Home Top News ‘ତୁମେ ତାଙ୍କୁ ବିବାହ କରିବ କି’ ଉପରେ ମନ୍ତବ୍ୟ ଉପରେ ପ୍ରଧାନ ବିଚାରପତି କହିଲେ ମହିଳାଙ୍କୁ...

‘ତୁମେ ତାଙ୍କୁ ବିବାହ କରିବ କି’ ଉପରେ ମନ୍ତବ୍ୟ ଉପରେ ପ୍ରଧାନ ବିଚାରପତି କହିଲେ ମହିଳାଙ୍କୁ ସର୍ବୋଚ୍ଚ ସମ୍ମାନ ଦିଆଯାଇଥାଏ, ଭୁଲ୍‌ ରିପୋଟିଂ କରାଯାଇଥିଲା

96
Image Credit - indialegallive.com

ନୂଆଦିଲ୍ଲୀ ୮-୩ (ଓଡ଼ିଆ ପୁଅ) ବଳାତ୍କାର ଅଭିଯୁକ୍ତ ପୀଡିତାଙ୍କୁ ବିବାହ କରିବାକୁ କହିଥିବା ବିବାଦ ଉପରେ ପ୍ରଧାନ ବିଚାରପତି ଏସ୍ ବୋବଡେ ନିଜର ମନ୍ତବ୍ୟ ଦେଇଛନ୍ତି। ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ଏକ ବେଞ୍ଚ ସୋମବାର କହିଛନ୍ତି ଯେ ଗତ ସପ୍ତାହରେ ହୋଇଥିବା ବଳାତ୍କାର ମାମଲାର ଶୁଣାଣି ସମୟରେ ତାଙ୍କର ମନ୍ତବ୍ୟର ଭୁଲ ରିପୋର୍ଟିଂ କରାଯାଇଛି। CJI କହିଛନ୍ତି ଯେ, ମହିଳାମାନଙ୍କ ପ୍ରତି ଆମର ସର୍ବାଧିକ ସମ୍ମାନ ରହିଛି।

ସୂଚନାଯୋଗ୍ୟଯେ, ପୂର୍ବରୁ ଏକ ବଳାତ୍କାର ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ନେତୃତ୍ୱରେ ତିନି ଜଣିଆ ବେଞ୍ଚ ଅଭିଯୁକ୍ତଙ୍କୁ ପଚାରିଥିଲେ ଯେ ସେ ପୀଡିତାଙ୍କୁ ବିବାହ କରିବାକୁ ଇଚ୍ଛା କରୁଛନ୍ତି କି? ଏହି ମାମଲା ସାମ୍ନାକୁ ଆସିବା ପରେ ବହୁ ମହିଳା ଅଧିକାର ସଂଗଠନ, ବୁଦ୍ଧିଜୀବୀ, ଲେଖକ ଏବଂ ବିଶିଷ୍ଟ ନାଗରିକମାନେ ଚିଠି ଲେଖି ପ୍ରଧାନ ବିଚାରପତିଙ୍କ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।

ସୂଚନାଯୋଗ୍ୟଯେ, ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ, ଏକ ୧୪ ବର୍ଷ ବୟସ୍କା ବଳାତ୍କାର ପୀଡିତା ଗର୍ଭବତୀର ୨୬ ସପ୍ତାହର ଗର୍ଭସ୍ଥ ଶିଶୁକୁ ଗର୍ଭପାତ କରାଯିବା ଏକ ମାମଲାର ଶୁଣାଣି କରୁଥିଲେ। ଏହି ବେଞ୍ଚରେ ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ଭି ରାମସୁବ୍ରହ୍ମଣନ୍ ମଧ୍ୟ ସାମିଲ ହୋଇଥିଲେ। ଏହି ସମୟରେ ଏହି ପରି ମନ୍ତବ୍ୟ ଦେଇଛନ୍ତି ପ୍ରଧାନ ବିଚାରପତି। ପୁନଶ୍ଚ ସୂଚନାଯୋଗ୍ୟଯେ, ସିପିଆଇ (ଏମ) ନେତା ବୃନ୍ଦା କାରାତ ମଧ୍ୟ ତାଙ୍କ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ପ୍ରଧାନ ବିଚାରପତିଙ୍କୁ ଦାବି କରିଥିଲେ।

ସୁପ୍ରିମକୋର୍ଟ କହିଛନ୍ତି ଯେ ମାମଲାର ପ୍ରସଙ୍ଗରେ ସେ ଅଭିଯୋଗକାରୀଙ୍କୁ ବିବାହ କରିବେ କି? ବୋଲି ଆବେଦନକାରୀକୁ ଏପରି ପଚାରିଥିଲେ। କାରଣ ଅଭିଯୁକ୍ତ ପ୍ରତିଶ୍ରୁତି ଦେଇଥିଲା ଯେ ସେ ୧୮ ବର୍ଷ ବୟସ ପରେ ନାବାଳିକାକୁ ବିବାହ କରିବ ବୋଲି। ଏହି ସମୟ ମଧ୍ୟରେ ବେଞ୍ଚ କହିଛନ୍ତି ଯେ ଆମେ କୌଣସି ପ୍ରକାର ଚାପ ସୃଷ୍ଟି କରି ନଥିଲୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.