Home କୋରାପୁଟ ଜୀବନବିନ୍ଦୁ କାର୍ଯ୍ୟକ୍ରମ- କୋରାପୁଟ ଜିଲ୍ଲାର ୪ ଗୋଟି ଶିବିରରେ ୪୮୨ ୟୁନିଟ ରକ୍ତ ସଂଗ୍ରହ

ଜୀବନବିନ୍ଦୁ କାର୍ଯ୍ୟକ୍ରମ- କୋରାପୁଟ ଜିଲ୍ଲାର ୪ ଗୋଟି ଶିବିରରେ ୪୮୨ ୟୁନିଟ ରକ୍ତ ସଂଗ୍ରହ

139

କୋରାପୁଟ ୧୬-୧୦(ଓଡିଆ ପୁଅ/ରଂଜନ କୁମାର ଦାସ))ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଜନ୍ମଦିବସ ଅବସରରେ ବିଜୁ ଜନତା ଦଳର ଜୀବନବିନ୍ଦୁ କାର୍ଯ୍ୟକ୍ରମରେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲ, ଦଶମନ୍ତପୁର ରାଧାକୃଷ୍ଣ ମହାବିଦ୍ୟାଳୟ , ସେମିଲିଗୁଡା କଲ୍ୟାଣ ମଣ୍ଡପ ଓ ଜୟପୁରର ଅଗ୍ରସେନ ଭବନଠାରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲର ବ୍ଲଡବ୍ୟାଙ୍କରେ ଜିଲ୍ଲା ବିଜେଡି ପର୍ଯବେକ୍ଷକ ତଥା ପୂର୍ବତନ କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।କୋରାପୁଟ  ଜିଲ୍ଲା ବିଜେଡି ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ , ପୂର୍ବତନ ସାଂସଦ ଝିନ୍ନ ହିକକା  ପ୍ରମୁଖ ଉପସ୍ଥିତ ଥିଲେ ।ବିଜେଡିରୁ ନିଳମ୍ବିତ କୋରାପୁଟ ଜିଲ୍ଲାପରିଷଦ ସଭ୍ୟା ପାର୍ବତୀ ମସ୍ତି ରକ୍ତଦାନ କରିଥିବା ବେଳେ ହସପିଟାଲର ସୁରକ୍ଷାକର୍ମିମାନେ ଯୋଗଦେଇ ରକ୍ତଦାନ କରିଥିଲେ ।କୋରାପୁଟରେ ୭୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।କୋରାପୁଟ ବିଧାୟକ ରଘୁରାମ ପଡାଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡାକ୍ତର ରତିକାନ୍ତ ଖଟୁଆ , ହସପିଟାଲ ମ୍ୟାନେଜର ଶୁଭେନ୍ଦୁ ପଣ୍ଡା ,ବିଜେଡି ନେତା ଜୟନ୍ତ କୁମାର ମିଶ୍ର ,ଉତ୍କଳ ରଂଜନ ନାୟକ , ସୁରେଶ ପଟନାୟକ , ଦିଲିପ ରଥ ,ସିମାଞଳ ମିଶ୍ର , ମୋତିରଂଜନ ବେହେରା , ଏଲିନା ବେହେରା ,ମୁନା ଦଳପତି , ଲଲାଟ ରଂଜନ ସେଠୀ , ବିମଳ ଗରଡା ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।ଦଶମନ୍ତପୁରରେ ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏଠାରେ ସର୍ବାଧିକ ୧୮୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।ସେମିଲିଗୁଡାଠାରେ ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ଓ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏଠାରେ ୧୦୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।ଜୟପୁରଠାରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଠାରେ ୧୨୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।ଜିଲ୍ଲାରେ ସମୁଦାୟ ୪୮୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ବୋଲି ଜିଲ୍ଲା ବିଜେଡି ସଭାପତି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.