Home ଓଡ଼ିଶା ନବୀନ ବାବୁ ରାଜନୀତି ଉଦ୍ଧ୍ୱର୍କୁ ଯାଇ ଓଡିଶାରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାକୁ ଲାଗୁ କରନ୍ତୁ: ବିଜେପି

ନବୀନ ବାବୁ ରାଜନୀତି ଉଦ୍ଧ୍ୱର୍କୁ ଯାଇ ଓଡିଶାରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାକୁ ଲାଗୁ କରନ୍ତୁ: ବିଜେପି

1267

ଓଡିଶାରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା ପ୍ରସଙ୍ଗରେ
ଭୁବନେଶ୍ୱର, ୦୭/୦୬ (ଓଡ଼ିଆ ପୁଅ) : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ନୀତିରେ ସାରା ଭାରତ ବର୍ଷର ବିକାଶ ପାଇଁ କାମ କରୁଛନ୍ତି। ନବୀନ ବାବୁ ଦଳୀୟ ରାଜନୀତିରୁ ଉଦ୍ଧ୍ୱର୍ରେ ଯାଇ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାକୁ ଓଡିଶାରେ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ଓ ଭାରତୀୟ ଜନତା ପାର୍ଟି ବାରମ୍ବାର ଅନୁରୋଧ କରିଛି। ଏବେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରି ବର୍ଷକୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧାର ଲାଭ ଓଡିଶାବାସୀଙ୍କୁ ଦେବାରେ ବାଧକ ନସାଜି ସହଯୋଗ କରନ୍ତୁ ବୋଲି ରାଜ୍ୟ କାର୍ଯ୍ୟାଳୟ ଠାରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାରେ ପ୍ରାୟ ଏକ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ କେନ୍ଦ୍ରୀୟ ଅନୁଦାନର ଲାଭ ସିଧାସଳଖ ଓଡିଶାବାସୀଙ୍କ ପକେଟକୁ ଯିବ। ଏହି କେନ୍ଦ୍ରୀୟ ଅନୁଦାନ ଗରୀବ ଓଡିଆ ଲୋକମାନଙ୍କ ଚିକିସ୍ତ୍ରା ଖର୍ଚ୍ଚକୁ ଉଠାଇ ପାରିବ। ଯଥାଶୀଘ୍ର ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାକୁ ଓଡିଶାରେ ଲାଗୁ କରାଯାଉ। ଦଳୀୟ ରାଜନୀତିରେ ଗରିବ ଓଡିଆ ଲୋକମାନେ ବଳି ନପଡନ୍ତୁ। ଆୟୁଷ୍ମାନ ଯୋଜନା ହେଡରେ ପାଖାପାଖି ୧୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନର ଲାଭ ଓଡିଆ ଲୋକ ପାଇବେ। ତାକୁ ହାତ ଛଡା କରିବା ଉଚିତ୍ ନୁହେଁ। ରାଜ୍ୟ ସରକାର ତୁରନ୍ତ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାକୁ ଓଡିଶାରେ ଲାଗୁ କରନ୍ତୁ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତ ସିଂହାର ଏବଂ ରାଜ୍ୟ ମୁଖପାତ୍ର ଶ୍ରୀ ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.