Home ଓଡ଼ିଶା କାହିଁକି ମନ୍ତ୍ରୀପଦ ହରାଇଲେ ସୌମ୍ୟ?

କାହିଁକି ମନ୍ତ୍ରୀପଦ ହରାଇଲେ ସୌମ୍ୟ?

2082

ଭୁବନେଶ୍ୱର ୨-୬ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଦୀର୍ଘ ବର୍ଷ ଧରି ରାଜନୀତିରେ ସଫଳତା ହାସଲ କରିପାରୁନଥିବା ସୌମ୍ୟ ପଟ୍ଟନାୟକ ବିଜେଡ଼ିରେ ଯୋଗ ଦେଇ ରାଜନୀତିରେ ପ୍ରଥମ ସୋପାନ ଚଢ଼ିଥିଲେ। ବିଜେଡ଼ିରେ ଯୋଗ ଦେବା କ୍ଷଣି ତାଙ୍କୁ ମିଳିଯାଇଥିଲା ରାଜ୍ୟସଭା ସାଂସଦ ପଦ। ନିଜର ମିଡ଼ିଆ ହାଉସ୍ କୁ ବ୍ୟବହାର କରି ସେ ବିଜେଡ଼ି ଦଳ ଭିତରେ ନିଜର ପତିଆରା ବୃଦ୍ଧି କରିବା ପାଇଁ ଚେଷ୍ଟା କରୁଥିଲେ। ବିଜେଡ଼ି ପରି କ୍ଷମତାଶୀଳ ରାଜନୈତିକ ଦଳକୁ ନିଜର ଅକ୍ତିଆରକୁ ଆଣିବାପାଇଁ ପ୍ରୟାସ ଆରମ୍ଭ କରିଦେଇଥିଲେ। ସେ ରାଜ୍ୟସଭା ସାଂସଦ ହୋଇଯିବାର ଏକବର୍ଷ ମଧ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଟିତ ହୋଇଥିଲା। ସାଂସଦ ବଦଳରେ ବିଧାୟକ ହେବାପାଇଁ ରଣ କୌଶଳ ଆରମ୍ଭ କରିଦେଇଥିଲେ ସୌମ୍ୟ। ୨୦୧୯ ରେ ପଞ୍ଚମଥର ପାଇଁ ବିଜୁ ଜନତା ଦଳ ଶାସନ କ୍ଷମତାକୁ ଆସିବାର ଥିଲା ଏବଂ ନବୀନ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ହେବାର ଥିଲା। ଏହା ବିଜୁ ଜନତା ଦଳର ପ୍ରତ୍ୟେକ ରାଜନୈତିକ ବ୍ୟକ୍ତି ବିଶେଷକୁ ଜଣାଥିଲା। ଏହାକୁ ନଜରରେ ରଖି ସୌମ୍ୟ ଖେଳିଥିଲେ ତାଙ୍କର ମାଷ୍ଟର ଷ୍ଟ୍ରୋକ। ଦୁଇ ଦୁଇ ଥର ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରୁ ପରାଜୟ ବରଣ କରିଥିହବା ସତ୍ତ୍ୱେ ପୁଣିଥରେ ସେହି ଅଞ୍ଚଳରୁ ବିଧାୟକ ହେବାପାଇଁ ଏକ ପ୍ରକାର ଜିଦ୍ କରି ବସିଲେ ସୌମ୍ୟରଞ୍ଜନ। ଖଣ୍ଡପଡ଼ାରେ ବିଜେଡ଼ି ଟିକେଟ ପାଇଁ ବହୁତ ଆଶାୟୀ ଥିଲେ। ମାତ୍ର ସୌମ୍ୟଙ୍କର ଯୋଜନା ଥିଲା, ଖଣ୍ଡପଡ଼ାରୁ ବିଧାୟକ ହୋଇ ଆସିବା ପରେ ନବୀନ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବେ ଓ ଧିରେ ଧିରେ ଦଳ ଭିତରେ କାୟା ବିସ୍ତାର କରିବେ। ଚଳିତ ନିର୍ବାଚନରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଟିକେଟ ପାଇଁ ଦୁଇଜଣ ପ୍ରମୁଖ ଆଶାୟୀ ଥିଲେ। ଜଣେ ହେଉଛନ୍ତି ବିଧାୟକ ଅନୁଭବ ପଟ୍ଟନାୟକ ଓ ଅନ୍ୟଜଣେ ଭାପୁର ବ୍ଲକ ବିଜେଡ଼ି ସଭାପତି ଗୟାଧର ପରିଡ଼ା। ଏହି ଦୁଇ ନେତାଙ୍କୁ ପ୍ରଚୁର ଅର୍ଥ ଦେଇ ନିଜ କରାୟତକୁ ନେଇଥିଲେ ସୌମ୍ୟ ବୋଲି ଖଣ୍ଡପଡ଼ାରେ ଜୋରସୋରରେ ଚର୍ଚ୍ଚା ଧରିଲା। ଏହି ଚର୍ଚ୍ଚା ପରେ ସୌମ୍ୟ ତାଙ୍କ ଦ୍ୱିତୀୟ ଖେଳ ଆରମ୍ଭ କରିଦେଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ମୁଖ୍ୟ ଷ୍ଟ୍ରାଟେଜି ମାଷ୍ଟର ଥିଲେ ଯାଜପୁର ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ। ସୌମ୍ୟ ତାଙ୍କୁ ମଧ୍ୟ ମନାଇବାରେ ସଫଳ ହୋଇଥିଲେ। ମାତ୍ର କଥା ଅଟକି ଯାଇଥିଲା ନୟାଗଡ଼ର ପ୍ରଭାବଶାଳୀ ବିଧାୟକ ଅରୁଣ ସାହୁଙ୍କ ପାଖରେ। ଅରୁଣ ଚାହୁଁ ନଥିଲେ ସୌମ୍ୟବାବୁ ଖଣ୍ଡପଡ଼ାରୁ ଟିକେଟ ପାଆନ୍ତୁ ବୋଲି। ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଚାରିଗୋଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ, ଦଶପଲ୍ଲା, ରଣପୁର, ନୟାଗଡ଼ ଓ ଖଣ୍ଡପଡ଼ା ବିଜେଡ଼ି ଟିକେଟ ଅରୁଣଙ୍କ ବିନା ସୁପାରିଶରେ ଦିଆଯିବାର ପ୍ରଶ୍ନ ହିଁ ଉଠୁନଥିଲା। ତେଣୁ ଅରୁଣଙ୍କୁ ମନେଇବା ପାଇଁ ସୌମ୍ୟ ବିଭିନ୍ନ ପ୍ରଥା ଆପଣାଇଥିଲେ ବି ଅରୁଣ ତାଙ୍କ ଜିଦ୍ ରେ ଅଟଳ ଥିଲେ। ସେଥିପାଇଁ ଖଣ୍ଡପଡ଼ା ଟିକେଟକୁ ଶେଷ ମୂହୂର୍ତ୍ତ ପର୍ଯ୍ୟନ୍ତ ଝୁଲାଇ ରଖାଯାଇଥିଲା। ପରିଶେଷରେ ଅନ୍ୟ ଉପାୟ ହୋଇ ସୌମ୍ୟ, ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ମାଧ୍ୟମରେ ଅରୁଣଙ୍କୁ ମନାଇବାରେ ସଫଳ ହେଲେ। ଖଣ୍ଡପଡ଼ା ଟିକେଟ ଘୋଷଣାର ପୂର୍ବଦିନ ଅରୁଣଙ୍କୁ ନୟାଗଡ଼ରୁ ତୁରନ୍ତ ଭୁବନେଶ୍ୱର ଆସିବାପାଇଁ ଅନୁରୋଧ କଲେ ବବି ଦାସ୍ ଏବଂ ଅରୁଣଙ୍କୁ ସୌମ୍ୟଙ୍କର ଭୁବନେଶ୍ୱର ସ୍ଥିତ ବାସଭବନକୁ ଆସିବା ପାଇଁ କହିଥିଲେ। ସେଠାରେ ଅରୁଣ, ବବି ଓ ସୌମ୍ୟଙ୍କ ମଧ୍ୟରେ ତ୍ରିସ୍ତରାୟ ଆଲୋଚନା ହେଲା। ତହିଁ ଆରଦିନ ଖଣ୍ଡପଡ଼ା ବିଜେଡ଼ି ଟିକେଟ ସ୍ୟୋମ୍ୟଙ୍କୁ ପ୍ରଦାନ କରାଗଲା।

ଖଣ୍ଡପଡ଼ା ଟିକେଟ ହାତେଇବା ପରେ ସୌମ୍ୟ ଭାବିଥିଲେ ବହୁଳ ଭୋଟ ବ୍ୟବଧାନରେ ସେ ବିଜୟୀ ହେବେ ଏବଂ ସେ ବିଜୟୀ ହେଲେ ମଧ୍ୟ। ବହୁଳ ବ୍ୟବଧାନ ଭୋଟରେ ଜିତିବାରେ ସେ ଓଡ଼ିଶାର ହେଲେ ଏକ ନମ୍ବର ବିଧାୟକ। ତେଣୁ ନବୀନଙ୍କର କ୍ୟାବିନେଟରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗ ନେଇ ମନ୍ତ୍ରୀ ହେବାଟା ଏକ ପ୍ରକାର ନିଶ୍ଚିନ୍ତ ହୋଇଯାଇଥିଲା। ମାତ୍ର ମନ୍ତ୍ରୀ ତାଲିକା ଘୋଷଣା ଦିନ ସୌମ୍ୟଙ୍କର ନାଁ ତାଲିକାରେ ନଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ବିଜେଡ଼ି କର୍ମୀ ଓ ନେତାମାନେ। ମନ୍ତ୍ରୀମଣ୍ଡଳ ଗଠନ ପରେ ସୌମ୍ୟ ପଟ୍ଟନାୟକ ମନ୍ତ୍ରୀ ପଦ ନପାଇବା ନେଇ ବିଭିନ୍ନ ପ୍ରକାର ଆଲୋଚନା ଓ ପର୍ଯ୍ୟାଲୋଚନା ହେଲା। ଏହି ଆଲେଚନା ଓ ପର୍ଯ୍ୟାଲୋଚନା ଭିତରେ ଅନୁସନ୍ଧାନ ମାଧ୍ୟମରେ କିଛି ରୋଚକ ତଥ୍ୟ ପଦାକୁ ଆସିଥିଲା। ବିଜେଡ଼ି ଦଳରେ ଥାଇ ତାଙ୍କ ମନ ରହିଯାଇଥିଲା ପରିବାରରେ। ତାଙ୍କ ନିଜ ପୁତୁରା ଯିଏକି ତାଙ୍କ ବଡ଼ଭାଇ ତଥା ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତ ପଟ୍ଟନାୟକ କଂଗ୍ରେସ ଟିକେଟରୁ ବାଲେଶ୍ୱର ସାଂସଦ ପ୍ରାର୍ଥୀ ହୋଇଥିଲେ। ବେଲେଶ୍ୱର ବିଜେଡ଼ି ସାଂସଦ ଥିବା ରବିନ୍ଦ୍ର କୁମାର ଜେନା ବିଜୁ ଦନତା ଦଳର ଜଣେ ପ୍ରଭାବଶାଳୀ ନେତା ଭାବେ ଜଣାଶୁଣା। ତତ୍ ସହିତ ସେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କର ସମ୍ପର୍କୀୟ, ସେ ସମସ୍ତ ତଥ୍ୟ ଜାଣିଥିଲେ ସୌମ୍ୟ ପଟ୍ଟନାୟକ। ତଥାପି ଏ ସବୁକୁ ଅଗ୍ରାହ୍ୟ କରି ବାଲେଶ୍ୱରରୁ ନିଜ ପୁତୁରାକୁ କଂଗ୍ରେସ ସାଂସଦ କରାଇବା ପାଇଁ ସୌମ୍ୟ ଚକ୍ରାନ୍ତ ଆରମ୍ଭ କରିଦେଇଥିଲେ। ବାଲେଶ୍ୱର ବିଜୁ ଜନତା ଦଳ ପର୍ଯ୍ୟବେକ୍ଷକ ଥିବା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ସହିତ ସେ ସଲା ସୁତୁରା କରିଥିଲେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଖବର ଆସୁଥିଲା। ନିର୍ବାଚନ ସମୟରେ ଏ ଖବର ମଧ୍ୟ ପହଁଚିଥିଲା ବିଜେଡ଼ିର ପାୱାର କରିଡୋରରେ। ମାତ୍ର ଏହାକୁ ସୁଧାରିବାରେ ସଫଳ ହୋଇପାରିଲା ନାହିଁ ବିଜେଡ଼ିର କୋର ଗ୍ରୁପ୍। ରବିନ୍ଦ୍ର କୁମାର ଜେନା ହାରିଗଲେ, କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତ ପଟ୍ଟନାୟକ ମଧ୍ୟ ହାରିଗଲେ। ବାଜି ମାରିନେଲେ ବିଜେପି ପ୍ରାର୍ଥୀ ପ୍ରତାପ ଷଢ଼ଙ୍ଗୀ। ନିର୍ବାଚନ ସରିଗଲା, ତା ପରେ ଓଡ଼ିଶାରେ ହୋଇଥିଲା ଭୟଙ୍କର ମହାବାତ୍ୟା “ଫନି”, ମେ ୨୩ ତାରିଖ ପରେ ବିପୁଳ ସଂଖ୍ୟାରେ ବିଜୁ ଜନତା ଦଳ ସରକାର ଗଠନ କରିଥିଲା। ମନ୍ତ୍ରୀମଣ୍ଡଳ ଗଠନ ବେଳେ ମନ୍ତ୍ରୀ ହେବାପାଇଁ ନିଜର ଲବି ଆରମ୍ଭ କରିଦେଇଥିଲେ ସୌମ୍ୟ। ମାତ୍ର ବାଲେଶ୍ୱର ଘଟଣାକୁ ନେଇ ବଳିଷ୍ଠ ତଥ୍ୟ ପ୍ରମାଣ ସହ ସୌମ୍ୟଙ୍କୁ ଧରାଇ ଦେଇଥିଲା ବିଜୁ ଜନତା ଦଳ। ଏହା ଦେଖି ସୌମ୍ୟ ଚୁପ୍ ଓ ଅତନୁ ବି ଚୁପ୍। ଏହି କ୍ରମରେ ଏହି ଦୁଇ ନେତା ବିଜେଡ଼ି ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇପାରିନଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.