Home ଅପରାଧ ଏ’ କି କଥା; ଘର ମରାମତି ହେଲେ ବୋହୁ ଯିବ ବାପ ଘରକୁ! ଭୁଲିଗଲେ କି...

ଏ’ କି କଥା; ଘର ମରାମତି ହେଲେ ବୋହୁ ଯିବ ବାପ ଘରକୁ! ଭୁଲିଗଲେ କି ଜଗନ୍ନାଥଙ୍କ କଥା ?

177

ଭୁବନେଶ୍ୱର: ଘର ମରାମତି ହେଲେ ବୋହୁ ଯିବ ବାପ ଘରକୁ। ଏହିପରି କିଛି ଦାବି କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ମା’ ମଧୁସ୍ମିତା ମହାନ୍ତି। ବୋହୁ ବର୍ଷା ପ୍ରିୟଦର୍ଶିନୀଙ୍କ ନାଆଁରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅନୁଭବ ମହାନ୍ତିଙ୍କ ମା’ ମଧୁସ୍ମିତା ମହାନ୍ତି। ପୁରୁଣା ଘରର ମରାମତି ଆବଶ୍ୟକ। ଏଥିପାଇଁ ପ୍ରାୟ ୧୦ ଦିନ ଲାଗିବ। ସେତିକି ଦିନ ଯାଏଁ ଘରର ସଦସ୍ୟ ମାନେ ଘରେ ନ’ରହିବାକୁ ହେବ। ତେଣୁ ବୋହୁ ବର୍ଷାଙ୍କୁ ତାଙ୍କ ବାପ ଘରକୁ ଯିବାକୁ ପଡ଼ିବ। ତେବେ, ବାପ ଘରକୁ ଯିବାକୁ ବର୍ଷାଙ୍କୁ କୁହାଗଲେ ବି ସେ ଯାଉନଥିବା ଅଭିଯୋଗରେ ଦର୍ଶାଇଛନ୍ତି ମଧୁସ୍ମିତା। କୌଣସି କାରଣ ନ’ ଦର୍ଶାଇ ବର୍ଷା ଘର ଛାଡ଼ୁନଥିବା ଅନୁଭବଙ୍କ ମା’ ଅଭିଯୋଗ କରିଛନ୍ତି। ଏହାଦ୍ୱାରା ସେ, ତାଙ୍କ ସ୍ୱାମୀ ଓ ଘରର ଅନ୍ୟ ସଦସ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଥାନା କର୍ତ୍ତୃପକ୍ଷ ଘରକୁ ଆସି ସମସ୍ତ ତଥ୍ୟ ଦେଖି ପଦକ୍ଷେପ ନେବାକୁ ଅନୁଭବଙ୍କ ମା’ ଅନୁରୋଧ କରିଛନ୍ତି।

ସେପଟେ କିନ୍ତୁ, ପାଲଟା ଅଭିଯୋଗ ଆଣିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ବର୍ଷା ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ମରାମତି ବାହାନାରେ ତାଙ୍କୁ ଘରୁ ବାହାର କରିବାକୁ ଯୋଜନାବଦ୍ଧ ଭାବେ ଉଦ୍ୟମ କରାଯାଉଛି। ଶାଶୁଘର ଛଡ଼ା ଅନ୍ୟ କେଉଁଠି ରହିବାର ତାଙ୍କର ସୁବିଧା ନାହିଁ। ଜଣେ ସାଂସଦଙ୍କ ପତ୍ନୀ ହୋଇଥିବା ହେତୁ ପୁଲିସ୍ ତାଙ୍କର ସୁରକ୍ଷା ଉପରେ ନଜର ଦେବାକୁ ଏବଂ ଘଟଣା ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ବର୍ଷା। ତେବେ ଏହାକୁ ନେଇ ଅନୁଭବ ଏବଂ ତାଙ୍କ ପରିବାରଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଛି। ଯଦି ଘର କାମ ହେବ, ଏବଂ ବର୍ଷା ସେତିକି ଦିନ ବାପ ଘରକୁ ଯିବାକୁ ଅମଙ୍ଗ ଅଛନ୍ତି, ତେବେ ସଂପୂର୍ଣ୍ଣ ପରିବାର କେଉଁଠି ରହିବେ, କେମିତି ରହିବେ ସେ ନେଇ ସଂପୂର୍ଣ୍ଣ ପରିବାର ମିଶି ସାମୂହିକ ନିଷ୍ପତ୍ତି ନେବା କଥା। କିନ୍ତୁ, ଯେତେବେଳେ କି ପୁଅ ବୋହୂ ମଧ୍ୟରେ ବିବାଦ ଚାଲିଛି, କଥା ଯାଇ ଛାଡ଼ପତ୍ରରେ ପହଞ୍ଚିଲାଣି, କଥା ଥାନାରୁ କୋର୍ଟ ଯାଏଁ ଯାଇ ପହଞ୍ଚିଲାଣି, କଥା ଯାଇ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି, ଏପରି ସ୍ଥିତିରେ କେବଳ ବୋହୂକୁ ତା’ ବାପ ଘରକୁ ଯିବାକୁ ବାଧ୍ୟ କରିବା ଏବଂ ଏ’ ନେଇ ଶାଶୁ ଥାନାକୁ ଯାଇ ଅଭିଯୋଗ କରିବା କେତେ ଦୂର ସମୀଚିନ ତାହା ଚିନ୍ତା କରିବାର କଥା। ଘର ମରାମତି ହେଲେ ବୋହୁ ଯିବ ବାପ ଘରକୁ, ଏ’ କି କଥା ବୋଲି କହି ଲୋକେ ଟାହି ଟାପରା କରୁଛନ୍ତି।

ସୂଚନାଯୋଗ୍ୟ ଯେ କିଛିଦିନ ତଳେ ଓଡ଼ିଶାରେ ମହିଳାଙ୍କ କ୍ଷେତ୍ରରେ ବୃଦ୍ଧି ପାଉଥିବା ଅପରାଧିକ ଘଟଣାକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯେତେବେଳେ ସଂସଦରେ ଉଦ୍ବେଗ ପ୍ରକାଶ କରିଥିଲେ ସେତେବେଳେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଅନୁଭବ କହିଥିଲେ, “ହାତଯୋଡ଼ି ବିନତି କରୁଛି, ବହୁତ ଗମ୍ଭୀର ପ୍ରସଙ୍ଗ। ଓଡ଼ିଶା ମୋ ମା’। ମୋ ସାମ୍ମାରେ, ମୋ ମା’ ନାମରେ ଏହି ସଂସଦରେ ଫେକ୍ ନ୍ୟୁଜ୍ କୁହାଗଲା। ଓଡ଼ିଶା ଜଗନ୍ନାଥଙ୍କ ସ୍ଥାନ। ଏଠି ପ୍ରଭୁ ରଥଯାତ୍ରା ବେଳେ ଭଉଣୀଙ୍କୁ ସାଙ୍ଗରେ ନେଇ ଯାଆନ୍ତି, ମାଉଷୀଙ୍କ ଘରକୁ ଯାଆନ୍ତି ଏବଂ ଘରକୁ ପ୍ରବେଶ କରିବା ପୂର୍ବରୁ ଲକ୍ଷ୍ମୀଙ୍କ ଅନୁମତି ନେଇ ପ୍ରବେଶ କରନ୍ତି। ଏଠି ମା’, ଭଉଣୀ, ପତ୍ନୀ, ମହିଳାଙ୍କୁ ବହୁତ ସମ୍ମାନ ଦିଆଯାଏ। କିନ୍ତୁ, ଏଠି ମାନନୀୟା ସଦସ୍ୟା ଅପରାଜିତା ଷଡ଼ଙ୍ଗୀ ଜଣେ ଶିକ୍ଷିତ ଲୋକ ହୋଇ ଯେଉଁ ଭୁଲ୍ ତଥ୍ୟ ରଖିଲେ, ସେଥିପାଇଁ ମତେ ଦୁଃଖ ଲାଗୁଛି, ଲଜ୍ଜା ଲାଗୁଛି। ଯେଉଁ ଜଗନ୍ନାଥ ଧାମରେ ପ୍ରଭୁ ରଥଯାତ୍ରା ବେଳେ ଭଉଣୀଙ୍କୁ ସାଙ୍ଗରେ ନେଇ ଯାଆନ୍ତି, ମାଉଷୀଙ୍କ ଘରକୁ ଯାଆନ୍ତି ଏବଂ ଘରକୁ ପ୍ରବେଶ କରିବା ପୂର୍ବରୁ ଲକ୍ଷ୍ମୀଙ୍କ ଅନୁମତି ନେଇ ପ୍ରବେଶ କରନ୍ତି, ଯେଉଁଠି ମା’, ଭଉଣୀ, ପତ୍ନୀ, ମହିଳାଙ୍କୁ ଏତେ ସମ୍ମାନ ଦିଆଯାଏ ବୋଲି ସେଦିନ ସଂସଦରେ ସାଂସଦ ଅନୁଭବ ଭାଷଣ ମାରିଥିଲେ, ଆଜି ତାଙ୍କ ନିଜ ପରିବାର କ୍ଷେତ୍ରରେ ତାହା କେମିତି ଭୁଲିଗଲେ, ଏବେ କ’ଣ ତାଙ୍କୁ ଲଜ୍ଜା ଲାଗୁନି କି ବୋଲି ପ୍ରଶ୍ନ ଉଠୁଛି।
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.