର୍ଦ୍ଧନା ଉତ୍ସବର ସଭାମଞ୍ଚରେ ଆସନ ଗ୍ରହଣ କରିଥିଲେ। ଏସବୁକୁ ଦୃଷ୍ଟିରେ ରଖି ସଭାମଞ୍ଚରେ ନିଜକୁ ଅପମାନିତ କରିବା ଅପେକ୍ଷା ଅନ୍ୟ କାର୍ଯ୍ୟକ୍ରମରେ ନିୟୋଜିତ କରି ନିଜକୁ ଦୂରାଇ ରଖିଥିଲେ ଅପରାଜିତା ଷଢ଼ଙ୍ଗୀ। ସଭାମଞ୍ଚରେ ବିଜେପି ପରାଜିତ ପ୍ରାର୍ଥୀ ଦାମ ରାଉତଙ୍କୁ ଦେଖିବାକୁ ମିଲିଥିଲା। ପରାଜିତ ପ୍ରାର୍ଥୀ କନକ ବର୍ଦ୍ଧନ ସିଂ ଦେଓଙ୍କୁ ଦେଖିବାକୁ ମିଳିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋଙ୍କୁ ବସିଥିବାର ଦେଖିବାକୁ ମିଳିଥିଲା, ପାଟକୁରାର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ପ୍ରମୁଖଙ୍କୁ ସଭାମଞ୍ଚରେ ଦେଖିବାକୁ ମିଳିଥିଲା। ଏହି ସବୁ ନେତୃବୃନ୍ଦ କେଉଁ ଆଧାରରେ ସଭାମଞ୍ଚ ଉପରେ ଥିଲେ ଏବଂ ଖୋଦ ଭୁବନେଶ୍ୱରର ସାଂସଦ ସଭାସ୍ଥଳରେ ଦୃଶ୍ୟମାନ ହୋଇନଥିଲେ ଏହାକୁ ନେଇ ରାଜଧାନୀବାସୀ ଏବଂ ବୁଦ୍ଧିଜୀବୀ ମହଲରେ ଆଲୋଚନା ଆରମ୍ଭ ହୋଇଗଲାଣି।

ସୁବାସ ପାଣିଗ୍ରାହୀ ହୋଇପାରନ୍ତି ବିରୋଧି ଦଳ ନେତା

କାହିଁକି ମନ୍ତ୍ରୀପଦ ହରାଇଲେ ସୌମ୍ୟ?

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.