Home କେନ୍ଦୁଝର ତେଲରେ ଅପମିଶ୍ରଣ, ନିୟମିତ ଯାଞ୍ଚପାଇଁ ଦାବି

ତେଲରେ ଅପମିଶ୍ରଣ, ନିୟମିତ ଯାଞ୍ଚପାଇଁ ଦାବି

102

ହାଟଡ଼ିହି, ୬ /୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅଞ୍ଚଳରେ ଥିବା କିଛି ତେଲ ଟାଙ୍କିରେ ଅପମିଶ୍ରଣ ଓ ପରିମାଣରେ କମାଯାଉଥିବା ନେଇ ଅଭିଯୋଗ ହେଉଛି । ନିୟମିତ ଟାଙ୍କି ଗୁଡିକୁ ଯାଞ୍ଚ କରାଯାଉ ନଥିବାରୁ ଗ୍ରାହକମାନେ ନାନା ପ୍ରକାରର ଶୋଷଣର ଶୀକାର ହେଉଛନ୍ତି । ଗତକାଲି ଏହି ଅଞ୍ଚଳରେ ଥିବା ଗୋଟିଏ ଟାଙ୍କିରେ ଗୋଟିଏ ମିନି ଟ୍ରକ ଚାରି ହଜାରରୁ ଉର୍ଦ୍ଧ ଟଙ୍କାର ତେଲ ପକାଇ ଯିବାପରେ କିଛି ବାଟ ଯାଇଛି କି ନାହିଁ ଗାଡିଟି ଆଉ ଚାଲିଲା ନାହିଁ । ଫଳରେ ଡ୍ରାଇଭରର ସନ୍ଦେହ ହେବାରୁ ସେ ତେଲ ପରୀକ୍ଷା କରିବାରୁ ଗାଡିର ଟାଙ୍କିରେ ତେଲ ବଦଳରେ ପାଣି ଭର୍ତ୍ତି ଥିବା ଦେଖିବାକୁ ପାଇବା ସହ ତୁରନ୍ତ ତେଲ ଟାଙ୍କିର କର୍ତ୍ତୁପକ୍ଷଙ୍କୁ ଜଣାଇଥିଲା । ତେଲ ଟାଙ୍କିର ଜଣେ କର୍ମଚାରୀ ତୁରନ୍ତ ସେଠାରେ ପହଞ୍ଚି ପାଣିସବୁକୁ ଖୋଲି ଦେଇଥିଲେ । କିନ୍ତୁ ଗାଡି ମାଲିକ କିଛି ଭଦ୍ର ଲୋକଙ୍କୁ ଡାକିବାରୁ ଟଙ୍କି କର୍ତ୍ତୁପକ୍ଷ ଗାଡି ମରାମତିର ସମସ୍ତ ଖର୍ଚ୍ଚ ବହନ କରିବା ସହ ପୁନର୍ବାର ଭଲ ତେଲ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଖାଲି ଏହି ଘଟଣା ନୁହଁ ଗତ ଦୁଇ ତିନିଦିନ ତଳେ ଜଣେ ବାଇକ ଆରୋହୀ ମଧ୍ୟ ତାଙ୍କ ବାଇକରେ ତେଲ ପକାଇବାପରେ ପରିମାଣ କମ ଥିବା ନେଇ ଅଭିଯୋଗ କରିବାପରେ ତାଙ୍କୁ ପୁନର୍ବାର ତେଲ ଦେଇ ବିବାଦକୁ ତୁଟାଇଥିଲେ । ଏହି ସବୁ ଘଟଣାପରେ ତେଲଟାଙ୍କି କତ୍ତୁର୍ପକ୍ଷ ତେଲ ପ୍ରଦାନରେ ଜାଲିଆତି କରୁଥିବା ଷ୍ପଷ୍ଟ ହୋଇଥିଲା । ଏଣୁ ପ୍ରଶାସନ ପକ୍ଷରୁ ତେଲ ଟାଙ୍କି ଗୁଡିକରେ ନିୟମିତ ଯାଞ୍ଚ କରାଗଲେ ଗ୍ରାହକମାନେ ଠକାମୀରେ ପଡିବେ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.